ରେକର୍ଡ କଲା ‘ପ୍ୟାର୍ ବାଲା ହିଚ୍କି’
ଭୁବନେଶ୍ୱର: ଓଡ଼ିଆ ଗୀତ ‘ପ୍ୟାର୍ ବାଲା ହିଚ୍କି’ ବର୍ତ୍ତମାନ ୟୁଟ୍ୟୁବ୍ରେ ବୋବାଲ ମଚାଇଛି। ଗୀତଟିକୁ ଏବେ ସୁଦ୍ଧା ୨୦ମିଲିୟନରୁ ଅଧିକ ଦର୍ଶକ ଦେଖିସାରିଲେଣି। ତରଙ୍ଗ ସିନେ ପ୍ରଡକ୍ସନ ନିର୍ମିତ ‘ସୁନ୍ଦରଗଡ଼ର ସଲ୍ମାନ’ ଚଳଚ୍ଚିତ୍ରର ଏହି ଗୀତଟିକୁ ୨ ମାସ ଭିତରେ୨୦ ମିଲିୟନ୍ ଦର୍ଶକ ଦେଖିଛନ୍ତି ଯାହା ଏକ ରେକର୍ଡ । ରଜ ବଜାରରେ ପରଦାକୁ ଆସିଥିବା ଏହି ସିନେମାକୁ ଦର୍ଶକ ମାନଙ୍କ ବେଶ୍ ରେସପନ୍ସ ମିଳିଥିଲା।
ଏଥିସହିତ ସିନେମା ରଲିଜ ପୂର୍ବରୁ ଏହାର ଗୀତ ଗୁଡ଼ିକ ବେଶ୍ ହିଟ୍ ହୋଇସାରିଥିଲା। ବିଶେଷ କରି ‘ପ୍ୟାର୍ୱାଲା ହିଚ୍କି’ ଗୀତଟିକୁ ଦର୍ଶକ ବହୁମାତ୍ରାରେ ପସନ୍ଦ କରିଥିଲେ। ଅଭିଜିତ୍ ମଜୁମଦାର ଗୀତର ନିର୍ଦ୍ଦେଶନା ଦେଇଥିବା ବେଳେ ରଚନା କରିଛନ୍ତି ନିର୍ମଳ ନାୟକ। ଗୀତଟିକୁ ସ୍ୱର ଦେଇଛନ୍ତି ଓଲିଉଡ୍ର ଜଣାଶୁଣା ଗାୟକ ହ୍ୟୁମାନ୍ ସାଗର। ଗୀତରେ ଦମ୍ଦାର ନୃତ୍ୟ ପ୍ରଦର୍ଶନ କରିଛନ୍ତି ଓଲିଉଡ୍ ନାୟକ ବାବୁଶାନ୍ ଓ ନାୟିକା ଦିବ୍ୟା।