ପ୍ରିୟଙ୍କାଙ୍କ ପରେ ପାକିସ୍ତାନର ନଜର ଏବେ ଶାହରୁଖଙ୍କ ଉପରେ

ମୁମ୍ବାଇ: ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ବିଚଳିତ ହୋଇପଡ଼ିଥିବା ପାକିସ୍ତାନ ପ୍ରତିଦିନ ଭାରତ ବିରୋଧରେ କିଛି ନା କିଛି  ନକାରାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। କାଶ୍ମୀର ପ୍ରସଙ୍ଗକୁ ବିଶ୍ୱସ୍ତରରେ ଉଠାଇ ଭାରତକୁ ଅଡ଼ୁଆରେ ପକାଇବାର ସମସ୍ତ ପ୍ରକାର ପ୍ରୟାସ ବିଫଳ ହେବା ପରେ ଏବେ ପାକିସ୍ତାନ ଭାରତର ବଲିଉଡ୍‌ ଜଗତ ଉପରେ ଆଖି ପକାଇଛି।

ପ୍ରଥମେ ପ୍ରିୟଙ୍କା ଚୋପ୍ରା ଆଉ ଏବେ ଶାହରୁଖ ଖାନ୍‌ଙ୍କ ଉପରେ ପାକିସ୍ତାନର ନଜର।

ନେଟ୍‌ଫ୍ଲିକ୍ସର ୱେବ୍‌ ସିରିଜ୍‌ ‘ବାର୍ଡ ଅଫ୍‌ ବ୍ଲଡ୍‌’କୁ ନେଇ ବଲିଉଡ୍‌ର କିଙ୍ଗ୍‌ଖାନ୍‌ ଶାହରୁଖଙ୍କୁ ନେଇ ଏବେ ଚର୍ଚ୍ଚା ଚାଲିଥିବା ବେଳେ ପାକିସ୍ତାନ କିନ୍ତୁ ଏଥିରେ କେଁ ପଶେଇଛି।

ତେବେ ଏହି ୱେବ୍‌ ସିରିଜ୍‌କୁ ନେଇ ପାକିସ୍ତାନ ସେନାର ମେଜର ଜେନ୍‌ରାଲ୍‌ ଆସିଫ୍‌ ଗଫୁର୍‌, ଶାହରୁଖଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ଶାହରୁଖଙ୍କୁ ବଲିଡଡ୍‌ ସିଣ୍ଡ୍ରୋମ୍‌ରେ ରହିବା ପାଇଁ କହିଛନ୍ତି।

ଟ୍ୱିଟ୍‌ କରି ସେ ଶାହରୁଖଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି, ‘ଯଦି ବାସ୍ତବତା କ’ଣ ଜାଣିବାକୁ ଚାହୁଁଛନ୍ତି ତେବେ ର’ ସ୍ପାଏ କୁଳଭୂଷଣ ଯାଦବ, ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ଓ ୨୦୧୯ ଫେବୃଆରୀ ୨୭ ସ୍ଥିତି ଉପରେ ନଜର ପକାନ୍ତୁ। ଆପଣେ ଭାରତ ଅଧିକୃତ ଜମ୍ମୁ- କାଶ୍ମୀରରେ ହେଉଥିବା ଅତ୍ୟାଚାର ବିରୋଧରେ ଶାନ୍ତି ଓ ମାନବିକତାର ମଧ୍ୟ ପ୍ରୋତ୍ସାହନ କରିପାରିବେ।’

ଆସିଫ୍‌ ଗଫୁର୍‌ଙ୍କ ଏହି ଟ୍ୱିଟ୍‌ ପରେ ଅନେକ ୟୁଜର୍ସ ଆସିଫ୍‌ଙ୍କୁ ପ୍ରଶ୍ନ କରିବା ଆରମ୍ଭ କରି ଦେଇଛନ୍ତି। ଶାହରୁଙ୍କ ଜଣେ ପ୍ରଶଂସକ ଟ୍ୱିଟ୍‌ କରି ଲେଖିଛନ୍ତି, ‘ଗଫୁର୍‌, ଭାରତର ଏଭଳି ଟ୍ୱିଟର୍‌ ଆକାଉଣ୍ଟକୁ ଟାର୍ଗେଟ୍‌ କରୁଛନ୍ତି, ଯାହାଙ୍କର ସାରା ଦୁନିଆରେ ସବୁଠାରୁ ଅଧିକ ପ୍ରଶଂସକ ଅଛନ୍ତି।’

ଶାହରୁଖ ଏହି ୱେବ୍‌ ସିରିଜ୍‌ର ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି। ଏଥିରେ ଇମ୍ରାନ୍‌ ହାସ୍‌ମୀ ଓ ଭିନିତ୍‌ କୁମାର ସିଂଙ୍କୁ ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ୱେବ୍‌ ସିରିଜ୍‌ର ଟ୍ରେଲର୍‌ ରିଲିଜ୍ ହୋଇସାରିଥିବା ବେଳେ ଦର୍ଶକମାନେ ମଧ୍ୟ ରେସପନ୍ସ ଦେଇଛନ୍ତି।

ଏହି ୱେବ୍ ସିରିଜ୍‌ରେ ୩ଜଣ ଭାରତୀୟ ଏଜେଣ୍ଟସ୍‌ଙ୍କ କାହାଣୀ ଉପରେ ଆଧାରିତ। ସେମାନେ ଏକ ରେସ୍କ୍ୟୁ ମିଶନକୁ ନେଇ ପାକିସ୍ତାନର ବାଲୋଚିସ୍ତାନକୁ ଯାଉଛନ୍ତି। ରିଲିଜ୍‌ ହୋଇଥିବା ଟ୍ରେଲରରେ ଏହାକୁ ଏକ ସୁଇସାଇଡ୍‌ ମିଶନ ବୋଲି କୁହାଯାଇଛି। ରିଲିଜ୍‌ ହୋଇଥିବା ଟ୍ରେଲର୍‌ରେ ଆକ୍ସନ ଦେଖିବାକୁ ମିଳିଥିଲା।

ସେପ୍ଟେମ୍ବର ୨୭ରେ ଏହି ୱେବ୍ ସିରିଜ୍‌ ନେଟ୍‌ଫ୍ଲିକ୍ସରେ ଷ୍ଟ୍ରିମିଙ୍ଗ୍‌ ହେବ। ରିଭୁ ଦାସଗୁପ୍ତା ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହା ଲେଖକ ବିଲାଲ୍‌ ସିଦ୍ଦିକ୍‌ ବହି ‘ବାର୍ଡ ଅଫ୍‌ ବ୍ଲଡ୍‌’ ଉପରେ ଆଧାରିତ।

ଆହୁରି ପଢ଼ନ୍ତୁ

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

ସୈଫ୍‌ଙ୍କୁ ପସନ୍ଦ କରୁଥିଲେ ପରିନୀତି, ଏକଥା ଜାଣନ୍ତି କରିନା

ସିମେଣ୍ଟ ପାଇପ୍‌ରେ ରହୁଥିଲେ ଏହି ବଲିଉଡ୍‌ ଅଭିନେତା

କଙ୍ଗନାଙ୍କୁ ମୁମ୍ବାଇ ପୋଲିସ୍‌ର ସମନ

ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିକୁ ୧.୫କୋଟି ଦେଲେ ପ୍ରଭାସ

ବଲିଉଡ୍‌ ଡ୍ରଗ୍ସ ଲିଙ୍କ୍‌: ଜେରାବେଳେ ସାମ୍ନାକୁ ଆସିଲା ଜଣେ ଅଭିନେତାଙ୍କ ନାଁ

ବାପାଙ୍କ ଥିଏଟରରେ ଶ୍ରମିକ ହୋଇ କାମ କରୁଥିଲେ ଶମି କପୁର, ମାସକୁ ମିଳୁଥିଲା ଏତିକି ଟଙ୍କା

ଜନ୍ମଦିନରେ ଚାଲିଯାଇଥିଲେ ଏହି ହିରୋଙ୍କ ପୂରା ପରିବାର

ଅମିତାଭ ବଚ୍ଚନଙ୍କ ଗୀତରେ କୁନି ଛୁଆର ଜବରଦସ୍ତ ଡ୍ୟାନ୍ସ; ଭିଡିଓ ଭାଇରାଲ

ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ସଞ୍ଜୟ ଦତ୍ତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସାମ୍ନାକୁ ଆସିଲା ତଥ୍ୟ, ପରିବାର ଲୋକେ କଲେ ଖୁଲାସା

You might also like