ଯବାନଙ୍କ ହାତରେ ରାକ୍ଷୀ ବାନ୍ଧିଲା ବେଳେ କାନ୍ଦିଲେ ଶୀତଲ

ଭୁବନେଶ୍ୱର : “ଆଜ୍‌ ମେରା ବେହେନ୍‌ କୀ ରାକ୍ଷୀ ନେହିଁ ଆୟା ଥା…ପର୍‌ ଆପ୍‌ନେ ବାନ୍ଧଲିୟା।” ଜଣେ ଯବାନଙ୍କ ମୁହଁରୁ ଏମିତି କଥା ଶୁଣି ଭାବବିହ୍ୱଳ ହୋଇପଡ଼ିଲେ ଓଲିଉଡ୍‌ ଅଭିନେତ୍ରୀ ଶୀତଲ ପାତ୍ର। ଆଉ ତାଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହିଯାଇଥିଲା। ଅଗଷ୍ଟ ୧୫ତାରିଖରେ ‘ଓଟିଭି’ରେ ରକ୍ଷାବନ୍ଧନ ଉତ୍ସବ ଉପଲକ୍ଷେ ଯବାନଙ୍କମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିବା ବେଳେ ମଞ୍ଚରେ କାନ୍ଦି ପକାଇଥିଲେ ଶୀତଲ।

ଯବାନଙ୍କ ହାତରେ ରାକ୍ଷୀ ବାନ୍ଧି ବେଶ ଗର୍ବ ଅନୁଭବ କରିଥିବା କହିଥିଲେ ଶୀତଲ। ଯେତେବେଳେ ସେ ଯବାନଙ୍କ ହାତରେ ରାକ୍ଷୀ ବାନ୍ଧୁଥିଲେ, ଜଣେ ଯବାନ ତାଙ୍କ ଭଉଣୀ କଥା ମନେ ପକାଇଥିଲେ। ଯବାନଙ୍କ ନିଜ ଭଉଣୀ ପ୍ରତି ଥିବା ସ୍ନେହ ଶ୍ରଦ୍ଧାର କଥା ଶୁଣି ଶୀତଲଙ୍କ ଆଖିରେ ଲୁହ ଆସିଯାଇଥିଲା।

ମଞ୍ଚରେ ରକ୍ଷାବନ୍ଧନର ଅନୁଭୂତି ରଖୁଥିବା ବେଳେ ଶୀତଲ କହିଥିଲେ ଯେ, ଏହା ହେଉଛି ଗର୍ବର ମୂହୁର୍ତ୍ତ। ମୁଁ ଆଜି ଏତେ ଭାଇମାନଙ୍କୁ ରାଖି ବାନ୍ଧୁଛି ଯେଉଁମାନେ କେବଳ ମୋତେ ନୁହେଁ, ଦେଶର ସବୁ ଭଉଣୀମାନଙ୍କୁ ସୁରକ୍ଷା ଦେଉଛନ୍ତି।

ଆହୁରି ପଢ଼ନ୍ତୁ

ବମ୍ବେରେ ଓଡ଼ିଆ ଝିଅ ନଇଶା; ମଡେଲିଂ ପାଇଁ ଚର୍ଚ୍ଚାରେ

ସେଲିବ୍ରିଟିଙ୍କ ଷ୍ଟାଇଲ୍‌; ପାଖରେ ସବୁବେଳେ ରଖିଥାନ୍ତି ଟୁଥ୍‌ବ୍ରଶ୍‌

ଚର୍ଚ୍ଚାରେ ଗୋବିନ୍ଦାଙ୍କ ଝିଅ‌ ଟିନା

ରାନୀ ପଣ୍ଡାଙ୍କ ଜୀବନୀକୁ ନେଇ ଆସିଛି ନୂଆ ନାଟକ “ଆଇଟ୍‌ମ ଗର୍ଲ ରାନୀ”

ଶାହରୁଖଙ୍କୁ ନେଇ ଏମିତି ତଥ୍ୟର ଖୁଲାସା କଲେ ପତ୍ନୀ ଗୌରୀ, ପ୍ରମାଣ ପାଇଁ ଫଟୋ ବି ସେୟାର କଲେ

ବସ୍‌ଷ୍ଟପ୍‌ରେ ସୁନ୍ଦରୀ ଝିଅଙ୍କୁ ଅପେକ୍ଷା କରୁଥିଲେ ଅମିତାଭ !

ଶିଳ୍ପାଙ୍କ ଜୋତା: ଦାମ ଜାଣିଲେ ହୋଶ୍‌ ଉଡିଯିବ…

ଝିଅ ସହ ମିଶି ରାନୁ ଗାଇଲେ ମହମ୍ମଦ ରଫିଙ୍କ ଗୀତ, ଭିଡିଓ ଭାଇରାଲ୍‌

ରୁପେଲି ପରଦାକୁ ଫେରିଲେ କି ଜାୟରା !

ଅନ୍ତର୍ଜାତୀୟ ସ୍ତରରେ ସ୍ନେହାଶିଷ ଦାସଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଓ ଗାର୍ଗି ମହାନ୍ତିଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ

ପ୍ରଥମ ଥର ପାଇଁ ପାଟ୍ରୋଟିକ୍ ଭୂମିକାରେ ନଜର ଆସିବେ ଅକ୍ଷୟ

ବର୍ଷାକୁ ବେଖାତିର ! ସାଇକେଲ ଚଲେଇ ଶୁଟିଂ ସେଟ୍‌ରେ ପହଞ୍ଚିଲେ ସଲମାନ୍

You might also like