ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକଙ୍କ ପରଲୋକ

କଟକ: ପ୍ରସିଦ୍ଧ ଓଡ଼ିଆ ହାସ୍ୟ ଅଭିନେତା ଜୀମୂତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା।

ସେ କଟକ ସିଡିଏ ସେକ୍ଟର-୧୦ରେ ରହୁଥିଲେ। ଏକ ଟିଭି ସିରିଏଲ୍‌ ପାଇଁ ଶୁଟିଂ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସେ ଅନେକ ପ୍ରସିଦ୍ଧ ଓଡ଼ିଆ ଫିଲ୍ମ ଓ ସିରିଏଲ୍‌ରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ପାରିଥିଲେ। ସେ ଓଡ଼ିଶା ପୋଲିସ୍‌ରେ କାର୍ଯ୍ୟ ମଧ୍ୟ କରିଥିଲେ।

You might also like