ନିକ୍‌ ଜୋନ୍‌ସଙ୍କ ଜୋତା ଚୋରି କରିବେ ପରିଣୀତି ଚୋପ୍ରା

ମୁମ୍ବାଇ: ବଲିଉଡ୍‌ରେ ହେବାକୁ ଯାଉଛି ଏକ ଗ୍ରାଣ୍ଡ ମ୍ୟାରେଜ୍‌ ସେରମନି। ସେ ପୁଣି କୌଣସି ମାମୁଲି କଳାକାରଙ୍କର ନୁହେଁ। ବଲିଉଡ୍‌ ତଥା ହଲିଉଡ୍‌ ଜଗତର ଚର୍ଚ୍ଚିତ ନାୟିକା ପ୍ରିୟଙ୍କା ଚୋପ୍ରାଙ୍କ ଘରେ ବାଜିବ ସାହାନାଇ। ନିକ୍‌ ଜୋନ୍ସ ଓ ପ୍ରିୟଙ୍କା ଚୋପ୍ରାଙ୍କର ନିର୍ବନ୍ଧ ସରିବା ପରେ ଆରମ୍ଭ ହୋଇଯାଇଛି ତାଙ୍କ ବାହାଘରକୁ ନେଇ ଗସିପ୍‌। ଫ୍ୟାନ୍‌ମାନେ ବି ଚାତକ ପରି ଚାହିଁରହିଛନ୍ତି କେବେ ପକାହେବ ଦୁହିଁଙ୍କ ବାହାଘର ଡେଟ୍‌। ଚର୍ଚ୍ଚା ହେଉଛି ଯେ ବାହାଘରକୁ ନେଇ ଉଭୟ ପରିବାର ବେଶ୍‌ ଏକ୍ସାଇଟେଡ୍‌ ଅଛନ୍ତି।

ବାହାଘର ପୂର୍ବରୁ ପ୍ରିୟଙ୍କାଙ୍କ ସମ୍ପର୍କୀୟ ଭଉଣୀ ପରିଣୀତି ଚୋପ୍ରା ବି ଜିଜୁ ନିକ୍‌ ଜୋନ୍ସଙ୍କୁ ନିଆରା ସ୍ୱାଗତ କରିଛନ୍ତି। କିଛିଦିନ ପୂର୍ବରୁ ସେ ନିକ୍‌ଙ୍କ ସହ ସମୟ କାଟିବାର ମଧ୍ୟ ନଜର ଆସିଥିଲେ।

ଏହି ବିବାହଟି ପଞ୍ଜାବୀ ରୀତିନୀତିରେ ହେବାର ଅଛି। କାରଣ ପଞ୍ଜାବୀ ପରମ୍ପରା ଅନୁଯାୟୀ ସେମାନଙ୍କର ରୋକା ବା ନିର୍ବନ୍ଧ ହୋଇଥିଲା। ପଞ୍ଜାବୀ ପରମ୍ପରା ଅନୁସାରେ ବାହାଘର ସମୟରେ ଶାଳୀମାନେ ଜିଜୁଙ୍କର ଜୋତା ଚୋରାଇବାର ପରମ୍ପରା ଥାଏ। ଏହାକୁ ଫେରାଇବା ପାଇଁ ବରକୁ ଟଙ୍କା ମଗାଯାଇଥାଏ।


ଆଉ ଏହି କାମ ଏବେ ପରିଣୀତି କରିବାକୁ ଯାଉଛନ୍ତି। ସେଥିପାଇଁ ଅନେକ ଫ୍ୟାନ୍‌ ପରିଣୀତିଙ୍କୁ ମଧ୍ୟ ସୋଶାଲ୍ ମିଡିଆ ମାଧ୍ୟମରେ ଏହି କଥା ପଚାରିଛନ୍ତି। ପରିଣୀତି ମଧ୍ୟ ଏହି ଚୋରିକୁ ନେଇ ପ୍ଲାନ୍‌ କରିସାରିଥିବା କଥାକୁ ସ୍ୱୀକାର କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହି ଚୋରି ଜିନିଷକୁ ଫେରି ପାଇବା ପାଇଁ ନିକ୍‌ଙ୍କୁ କେତେ ଦାମ୍‌ ଦେବାକୁ ପଡ଼ୁଛି।

You might also like