ଓଡ଼ିଶାର ବଗିଚାରେ ଫୁଟିଛି ଗୋଟେ ସେଫାଳୀ; ଯାହାର ସୌନ୍ଦର୍ଯ୍ୟରେ ବିଶ୍ୱ ବିମୋହିତ

ଭୁବନେଶ୍ୱର: ଓଡ଼ିଶାର ବଗିଚାରେ ଫୁଟିଛି ଗୋଟେ ସେଫାଳୀ ଫୁଲ। ଇଏ ସେଇ ସେଫାଳୀ ନୁହେଁ ଯିଏ ରାତିରେ ଫୁଟି ସକାଳେ ଝଡ଼ିଯିବ। ବରଂ ଇଏ ସେଇ ସେଫାଳୀ ଯାହାର ସୌନ୍ଦର୍ଯ୍ୟର ବିଶ୍ୱ ବିମୋହିତ। ଯିଏ ଫୁଟିବାମାତ୍ରେ ସାରା ଓଡ଼ିଶା ଆଜି ବିଶ୍ୱକୁ ମହମହ ବାସୁଛି।

ଆମେ କହୁଛୁ ଅର୍ନ୍ତଜାତୀୟ ସୁନ୍ଦରୀ ପ୍ରତିଯୋଗିତାରେ ନିଜର ସୈନ୍ଦର୍ଯ୍ୟରେ ଯାଦୁରେ ସମସ୍ତଙ୍କ ବାନ୍ଧି ରଖିପାରିଥିବା ଆମ ଓଡ଼ିଆ ବଲାଙ୍ଗିରର ଝିଅ ସେଫାଳୀ ଉଦ୍‌ଗାତାଙ୍କ କଥା।

ଶ୍ରୀଲଙ୍କାରେ ସେକଣ୍ଡ ରନର୍ସଅପ୍ ଭାବେ ପୁରସ୍କୃତ କ୍ରାଉନ୍‌ ପିନ୍ଧୁଥିବା ଶେଫାଳୀ

ଶ୍ରୀଲଙ୍କାରେ ହୋଇଥିବା ମିସ୍ ବ୍ରିଟିଶ୍ ଏମ୍ପାୟର୍ ୨୦୧୯ ସୁନ୍ଦରୀ ପ୍ରତିଯୋଗିତାରେ ବିଶ୍ୱର ଅନ୍ୟ ଝିଅଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ସେଫାଳୀ।

Shefali Udgata won the Opera Miss India Global-2019 crown
ପୁରୁଣା ଫଟୋ

ବିଭିନ୍ନ ରାଉଣ୍ଡରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ପରେ ସେଫାଳୀ ସେକଣ୍ଡ ରନର୍ସଅପ୍ ଭାବେ ପୁରସ୍କୃତ ହୋଇଛନ୍ତି। ବିଶ୍ୱସ୍ତରର ଅନ୍ୟ ପ୍ରତିଯୋଗୀଙ୍କୁ ସେ କଡ଼ା ଟକ୍କର ଦେଇଥିଲେ। ତେବେ ଏହାପୂର୍ବରୁ ସେଫାଳୀ ଅପେରା ମିସ୍ ଇଣ୍ଡିଆ ଗ୍ଲୋବାଲ୍ ବିଜେତା ହୋଇଥିଲେ।

Beautiful Shefali Udgata anchor
ପୁରୁଣା ଫଟୋ

ପ୍ରତିଯୋଗିତା ପରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି ସେଫାଳୀ। ଏହି ଅବସରରେ ବ୍ରିଟିଶ୍ ଏମ୍ପାୟର୍ ପ୍ରତିଯୋଗିତାରେ କିପରି ଥିଲା ତାଙ୍କର ପୂରା ଜର୍ଣ୍ଣି, ସେ ସମ୍ପର୍କରେ ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ଅତୁଲ୍ୟ ବାଉତ। ତଳେ ଭିଡିଓରେ ଦେଖନ୍ତୁ କଣ କହୁଛନ୍ତି ସେଫାଳୀ –

 

 

You might also like