ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲି ଖାନଙ୍କୁ ଇଡିର ନୋଟିସ୍

ନୂଆଦିଲ୍ଲୀ: ଭାରତରେ ଗୀତ ଗାଇ ଅନେକ ନା କମାଇଥିବା ପାକିସ୍ତାନୀ ଗାୟକ ରାହତ ଫତେ ଅଲ୍ଲି ଖାନ ବିଦେଶୀ ମୁଦ୍ରା ସ୍ମଗଲିଙ୍ଗ କରୁଥିବା ଅଭିଯୋଗ ହୋଇଛି।

ମାମଲାର ଜାଞ୍ଚ କରୁଥିବା ଇଡି ରାହତଙ୍କୁ ଫରେନ୍‌ ଏକ୍ସଚେଞ୍ଜ୍ ମେନେଜମେଣ୍ଟ ଆକ୍ଟ ଆଧାରରେ ନୋଟିସ୍ ଜାରି କରି ଏହାର ଜବାବ ମାଗିଛି।

୨ କୋଟି ଟଙ୍କାର ବେଆଇନ ବିଦେଶୀ ମୁଦ୍ରା ଉପରେ ଏହି ମାମଲା ରୁଜୁ ହୋଇଛି। ୨୦୧୧ରେ ଦିଲ୍ଲୀ ଏୟାରପୋର୍ଟରେ ରାହତଙ୍କ ପାଖରୁ ବିଦେଶୀ ମୁଦ୍ରା ଜବତ ହୋଇଥିଲା। ଏହି ମାମଲା ଉପରେ  ଇଡି ପକ୍ଷରୁ ନୋଟିସ୍ ଜାରି କରିଥିବା ସୂଚନା ରହିଛି।

You might also like