‘ମିସ୍ ୟୁ ବିଗ୍ ଅଙ୍କଲ୍’‌

ଭୁବନେଶ୍ୱର: ମୋ ଲାଇଫ୍‌ର ପ୍ରଥମ ହିରୋ ‘ମୋ ବିଗ୍ ଅଙ୍କଲ’ ଆଉ ନାହାଁନ୍ତି। ଏକଥାକୁ ସହଜରେ ବିଶ୍ୱାସ କରିହେଉନି। ଲାଗୁଛି ଯେମିତି ମୋ ଦୁନିଆ ଏଇଠି ଅଟକି ଯାଇଛି। କେହି ଆଉ ମୋତେ ମିଛ କହିନି ତ ? ଲାଗୁଛି ଏଇନେ ଫୋନ୍ କଲେ ବିଗ୍‌ ଅଙ୍କଲ ଫୋନ୍ ରିସିଭ୍ କରିବେ। ଆଉ କହିବେ ହ୍ୟାଲୋ ସିକ୍ସିଟିନ୍‌ ଇୟର୍‌।

ଓଡ଼ିଆ ସିନେ ଜଗତର ବିଗ୍‌ ମ୍ୟାନ୍‌ ବିଜୟ ମହାନ୍ତି ଯେ ଆଉ ନାହାଁନ୍ତି। ଏକଥାକୁ ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି ସୁନା ପଞ୍ଜୁରୀ ଫିଲ୍ମରେ ତାଙ୍କ ନାତୁଣୀ ଭୂମିକାରେ ଅଭିନୟ କରିଥିବା ଶ୍ୱେତା ମିଶ୍ର। ବିଜୟଙ୍କ ବିୟୋଗରେ ଭାଙ୍ଗିପଡ଼ିଛନ୍ତି ଶ୍ୱେତା।

ତାଙ୍କ ବିୟୋଗ ଦୁଃଖରେ ମ୍ରିୟମାଣ ଶ୍ୱେତା କହିଛନ୍ତି, ସେ ରିଲ୍‌ ଲାଇଫ୍‌ରେ ମୋ ଅଜା ଭୂମିକାରେ ଅଭିନୟ କରିଥିଲେ। କିନ୍ତୁ ରିୟଲ୍‌ ଲାଇଫ୍‌ରେ ମୁଁ ତାଙ୍କୁ ମୋ ଅଜା ଭଳି ଦେଖୁଥିଲି। ମୋତେ ଲାଗୁଛି ଆଜି ମୋ ଅଜା ମୋତେ ଛାଡ଼ି ଚାଲିଯାଇଛନ୍ତି।

ଶ୍ୱେତାଙ୍କର ଆଜି ମନେ ପଡ଼ୁଛି ୧୯୯୫ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ସୁନା ପଞ୍ଜୁରୀ କଥା। ଯେଉଁଥିରେ ଶ୍ୱେତା, ମାମା ଭୂମିକାରେ ଅଭିନୟ କରିଥିଲେ। ଆଉ ବିଜୟ ହୋଇଥିଲେ ତାଙ୍କ ଅଜା। ସେହି ସମୟର ସ୍ମୃତି ମନେ ପକାଇ ଶ୍ୱେତା କହିଛନ୍ତି, ସୁନା ପଞ୍ଜୁରୀ ଫିଲ୍ମର ସ୍ମୃତି ସବୁବେଳେ ତାଙ୍କ ଜୀବନରେ ଚିରସବୁଜ ହୋଇ ରହିଯିବ। ବିଜୟ ମହାନ୍ତି ତାଙ୍କ ଜୀବନର ପ୍ରଥମ ହିରୋ ଯାହାଙ୍କୁ ସେ କେବେବି ଭୁଲିପାରିବେନି।

Soija Mama - Odia Love Song | Film - Suna Panjuri | ODIA HD - YouTube

ସେ କହିଛନ୍ତି, “ରିୟଲ୍‌ ଲାଇଫ୍‌ରେ ମୁଁ ଅଜାଙ୍କୁ ଦେଖିନି, କିନ୍ତୁ ସିଏ ମୋ ଅଜା। ସୁନାପଞ୍ଜୁରୀରେ ୪୫ ଦିନର ସୁଟିଂରେ ମୁଁ ପ୍ରାୟ ୪୦ ଦିନ ତାଙ୍କ ପାଖରେ ବିତାଇଛି। ସେ ମୋତେ ଅନେକ ଗେଲ କରନ୍ତି। କୋଳରେ ବସାନ୍ତି। ମୋ ପାଇଁ ଘରୁ ଖାଇବା ନେଇ ଆସନ୍ତି। ମୁଁ ଯେତେବେ ତାଙ୍କୁ କହେ କି ମୁଁ ସିକ୍ସ ଇୟର୍‌ ଓଲ୍ଡ, ସେ ମୋତେ ମଜାରେ କହନ୍ତି, ତୁ ସିକ୍ସିଟିନ୍‌ ଇୟର ଓଲ୍ଡ.। ଶୁଟିଂ ସେଟ୍‌ରେ ହେଉ କିମ୍ବା ଅନ୍ୟ କେଉଁଠି ଦେଖିଲେ ସେ ମୋତେ ହ୍ୟାଲୋ ସିକ୍ସିଟିନ୍ ଇୟର୍ ଓଲ୍ଡ କହି ଡାକନ୍ତି।’’

Actor Bijay Mohanty is returning to Odisha - BreakingOdisha.com

ଆଉ ବିଗ୍‌ ଅଙ୍କଲଙ୍କର ସେ ଡାକ ଶୁଣିବାକୁ ମିଳିବନି, କି ଆଉ ସେ ମୋ ଫୋନ୍ ରିସିଭ୍ କରିବେନି। ହେଲେ ବିଜୟଙ୍କର ଗୋଟିଏ କଥା ଆଜି ଶ୍ୱେତାଙ୍କର ଭାରି ମନେପଡ଼ୁଛି।

ବିଜୟ ଥରେ ଶ୍ୱେତାଙ୍କୁ କହିଥିଲେ, “ଆଜି ସିନା ତୁ ଶ୍ୱେତା ଅଛୁ, କାଲି ଯେତେବେଳେ ମହାଶ୍ୱେତା ହେବୁ ସେତେବେଳେ ମୁଁ ତୋର ହିରୋ ହେବି।” ବିଜୟଙ୍କର ଏହି କଥାକୁ ମନେପକାଇ ଭାବପ୍ରବଣ ହୋଇଯାଇଛନ୍ତି ଶ୍ୱେତା ମିଶ୍ର।

Bijay mohanty accenture portal.html

ସୁନାପଞ୍ଜୁରୀ ଫିଲ୍ମର ସ୍ମୃତି ବଖାଣି ଶ୍ୱେତା କହିଛନ୍ତି, “ମୁଁ ଯେତେବେଳେ ଫିଲ୍ମ ତାଙ୍କ ନାତୁଣୀ ଭୂମିକାରେ ଅଭିନୟ କରିଥିଲି ସେତେବେଳେ ମୁଁ ଯେ ଏତେବଡ଼ ଷ୍ଟାର୍‌ଙ୍କ ସହିତ ଅଭିନୟ କରୁଛି ସେକଥା ଜାଣିନଥିଲି। ହେଲେ ଯେତେବେଳେ ଜାଣିଲି ସେତେବେଳେ ମୁଁ ନିଜକୁ ଭାଗ୍ୟବାନ ମନେକଲି। ସୁନାପଞ୍ଜୁରୀ ସିନେମାରେ ଗୋଟିଏ ସିନ୍‌ ଥିଲା। ଯେଉଁଥିରେ ସିଏ ରାଗିଯାଇ ମୋ ହାତକୁ ଖୁବ୍‌ଜୋର୍‌ ଛାଟିଦେଉଛନ୍ତି, ମୁଁ ଡରି ଯାଇ କାନ୍ଦିଥିଲି। ଶୁଟିଂ ସରିବା ପରେ ବି କାନ୍ଦୁଥିଲି। ମୁଁ କାନ୍ଦୁଥିବାର ଦେଖି ବିଗ୍‌ ଅଙ୍କଲ ମୋ ପାଖକୁ ଆସି ମୋତେ ସରି କହିଥିଲେ। ମୋତେ ଅନେକ ବୁଝାଇଥିଲେ, ଆଉ ମୋ କାନ୍ଦ ବନ୍ଦ ହୋଇଯାଇଥିଲା। ଏତେ ବଡ଼ ବ୍ୟକ୍ତିତ୍ୱର ଏତେ ସ୍ନେହିଁପଣ ଓ ସରଳପଣ ମୁଁ ସେଦିନ ଦେଖିବାକୁ ପାଇଥିଲି।”

ସୁନାପଞ୍ଜୁରୀ ବ୍ୟତୀତ ବିଜୟ ମହାନ୍ତିଙ୍କ ସହିତ ଆହୁରି ଦୁଇ ତିନୋଟି ଫିଲ୍ମରେ ଅଭିନୟ କରିଛନ୍ତି ଶ୍ୱେତା ମିଶ୍ର। ସେହି ଫିଲ୍ମଗୁଡ଼ିକ ହେଲା-ବସୁଧା ଜୀବନସାଥି ଓ ଲକ୍ଷ୍ମୀ ପ୍ରତିମା। ଏହି ଫିଲ୍ମଗୁଡ଼ିକରେ ବିଜୟ ମହାନ୍ତି ତାଙ୍କ ବାପା ଭୂମିକାରେ ଅଭିନୟ କରିଥିଲେ।

ଲକ୍ଷ୍ମୀପ୍ରତିମାରେ ଶୁଟିଂ କଲାବେଳେ ଶ୍ୱେତାଙ୍କୁ ଲାଗୁଥିଲା ଯେ ସେ ସିନେମାର ବାପା ପାଖରେ ନାହାଁନ୍ତି ବରଂ ତାଙ୍କ ନିଜ ବାପାଙ୍କ ସହିତ ଦିନ କାଟୁଛନ୍ତି। ଯିଏ ତାଙ୍କୁ ଋଷିଲେ ମନାଉଛନ୍ତି, ମିଠା ମିଠା କଥା କହୁଛନ୍ତି। ରିଲ୍‌ ଲାଇଫ୍‌ର ଏସବୁ ଅଭୁଲା କଥା ଆଜି ଶ୍ୱେତାଙ୍କର ଭାରି ମନେ ପଡ଼ୁଛି।

ସମୟ ଗଡ଼ିବା ସହିତ ଶ୍ୱେତା ସିନା ବଡ଼ ହେଲେ କିନ୍ତୁ ବିଜୟ ମହାନ୍ତି ତାଙ୍କ ପାଇଁ ସେମିତି ବିଗ୍‌ ଅଙ୍କଲ ହୋଇ ରହିଗଲେ। ଆଉ ବିଜୟ ମଧ୍ୟ ଶ୍ୱେତାଙ୍କୁ ମାମା ଡାକୁଥିଲେ। ଶ୍ୱେତାଙ୍କ ପ୍ରତି ବିଜୟଙ୍କର ସ୍ନେହଁ ମମତା କେବେ କମିନଥିଲା।

ପଢ଼ାର ଚାପ ଯୋଗୁ ଧୀରେ ଧୀରେ ଅଭିନୟ ଜଗତରୁ ଦୂରେଇ ଗଲେ ଶ୍ୱେତା। ଦିନେ ହଠାତ୍‌ କୌଣସି କାର୍ଯ୍ୟକ୍ରମରେ ଶ୍ୱେତାଙ୍କ ସହିତ ଦେଖା ହୋଇଗଲେ ବିଜୟ ମହାନ୍ତି। ଶ୍ୱେତାଙ୍କୁ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଖୁସି ହୋଇଯାଥିଲେ ସେ। ସମସ୍ତଙ୍କ ସହିତ ଶ୍ୱେତାଙ୍କର ପରିଚୟ କରାଇଥିଲେ। ଶ୍ୱେତା ଅଭିନୟ ଜଗତରୁ ଦୂରେଇ ଗଲେ ବି ବିଜୟ ଓ ତାଙ୍କ ପରିବାର ସହିତ ତାଙ୍କର ସମ୍ପର୍କ ଥିଲା।

Tumaku Pai mu Full HD song || Indira Krishnan and Siddhanth ...

ଆଜି ସୁନା ପଞ୍ଜୁରୀର ଗୀତ ଶୁଣି ଭାବପ୍ରବଣ ହୋଇଯାଉଛନ୍ତି ଶ୍ୱେତା। ସେହି ଫିଲ୍ମରେ ବିଜୟଙ୍କ ସହିତ ଅଭିନୟ ବେଳର କେତୋଟି ଫଟୋ ଅପ୍‌ଲଡୋ କରି ଲେଖିଛନ୍ତି ‘ମିସ୍‌ ୟୁ ବିଗ୍‌ ଅଙ୍କଲ।’

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସଲମାନ୍‌, କରଣଙ୍କୁ ସମନ୍‌

ଫିଲ୍ମ ‘ABCD’ ଫେମ୍‌ ଆକ୍ଟର କିଶୋର ଅମନ୍ ଗିରଫ, ଡଗ୍ସ ଜବତ

ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ, ଅଭିନେତ୍ରୀ କହିଲେ-ମୋ ସୁରକ୍ଷା ଏବେ ବିପଦରେ…

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିଲା କି ? ଉଠିଲା ଏହି ୧୦ ପ୍ରଶ୍ନ

ଡ୍ରଗ୍ସ ଲିଙ୍କ୍ ମାମଲାରେ ଆଉଜଣେ ପେଡଲର୍ ଗିରଫ

ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ କାହାକୁ କଲ୍‌ କରିଥିଲେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଦିଶା ?

ଓଡ଼ିଆ ଅଭିନେତା ଶ୍ରୀତମ ଦାସଙ୍କୁ କରୋନା

ବ୍ୟଥିତ ମନରେ ମୁମ୍ବାଇ ଛାଡ଼ିଲେ କଙ୍ଗନା ରଣାୱତ

ସୁଶାନ୍ତଙ୍କ ଫାର୍ମହାଉସ୍‌ରେ ହେଉଥିଲା କି ଡ୍ରଗ୍ସ ପାର୍ଟି ? ମିଳିଲା ଏସବୁ ଜିନିଷ

କଙ୍ଗନାଙ୍କ ଘରର ଅବୈଧ ନିର୍ମାଣର ତାଲିକା ଦେଲା ବିଏମ୍‌ସି

ରାଜ୍ୟପାଳଙ୍କୁ ନ୍ୟାୟ ମାଗିଲେ କଙ୍ଗନା

ଆଉନାହାନ୍ତି ଅଜିତ୍ ଦାସ

You might also like