ଓଡ଼ିଆ ଝିଅ ହେଲେ ବଲିଉଡ୍‌ ଫିଲ୍ମର ନିର୍ଦ୍ଦେଶକ

ଭୁବନେଶ୍ୱର: ବଲିଉଡ୍‌ ଫିଲ୍ମ ‘ମୋତିଚୂର୍‌ ଚକ୍‌ନାଚୂର୍‌’ର ଟ୍ରେଲର୍‌ ନିକଟରେ ରିଲିଜ ହୋଇଛି। କମେଡି ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ଝିଅ ଦେବମିତ୍ରା ବିଶ୍ୱାଳ। ଏହି ଫିଲ୍ମରେ ନୱାଜୁଦ୍ଦିନ୍‌ ସିଦ୍ଦିକ୍‌ ଓ ଅଥିୟା ଶେଟ୍ଟୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି।

ଦେବମିତ୍ରାଙ୍କ ଘର ଭୁବନେଶ୍ୱରରେ। ମିଳିଥିବା ସୂଚନା ଅନୁସାରେ, ଗତ ୧୫ ବର୍ଷ ହେବ ସେ ତାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ବହୁତ ସଂଘର୍ଷ କରିଥିଲେ। ଦେବମିତ୍ରା ତାଙ୍କ କ୍ୟାରିୟର ପ୍ରଥମେ ଟେଲିଭିଜନ୍‌ରୁ ଆରମ୍ଭ କରିଥିଲେ। ବାଲାଜୀ ଟେଲିଫିଲ୍ମସ୍‌ ଲିମିଟେଡ୍‌ରେ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର ଭାବେ ସେ ପ୍ରଥମେ କାର୍ଯ୍ୟ କରିଥିଲେ।

 

View this post on Instagram

 

The magic doesn’t come from within the director’s mind, it comes from within the hearts of the actors. James Cameron

A post shared by Debamitra Biswal 😊 (@debamitra_hasan) on

ଏହି କମେଡି ଫିଲ୍ମରେ ନୱାଜୁଦ୍ଦିନ୍‌, ପୁଷ୍ପିନ୍ଦର ପାଣ୍ଡେ ଏବଂ ଅଥିୟା, ଆନୀ ଚରିତ୍ରରେ ଅଭିନୟ କରିଛନ୍ତି। ସେ ଜଣେ ଶିକ୍ଷିତ ଝିଅ। ଯିଏକି ଜଣେ ଏନ୍‌ଆର୍‌ଆଇଙ୍କୁ ବିବାହ କରିବାକୁ ଚାହୁଁଛନ୍ତି। ଏଭଳି କିଛି ଦୃଶ୍ୟ ଫିଲ୍ମରେ ଦେଖିବାକୁ ମିଳିବ।

ଫିଲ୍ମର କିଛି ଦୃଶ୍ୟ ଭୋପାଳରେ ଶୁଟିଂ ହୋଇଥିବା ବେଳେ ନଭେମ୍ବର ୧୫ରେ ଏହା ରିଲିଜ୍‌ ହେବ।

You might also like