ଶେଷରେ ରିୟା ମାନିଲେ, ୟୁରୋପ ଟ୍ରିପ୍‌ ପରେ ସୁଶାନ୍ତଙ୍କ ଅବସ୍ଥା ବିଗିଡ଼ି ଯାଇଥିଲା

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ୍‌ ମୃତ୍ୟୁ ପରେ ତାଙ୍କର ଡିପ୍ରେସନକୁ ନେଇ ଅନେକ ପ୍ରକାର ଚର୍ଚ୍ଚା ହେଉଛି। ସୁଶାନ୍ତଙ୍କ ସହ କାମ କରିଥିବା ଅଧିକାଂଶ ବ୍ୟକ୍ତି ଗୋଟିଏ କଥା କହିଛନ୍ତି, ୟୁରୋପ ଟ୍ରିପ୍‌ ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବେଶି ଖରାପ ହୋଇଥିଲା। ଏହା ପରଠାରୁ ସେ ଔଷଧ ନେବା ଆରମ୍ଭ କରିଥିଲେ। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ନାମରେ ମାମଲା ହେବା ପରେ ଏହି ଖବର ଉପରେ ଅନେକ ଚର୍ଚ୍ଚା ହୋଇଛି। ଏବେ ଏହି କଥାକୁ ରିୟା ନିଜେ ମଧ୍ୟ ସ୍ୱୀକାର କରିଛନ୍ତି।

ତଦନ୍ତକାରୀ ଟିମ୍‌ଙ୍କ ସମ୍ମୁଖରେ ରିୟା କହିଛନ୍ତି, ସୁଶାନ୍ତଙ୍କ ପାଖରେ ମାନସିକ ରୋଗର ଲକ୍ଷଣ ପ୍ରଥମ ଥର ପାଇଁ ଏହି ଟ୍ରିପ୍‌ରେ ଯିବାବେଳେ ଦେଖିବାକୁ ପାଇଥିଲେ।

ଏଠି କହିରଖିବୁ, ସୁଶାନ୍ତ ଏବଂ ରିୟା ୨୦୧୯ ଅକ୍ଟୋବରରେ ୟୁରୋପ ଟ୍ରିପ୍‌ରେ ଯାଇଥିଲେ। ଏହି ଟ୍ରିପ୍‌ରୁ ଫେରିବା ପରେ ସୁଶାନ୍ତଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମିଳିଥିଲା।

ଇଣ୍ଡିଆ ଟୁଡେରୁ ମିଳିଥିବା ତଥ୍ୟ ଅନୁସାରେ ଟ୍ରିପ୍‌ରେ ଯାଇଥିବାବେଳେ ସେମାନ ଇଟାଲିରେ ୬୦୦ ବର୍ଷର ଏକ ପୁରଣା ହୋଟେଲ୍‌ରେ ରହିଥିଲେ। ହୋଟେଲର ରୁମ୍‌ ବହୁତ ବଡ଼ ଥିଲା । କାନ୍ଥରେ ପୁରୁଣା ପେଟିଂସ୍‌ ଥିଲା। ରିୟା ଏକଥା ମଧ୍ୟ କହିଥିଲେ ଯେ, ଏଠାରେ ଏକ ପେଟିଂ ଥିଲା ଯେଉଁଥିରେ ଶନି ନିଜ ସନ୍ତାନଙ୍କୁ ଖାଉଥିବା ଦେଖିବାକୁ ମିଳିଥିଲା। ରିୟା ତାଙ୍କ ଭାଇ ଶୌବିକଙ୍କ ସହ ଅନ୍ୟ ଏକ ରୁମ୍‌ରେ ରହୁଥିଲେ। ସେଠାରୁ ଫେରି ଦେଖିଲେ, ସୁଶାନ୍ତ ରୁଦ୍ରାକ୍ଷ ଧରି କିଛି ମନ୍ତ୍ର ଜପୁଛନ୍ତି ଏବଂ ଖୁବ୍‌ ଭୟଭୀତ ମଧ୍ୟ ଦିଶୁଛନ୍ତି।

ରିୟା ପଚାରିବାରୁ ସୁଶାନ୍ତ କହିଥିଲେ, ପେଟିଂରେ ଏମିତି କିଛି କ୍ୟାରେକ୍ଟର ଦେଖି ପାରୁଛନ୍ତି ଯାହା ସେ ଠିକ୍‌ ଭାବେ କହି ପାରୁନାହାନ୍ତି। ସେ ଦିନ ରାତିରେ ରିୟା ତାଙ୍କ ଭାଇ ଶୌବିକ ସହ ସୁଶାନ୍ତଙ୍କ ରୁମ୍‌ରେ ଶୋଇଥିଲେ। ତେବେ ସେହି ପେଟିଂକୁ ନେଇ ସୁଶାନ୍ତଙ୍କ ମନରେ କିଛି ଭ୍ରମ ସୃଷ୍ଟି ହୋଇଥିବା ରିୟା କହିଛନ୍ତି।

ଏହାପରେ ସୁଶାନ୍ତ ରିୟାଙ୍କ ସହ ଅଷ୍ଟ୍ରିୟା ଯାଇଥିଲେ। ସଠାରେ ମଧ୍ୟ ସୁଶାନ୍ତଙ୍କୁ ଭଲ ଲାଗି ନ ଥିଲା ଏବଂ ସେଠାରୁ ଫେରି ଆସିଥିଲେ। ନଭେମ୍ବର ୨ ତାରିଖରେ ସେମାନଙ୍କର ଭାରତ ଫେରିବାର କାର୍ଯ୍ୟକ୍ରମ ଥିଲା । କିନ୍ତୁ ସେମାନେ ଅକ୍ଟୋବର ୨୮ରେ ଫେରି ଆସିଥିଲେ।

ଏହି ଟ୍ରିପରୁ ଫେରିବା ପରେ ସୁଶାନ୍ତଙ୍କ ଏନର୍ଜି ଏକଦମ୍‌ କମି ଯାଇଥିବା ଜେରା ବେଳେ କହିଛନ୍ତି ରିୟା। ଘଣ୍ଟା ଘଣ୍ଟା ଧରି ଚୁପ୍‌ଚାପ ବସି ରହୁଥିଲେ। ମୁମ୍ବାଇରେ ତାଙ୍କ ଅବସ୍ଥା ଆହୁରି ଖରାପ ହୋଇ ଯାଇଥିଲା। କେତେବେଳେ ଚିତ୍କାର କରୁଥିଲେ ତ କେତେବେଳେ କାନ୍ଦୁଥିଲେ ବୋଲି ମଧ୍ୟ ରିୟା କହିଛନ୍ତି।

ସୂଚନାଥାଉ କି, ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ରିୟା ଚକ୍ରବର୍ତ୍ତୀ ଉସ୍‌କାଇଥିବା ସୁଶାନ୍ତଙ୍କ ବାପା ଅଭିଯୋଗ କରିଥିଲେ। ସିବିଆଇ ଏହି ମାମଲାକୁ ନେଇ ଯାଞ୍ଚ କରୁଛି। ଅନ୍ୟପକ୍ଷେ ମନି ଲଣ୍ଡରିଂ ମାମଲାରେ ଇଡି ରିୟାଙ୍କୁ ଜେରା କରୁଛି। ତେବେ ସୁଶାନ୍ତଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ ସୁଶାନ୍ତଙ୍କ ଅସୁସ୍ଥତା ନେଇ ତାଙ୍କ ପାଖରେ କୌଣସି ଖବର ନ ଥିଲା।

 

ଆହୁରି ପଢ଼ନ୍ତୁ

କାହିଁକି ଭଉଣୀ ଆଶାଙ୍କ ସହ ସମ୍ପର୍କ କାଟି ଦେଇଥିଲେ ଲତା ମଙ୍ଗେସକର ?

NCB ଆଗରେ କାନ୍ଦିଲେ ଦୀପିକା

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ମାମଲା: ଦୀପିକା, ସାରାଙ୍କ ସମେତ ଏହିସବୁ ଅଭିନେତ୍ରୀଙ୍କ ଫୋନ୍‌ ସିଜ୍‌

ଡ୍ରଗ୍ସ ନେଉଥିବା କଥା ଅସ୍ୱୀକାର କଲେ ସାରା ଓ ଶ୍ରଦ୍ଧା

କଙ୍ଗନାଙ୍କ ବିରୋଧରେ ମାମଲା ରୁଜୁ

ପଞ୍ଚଭୂତରେ ଲୀନ ହେଲେ ସ୍ୱର ସମ୍ରାଟ୍ ଏସ୍‌ପି ବାଲାସୁବ୍ରମଣ୍ୟମ

ସଫେଇ ଦେଲେ କରନ ଜୋହର: ‘କେବେ ଡ୍ରଗ୍ସ ନେଇନାହାନ୍ତି କିମ୍ବା କାହାକୁ ପ୍ରୋତ୍ସାହିତ କରିନାହାନ୍ତି’

ଗୋଟିଏ ପ୍ରଶ୍ନ ଦୀପିକାଙ୍କ ପାଇଁ ସାଜିଛି କଣ୍ଟା

ଦୀପିକା, ଶ୍ରଦ୍ଧା ଓ ସାରାଙ୍କୁ ଆଜି ଏନ୍‌ସିବିର ଜେରା

ରିୟାଙ୍କ ସହ ଡ୍ରଗ୍ସ ଚାଟ୍ କଥା ସ୍ୱୀକାର କଲେ ରକୁଲ୍!

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

You might also like