ଓଲିଉଡ୍‌ ହିରୋ ଅର୍ଦ୍ଧେନ୍ଦୁଙ୍କୁ ବିବାହ କରିବେ ମହାରଥୀଙ୍କ ଝିଅ

ଭୁବନେଶ୍ୱର: ପିପିଲିର ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଜିଅ ପଲ୍ଲବୀ ମହାରଥୀଙ୍କୁ ବିବାହ କରିବେ ଓଲିଉଡ୍ ଅଭିନେତା ଅର୍ଦ୍ଧେନ୍ଦୁ ସୁନ୍ଦର ସାହୁ। ଉଭୟଙ୍କର ନିର୍ବନ୍ଧ ବି ସରିଗଲାଣି। ଏବେ ଯାହା ହାତଗଣ୍ଠି ପଡ଼ିବା ବାକି ରହିଛି।

ଗତ ବୁଧବାର ଉଭୟ ପରିବାରର ଉପସ୍ଥିତିରେ ନିର୍ବନ୍ଧ କାର୍ଯ୍ୟ ସମ୍ପନ୍ନ ହୋଇଛି। ଆଉ ଏହି ସମୟରେ ଫଟୋକୁ ତାଙ୍କ ଫେସ୍‌ବୁକ ପେଜ୍‌ରେ ପୋଷ୍ଟ କରିଛନ୍ତି ନିଜେ ପଲ୍ଲବୀ। ଫଟୋ ପୋଷ୍ଟ ହେବା ପରେ ଏବେ ସୋଶାଲ୍‌ ମିଡିଆରେ ସେମାନଙ୍କ ଏନ୍‌ଗେଜ୍‌ମେଣ୍ଟର ଫଟୋ ଭାଇରାଲ୍‌ ହେଉଛି।

ଅର୍ଦ୍ଧେନ୍ତୁ ଓ ପଲ୍ଲବୀଙ୍କ ନିର୍ବନ୍ଧରେ ଓଡ଼ିଆ ସିନେ ଜଗତରେ ବହୁ ଜଣାଶୁଣା କଳାକାର ଯୋଗ ଦେଇଥିଲେ। ସମସ୍ତଙ୍କ ଉପସ୍ଥିତିରେ ଏହି ସେଲେବ୍ରିଟି କପୁଲ ପରସ୍ପରକୁ ମୁଦି ପିନ୍ଧାଇ ଥିଲେ।

ତେବେ ଉଭୟଙ୍କ ବିବାହ କେବେ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନଥିବା ବେଳେ ଭାଲେଣ୍ଟାଇନ୍‌ସ ଡେ’ରେ ସେମାନେ ବିବାହ କରିପାରନ୍ତି ବୋଲି ଶୁଣିବାକୁ ମିଳିଛି।

‘ବ୍ଲାକ୍‌ମେଲ୍‌’ ଓ ‘ଟପୋରୀ’ ଫିଲ୍ମରେ ଅର୍ଦ୍ଧେନ୍ଦୁଙ୍କୁ ଦର୍ଶକେ ଲିଡ୍‌ ରୋଲ୍‌ରେ ଦେଖିଥିଲେ। ‘ବ୍ଲାକ୍‌ମେଲ୍‌’ ଫିଲ୍ମରେ ଅଭିନେତ୍ରୀ ତମନ୍ନାଙ୍କ ସହ ‘ହାଏ ତୋ ପ୍ରେମର ରଙ୍ଗୋଲି’ଗୀତରେ ଜବରଦସ୍ତ ଡ୍ୟାନ୍ସ କରି ଦର୍ଶକଙ୍କ ହୃଦୟ ଜିତିଥିଲେ ଅର୍ଦ୍ଧେନ୍ଦୁ। ଗୀତଟି ମଧ୍ୟ ବେଶ୍‌ ଲୋକପ୍ରିୟ ହୋଇଥିଲା।

ନିକଟରେ ଅର୍ଦ୍ଧେନ୍ଦୁଙ୍କ ଆଉ ଏକ ଫିଲ୍ମ ‘ମୁଁ ପରଦେଶୀ ଚଢ଼େଇ’ ରିଲିଜ୍ ହୋଇଛି। ଏଥିରେ ତାଙ୍କ ସହିତ ଅଛନ୍ତି ଓଲିଉଡ୍‌ର ଡ୍ୟାନ୍ସିଂ କୁଇନ୍ ଅନୁଭା।

You might also like