ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାରର ଘୋଷଣା

ରବିଶଙ୍କର ପଟ୍ଟନାୟକଙ୍କୁ ଜୟଦେବ ସମ୍ମାନ ; ତରଙ୍ଗ ଚ୍ୟାନେଲର ‘ନୂଆବୋହୂ’ ସିରିଏଲକୁ ୫ଟି ବିଭାଗରେ ସମ୍ମାନ

ଭୁବନେଶ୍ୱର : ୨୦୧୭ ମସିହା ପାଇଁ ଘୋଷଣା ହୋଇଛି ୨୯ତମ ରାଜ୍ୟ ଓଡ଼ିଆ ଚଳଚ୍ଚିତ୍ର ଓ ଷଷ୍ଠ ରାଜ୍ୟ ଟେଲି ପୁରସ୍କାର। ତା ସହିତ ସର୍ବୋଚ୍ଚ ସମ୍ମାନ ଜୟଦେବ ସମ୍ମାନ ବି ଘୋଷଣା ହୋଇଛି। ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ବିଶିଷ୍ଟ ଅବଦାନ ପାଇଁ ରବିଶଙ୍କର ପଟ୍ଟନାୟକଙ୍କୁ ମିଳିଛି ଜୟଦେବ ସମ୍ମାନ।

ସେହିଭଳି ‘ହେଲୋ ଆର୍‌ସି’ରେ ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ସମ୍ବିତ ମହାନ୍ତି, ଶ୍ରେଷ୍ଠ ଅଭିନେତା ଭାବେ ‘ହେଲୋ ଆର୍‌ସି’ର ପାର୍ଥସାରଥୀ ରାୟ, ଲୈଲା ଓ ଲୈଲାରେ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ସନମିରା ନାଗେଶଙ୍କୁ ମିଳିଛି ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ।

ଚଳଚ୍ଚିତ୍ର ସମ୍ପାଦନା କ୍ଷେତ୍ରରେ ରବିଶଙ୍କର ପଟ୍ଟନାୟକଙ୍କୁ ଜୟଦେବ ସମ୍ମାନ

 ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ‘ହେଲୋ ଆର୍‌ସି’ର ସମ୍ବିତ ମହାନ୍ତିଙ୍କୁ ସମ୍ମାନ

ତରଙ୍ଗ ଚ୍ୟାନେଲର ‘ନୂଆବୋହୂ’ ସିରିଏଲକୁ ୫ଟି ବିଭାଗରେ ସମ୍ମାନ

ସେହିଭଳି ସତ୍ୟଜିତ୍‌ ପ୍ରଧାନ ଓ ଅସୀମା ପଣ୍ଡାଙ୍କୁ ମିଳିଛି ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ। ସେହିଭଳି ଷଷ୍ଠ ରାଜ୍ୟ ଟେଲି ପୁରସ୍କାରରେ ତରଙ୍ଗ ଚ୍ୟାନେଲରେ ପ୍ରସାରିତ ଧାରାବାହିକକୁ ୫ଟି ଭିନ୍ନ ଭିନ୍ନ ବିଭାଗରେ ସମ୍ମାନ ମିଳିଛି। ଶ୍ରେଷ୍ଠ ଟେଲି ସିରିଏଲ ‘ନୂଆ ବୋହୂ’ ପାଇଁ ପ୍ରଡ୍ୟୁସର ଅକ୍ଷୟ ପରିଜା, ଶ୍ରେଷ୍ଠ ଅଭିନେତା ଭାବେ ‘ନୂଆ ବୋହୂ’ର ଜଗଜିତ୍ ପାଲ୍, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ‘ନୂଆ ବୋହୂ’ର ମିତାଲି ସରଘରିଆ, ‘ନୂଆ ବୋହୂ’ରେ ଶ୍ରେଷ୍ଠ ସହଯୋଗୀ ଅଭିନେତା ପାଇଁ ମୃତ୍ୟୁଞ୍ଜୟ କର ଓ ‘ନୂଆ ବୋହୂ’ରେ ଶ୍ରେଷ୍ଠ ଷ୍ଟୋରୀ ରାଇଟର ପାଇଁ ସୋନାଲି ଶ୍ରୀବାସ୍ତବଙ୍କୁ ମିଳିଛି ସମ୍ମାନ।

ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରିଛନ୍ତି ବିଭାଗୀୟ ସଚିବ ମନୋରଞ୍ଜନ ପାଣିଗ୍ରାହୀ।

ଆହୁରି ପଢ଼ନ୍ତୁ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

ନା ଅଛି ବେଡ୍‌ ନା ତକିଆ…ଜେଲ୍‌ରେ ଏବେ ଏମିତି କଟୁଛି ରିୟାଙ୍କ ଦିନ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା; ଡ୍ରଗ୍ ପେଡଲର ଗିରଫ

You might also like