ସ୍ୱାଧୀନତା ସଂଗ୍ରାମୀଙ୍କ କାହାଣୀ; ଓଡ଼ିଆ ସିନେମା ‘ସହିଦ ରଘୁ ସର୍ଦ୍ଦାର’

ଭୁବନେଶ୍ୱର: ଆସୁଛି ଓଡ଼ିଆ ସିନେମା ‘ସହିଦ ରଘୁ ସର୍ଦ୍ଦାର’। ନିକଟରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍ ସ୍ଥିତ ପ୍ରେସ୍ କ୍ଲବ୍ ପରିସରରେ ଫିଲ୍ମର ମହୁରତ ଅନୁଷ୍ଠିତ ହୋଇଥିଲା। ଏଥିରେ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଓ ଅଭିନେତା ମୁନ୍ନା ଖାନ୍ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପ୍ରଯୋଜକ ଡ. ବିଶ୍ୱନାଥ ପଟ୍ଟନାୟକ ଏବଂ ନିର୍ଦ୍ଦେଶକ ରାଜୀବ ମହାନ୍ତି ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ରର କାହାଣୀ ମହାନ ସ୍ୱାଧୀନତା ସଂଗ୍ରାମୀ ରଘୁ ସର୍ଦ୍ଦାରଙ୍କ ବୀରଗାଥା ଉପରେ ପର୍ଯ୍ୟବସିତ। ‘ଲୋକବିକାଶ’ ସିନେ ପ୍ରଡକ୍ସନ୍‌ର ଏ ହେଉଛି ପ୍ରଥମ ଅବଦାନ। ଫିଲ୍ମରେ ମୁଖ୍ୟ ଭୂମିକାରେ ଦେବାଶିଷ, ଲିପ୍‌ସା, ସନ୍ତୋଷ ଓ କାବ୍ୟାଙ୍କୁ ଦେଖିବାକୁ ମିଳିବ। ଦେବାଶିଷ ସହିଦ ରଘୁ ସର୍ଦ୍ଦାରଙ୍କ ଭୂମିକାରେ ଅଭିନୟ କରିବେ। ଏଥିପାଇଁ ଦେବାଶିଷଙ୍କୁ ରିସର୍ଚ୍ଚ ମଧ୍ୟ କରିଛନ୍ତି।

ଏହି ଫିଲ୍ମର ପରିକଳ୍ପନା ପ୍ରଯୋଜକ ଡ. ବିଶ୍ୱନାଥ ପଟ୍ଟନାୟକ କରିଥିବା ବେଳେ ଏହାର ସଂଳାପ ଲେଖିଛନ୍ତି ଡ. ରଜନୀରଂଜନ। ବିଜୟ ମଲ୍ଲ ଓ ଯାଜପୁର ଜିଲ୍ଲାପାଳ ରଂଜନ ଦାଶ ଏହି ଫିଲ୍ମର ଗୀତଗୁଡ଼ିକୁ ଲେଖିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ।

ଆହୁରି ପଢ଼ନ୍ତୁ

ଚର୍ଚ୍ଚାରେ ଗୋବିନ୍ଦାଙ୍କ ଝିଅ‌ ଟିନା

ରାନୀ ପଣ୍ଡାଙ୍କ ଜୀବନୀକୁ ନେଇ ଆସିଛି ନୂଆ ନାଟକ “ଆଇଟ୍‌ମ ଗର୍ଲ ରାନୀ”

ଶାହରୁଖଙ୍କୁ ନେଇ ଏମିତି ତଥ୍ୟର ଖୁଲାସା କଲେ ପତ୍ନୀ ଗୌରୀ, ପ୍ରମାଣ ପାଇଁ ଫଟୋ ବି ସେୟାର କଲେ

ବସ୍‌ଷ୍ଟପ୍‌ରେ ସୁନ୍ଦରୀ ଝିଅଙ୍କୁ ଅପେକ୍ଷା କରୁଥିଲେ ଅମିତାଭ !

ଶିଳ୍ପାଙ୍କ ଜୋତା: ଦାମ ଜାଣିଲେ ହୋଶ୍‌ ଉଡିଯିବ…

ଝିଅ ସହ ମିଶି ରାନୁ ଗାଇଲେ ମହମ୍ମଦ ରଫିଙ୍କ ଗୀତ, ଭିଡିଓ ଭାଇରାଲ୍‌

ରୁପେଲି ପରଦାକୁ ଫେରିଲେ କି ଜାୟରା !

ଅନ୍ତର୍ଜାତୀୟ ସ୍ତରରେ ସ୍ନେହାଶିଷ ଦାସଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଗାର୍ଗି ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ

ପ୍ରଥମ ଥର ପାଇଁ ପାଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଅକ୍ଷୟ

ବର୍ଷାକୁ ବେଖାତିର ! ସାଇକେଲ ଚଲେଇ ଶୁଟିଂ ସେଟ୍‌ରେ ପହଞ୍ଚିଲେ ସଲମାନ୍

ନାଁ ବଦଳାଇ ଦେଲେ କି ପ୍ରିୟଙ୍କା ଚୋପ୍ରା?

ଗୋଟିଏ କପ୍‌ ଚା’ ଓ କଫି ପିଇଲେ, ବିଲ୍‌ ଆସିଲା ୭୮, ୬୫୦ ଟଙ୍କା

You might also like