ଆଉ ଦୁଇ ଦିନ ପରେ ପ୍ରିୟଙ୍କା-ନିକ୍‌ଙ୍କ ବିବାହ

ଯୋଧପୁର ଯାତ୍ରା କଲେ ପ୍ରିୟଙ୍କା-ନିକ୍‌

ମୁମ୍ବାଇ: ଆଉ ଦୁଇ ଦିନ ପରେ ବିବାହ ବନ୍ଧନରେ ଆବଦ୍ଧ ହେବେ ବଲିଉଡର ପିସି ଓରଫ ପ୍ରିୟଙ୍କା ଚୋପ୍ରା। ବିଦେଶୀ ପ୍ରେମିକ ନିକ୍‌ ଜୋନ୍ସଙ୍କ ସହ ରାଜସ୍ଥାନରେ ବହୁ ଆଡମ୍ବରରେ ବିବାହ ହେବ।

ଏଥିପାଇଁ ମୁମ୍ବାଇରୁ ଜୋଧପୁର ଗସ୍ତ କରିଛନ୍ତି ଏହି ଦୁଇ ଯୋଡ଼ି। ଉଭୟଙ୍କ ପରିବାର ସଦସ୍ୟ ମଧ୍ୟ ଆଜି ରାଜସ୍ଥାନ ଗସ୍ତ କରିଛନ୍ତି। ବିବାହ ପୂର୍ବରୁ ଦୁଇ ଦିନ ଧରି ଚାଲିବ ବିଭିନ୍ନ ଉତ୍ସବ। ଆଉ ଏଥିପାଇଁ ବ୍ୟାପକ ପ୍ରସ୍ତୁତି ମଧ୍ୟ କରାଯାଇଛି।

ଯୋଧପୁରର ଉମ୍ମେଦ ଭବନରେ ପ୍ରିୟଙ୍କାଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ। ବିବାହ ଉତ୍ସବରେ ସାମିଲ ହେବା ପାଇଁ କିଛି ଖାସ୍ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।

You might also like