ଆମୀର ଖାନ୍‌ଙ୍କ ଲଗାନ୍‌ ଫିଲ୍ମ ପ୍ରସଙ୍ଗରେ ପାକିସ୍ତାନୀ ଖବରକାଗଜରେ ରିପୋର୍ଟ

ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁ ତାଙ୍କ ଶପଥ ଗ୍ରହଣ ଉତ୍ସବକୁ ଆମୀର ଖାନ୍‌ଙ୍କୁ କାହିଁକି ନିମନ୍ତ୍ରଣ କଲେ ତାକୁ ନେଇ ଭାରତରେ ଚର୍ଚ୍ଚା ହେଉଥିବା ବେଳେ ପାକିସ୍ତାନର ଏକ ଖବରକାଗଜରେ ଆଜି ‘ଲଗାନ୍‌’ ଫିଲ୍ମକୁ ନେଇ ରିପୋର୍ଟ ପ୍ରକାଶ ପାଇଛି।  ଯାହାର ଶିରୋନାମାର ଅର୍ଥ ହେଉଛି ‘ଆମୀର ଯଦି ଲଗାନ୍‌ ଫିଲ୍ମରେ ଅଭିନୟ କରି ନଥା’ନ୍ତେ ?’

ଏହି ରିପୋର୍ଟରେ ଅବଶ୍ୟ କିଛି ନୂଆ କଥା ରହିଛି। ଯାହା ଶୁଣିଲେ ସିନେପ୍ରେମୀ ଆଶ୍ଚର୍ଯ୍ୟ ହୋଇଯିବେ। ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଲଗାନ୍‌ ଫିଲ୍ମ୍‌ର ଲିଡ୍‌ ରୋଲ୍‌ ପାଇଁ ଯେତେବେଳେ ଆମୀର ଖାନ୍‌ଙ୍କୁ ପ୍ରସ୍ତାବ ଦେଲେ ସେତେବେଳେ ଆମୀର ସ୍କ୍ରିପ୍‌ଟକୁ ନାପସନ୍ଦ କରିଥିଲେ । କହିଲେ ଏଇଟା କି ଷ୍ଟୋରି….? ବ୍ରିଟିଶର୍ସଙ୍କ ସହ କ୍ରିକେଟ୍‌! କି ଅଜବ ଚିନ୍ତାଧାରା ? ଏହାକୁ ଟିକେ ବଦଳାଇବାକୁ ସେ ଆଶୁତୋଷଙ୍କୁ ପ୍ରସ୍ତାବ ଦେଇଥିଲେ।

ତିନି ମାସ ପରେ ଆଶୁତୋଷ ସ୍କ୍ରିପ୍‌ଟ ଲେଖା କାମ ଶେଷ କରିବା ପରେ ପୁଣି ଆମୀରଙ୍କୁ ଦେଖାଇଥିଲେ, ଯେଉଁଥିରେ ବ୍ରିଟିଶର୍ସଙ୍କ ସହ କ୍ରିକେଟ୍‌ ପ୍ରସଙ୍ଗକୁ ବିଲ୍‌କୁଲ୍‌ ବଦଳାଯାଇ ନ ଥିଲା। କିନ୍ତୁ, ପୂରା ସ୍କ୍ରିପ୍‌ଟ ପଢ଼ିସାରିବା ପରେ ଆମିର କହିଥିଲେ, ‘ଏହି ଫିଲ୍ମ ସବୁ ରେକର୍ଡ଼ ଭାଙ୍ଗିଦେବ। ହେଲେ, ଏହି ଫିଲ୍ମରେ ମୁଁ ଭଲ ଅଭିନୟ କରିପାରିବି ନାହିଁ ।’

ଠିକ୍‌ ବର୍ଷକ ପରେ ଆମୀର ଏହି ଫିଲ୍ମ ସାଇନ୍ କରିଥିଲେ । ଜାଣନ୍ତି କାହିଁକି ?

ଆଶୁତୋଷଙ୍କୁ ଆମୀର କହିଥିଲେ ଏହି ସ୍କ୍ରିପ୍‌ଟକୁ ଥରେ ତାଙ୍କୁ ବାପା ମା’ଙ୍କୁ ଶୁଣାଇବା ପାଇଁ । ଆଶୁତୋଷ ତାହା ହିଁ କଲେ। ସ୍କ୍ରିପଟ୍‌ ଶୁଣିବା ପରେ କାନ୍ଦି ପକାଇଥିଲେ ଆମୀରଙ୍କ ବାପା । ସେମାନେ ଆମୀରଙ୍କୁ ଏହି ଫିଲ୍ମ ସାଇନ୍‌ କରିବା ପାଇଁ କହିଥିଲେ।

୨୦୦୧ରେ ଯେତେବେଳେ ଏହି ଫିଲ୍ମ୍‌ ରିଲିଜ୍‌ ହେଲା ତାହା ସୁପର୍‌ ଡୁପର୍‌ ହିଟ୍‌ ହେଲା। ଏହା ହିଁ ଥିଲା ପ୍ରଥମ ଫିଲ୍ମ ଯାହା ଅସ୍କାର୍‌ ପାଇଁ ନମିନେଟ୍‌ ହୋଇଥିଲା।

ଲଗାନ୍‌ ଫିଲ୍ମ ପାଇଁ ଆଶୁତୋଷ ଗୋୱାରିକର ଯେତେବେଳେ ସ୍କ୍ରିପ୍ଟ୍ ଲେଖୁଥିଲେ ସେତେବେଳେ ସେ ପ୍ରଥମେ ହ୍ରିତିକ୍ ରୋଶନ୍‌ଙ୍କୁ ଏହି ଫିଲ୍ମର ଅଫର୍‌ ଦେଇଥିଲେ। କିନ୍ତୁ ହ୍ରିତିକ୍‌ ମନା କରି ଦେଇଥିଲେ। ହ୍ରିତିକ୍‌ ସେଥିପାଇଁ  ଏବେ ହୁଏତ ବହୁତ ପଶ୍ଚାତାପ କରୁଥିବେ।

 

 

You might also like