ବୟଫ୍ରେଣ୍ଡ୍‌ଙ୍କ ବର୍ଥ ଡେ’ ସେଲିବ୍ରେସନ୍‌ରେ‌ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କଲେ ଅଭିନେତ୍ରୀ ନୟନତାରା !

ମୁମ୍ବାଇ: ରିଲେସନ୍‌ସିପ୍‌ ଓ ଫିଲ୍ମକୁ ନେଇ ସବୁବେଳେ ଚର୍ଚ୍ଚାରେ ରହି ଆସିଛନ୍ତି ଅଭିନେତ୍ରୀ ନୟନତାରା ଓ ଭିଗ୍ନେଶ୍‌। ଏପରିକି ସେମାନଙ୍କ ବିଷୟରେ ଅନେକ ଗୁଜବ ଖବର ମଧ୍ୟ ଶୁଣିବାକୁ ମିଳିଛି।

ଏକ ଗୁଜବ ଖବର ଅନୁସାରେ, ତାମିଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ଅଭିନେତ୍ରୀ ବୟଫ୍ରେଣ୍ଡ୍‌ ତଥା ତାମିଲ୍‌ ଡାଇରେକ୍ଟର ଭିଗ୍ନେଶ୍‌ଙ୍କ ବର୍ଥ ଡେ’ରେ କୁଆଡ଼େ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଶୁଣିବାକୁ ମିଳୁଛି। ବର୍ଥ ଡେ’ ସେଲିବ୍ରେସନ୍‌ ପାଇଁ ଭିଗ୍ନେଶ ଓ ନୟନତାରା ଗୋଆ ଯାଇଥିଲେ।

ମିଳିଥିବା ସୂଚନା ଅନୁସାରେ, ନୟନତାରା, ଭିଗ୍ନେଶ୍‌ଙ୍କ ବର୍ଥ ଡେ’ ଗୋଆରେ ଆଡମ୍ବରରେ ପାଳନ କରିଥିଲେ। ଏପରିକି ସେ ଏହାର ଏକ ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଶେଆର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଫୁଲ୍‌ ମ୍ୟୁଜିକ୍‌, ଲାଇଟିଂରେ ବର୍ଥ ଡେ’ ସେଲିବ୍ରେସନ୍‌ ଚାଲିଛି। ଘନିଷ୍ଠ ଲୋକଙ୍କୁ ନେଇ ଏହି ପାର୍ଟି ଆୟୋଜିତ ହୋଇଥିଲା।

 

View this post on Instagram

 

Birthday vibes 😌😌😇😇🧿🧿🧿🧿 Wit God’s grace & all your wonderful sweet wishes 🧿😇😌💓💓

A post shared by Vignesh Shivan (@wikkiofficial) on Sep 17, 2020 at 10:44pm PDT

 

View this post on Instagram

 

🧿🧿🧿Happy birthday to my dearest ammmuuu Mrs. Kurian 😌🥳🥳🥳🧿🧿💓💓💓💓☺️☺️☺️

A post shared by Vignesh Shivan (@wikkiofficial) on Sep 14, 2020 at 10:33am PDT

ଭିଗ୍ନେଶ୍‌ଙ୍କ ବର୍ଥ ଡେ’ ସହ ନୟନତାରା ନିଜ ମା’ଙ୍କ ବର୍ଥ ଡେ’ ମଧ୍ୟ ସେଲିବ୍ରେସନ୍‌ କରିଥିଲେ। ଉଭୟ ପାର୍ଟିରେ ପାଖାପାଖି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି।

ନୟନତାରା ଓ ଭିଗ୍ନେଶ୍ ଉଭୟ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହୁଅନ୍ତୁ ବୋଲି ଫ୍ୟାନ୍ସମାନେ ଚାହୁଁଛନ୍ତି। କାହିଁକି ନା କିଛିମାସ ତଳେ ଭିଗ୍ନେଶ୍ ଶେଆର କରିଥିବା ପୋଷ୍ଟରେ ଦେଖିବାକୁ ମିଳିଥିଲା ନୟନତାରା ଏକ ଛୋଟ ଛୁଆକୁ ଧରିଥିଲେ। ପୋଷ୍ଟ ଶେଆର କରି ଭିଗ୍ନେଶ୍ ଲେଖିଥିଲେ-“Greetings to this mother of my children in future on the occasion of world mother’s Day’।

Also Read in English

ଗତ ମାସରେ ଓନମ୍‌ ପାଳିବା ପାଇଁ ଏହି କପଲ୍‌ କୋଚି ଯାଇଥିଲେ। ଏହାଛଡ଼ା ଉଭୟଙ୍କୁ ଏକାଠି ଅନେକ ଥର ଦେଖିବାକୁ ମିଳିଛି। ଏବେ ଖାଲି ଦେଖିବାକୁ ବାକି ରହିଛି କେବେ ସେମାନେ ବିବାହ ତାରିଖ ଘୋଷଣା କରୁଛନ୍ତି।

ଆହୁରି ପଢ଼ନ୍ତୁ

’ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’’ ଫଟୋ ଶେୟାର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

ନେହାଙ୍କ ଘରେ ବାଜିଲା ୱେଡିଂ ବେଲ୍‌: ମେହେନ୍ଦୀ, ହଳଦୀ ସେରେମୋନି ଫଟୋ ଭାଇରାଲ୍‌

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

You might also like