ଦଶହରାରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ପ୍ରେମ୍କୁମାର’
ଭୁବନେଶ୍ୱର: ଚଳିତ ବର୍ଷ ଦଶହରାରେ ପରଦାକୁ ଆସିବ ଓଡ଼ିଆ ଫିଲ୍ମ ‘ପ୍ରେମ୍କୁମାର-ସେଲ୍ସ୍ ମ୍ୟାନ ଅଫ୍ ଦ ଇୟର’। ଏହି ଫିଲ୍ମଟି ତରଙ୍ଗ ସିନେ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ହୋଇଛି। ଫିଲ୍ମ ରିଲିଜ୍ ପୂର୍ବରୁ ଏହାର ଅଡିଓ ରିଲିଜ୍ କରାଯାଇଛି।
ଗତକାଲି ସଂଧ୍ୟାରେ ଭୁବନେଶ୍ୱର ଏସ୍ପ୍ଲାନେଡ୍ ୱାନ୍ ମଲ୍ରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଏହାର ଅଡିଓ ରିଲିଜ୍ କରାଯାଇଛି। ଅଡିଓ ରିଲିଜ୍ ବେଳେ ଫିଲ୍ମର ପୂରା ୟୁନିଟ୍ ଉପସ୍ଥିତ ଥିଲେ।
ପ୍ରେମ୍ ଆନନ୍ଦ ଏହି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଫିଲ୍ମରେ ୬ ଟି ଗୀତ ରହିଛି।
‘ପ୍ରେମ୍ କୁମାର୍’ ଫିଲ୍ମ ଏକ ତ୍ରିକୋଣୀୟ ପ୍ରେମ କାହାଣୀ ଉପରେ ଆଧାରିତ। ଏଥିରେ ଓଲିଉଡ୍ ସୁପର୍ଷ୍ଟାର୍ ଅନୁଭବ ମହାନ୍ତିଙ୍କ ସହ ଦୁଇ ଚୁଲ୍ବୁଲି ଅଭିନେତ୍ରୀ ଶିବାନୀ ଏବଂ ତମନ୍ନା ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। କୁନା ତ୍ରିପାଠୀ, ମନୋଜ ମିଶ୍ର ଓ ପ୍ରଦ୍ୟୁମ୍ନ ଲେଙ୍କା ପ୍ରମୁଖ ଅଭିନେତାଙ୍କୁ ମଧ୍ୟ ଏହି ଫିଲ୍ମରେ ଦେଖିବାକୁ ମିଳିବ।