ସୁଶାନ୍ତଙ୍କ ବେକରେ ଥିବା ଦାଗକୁ ନେଇ ମିଳିଲା ନୂଆ ସୁରାକ୍
ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ଏବେ ସାମ୍ନାକୁ ଆସିଛି। ଷ୍ଟନ୍ ଗନ୍ ସାହାଯ୍ୟରେ ସୁଶାନ୍ତଙ୍କୁ ହତ୍ୟା କରାଯାଇ ଥାଇପାରେ ବୋଲି ଅଭିଯୋଗ ହୋଇଛି।
ସୁଶାନ୍ତଙ୍କ ଜଣେ ଫଲୋର୍ ଏକ ଟ୍ୱିଟ୍ କରି ଲେଖିଛନ୍ତି, ଶରୀରରେ ଷ୍ଟନ୍ ଗନ୍ ବ୍ୟବହାର ପରେ ଯେଉଁ ଦାଗ ସୃଷ୍ଟି ହୋଇଥାଏ, ଏହା ସୁଶାନ୍ତଙ୍କ ବେକରେ ଥିବା ଦାଗ ସହ କିଛି ମାତ୍ରାରେ ସମାନ ଥିଲା। ତେଣୁ ସୁଶାନ୍ତଙ୍କୁ ଷ୍ଟନ୍ ଗନ୍ ସାହାଯ୍ୟରେ ହତ୍ୟା କରାଯାଇ ଥାଇପାରେ ବୋଲି ଅଭିଯୋଗ ହୋଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସମସ୍ତଙ୍କୁ ଏହା ଆଶ୍ଚର୍ଯ୍ୟ କରିଛି।
ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ, ଷ୍ଟନ୍ ଗନ୍ ହେଉଛି ବ୍ୟାଟେରୀ ଚାଳିତ ଗନ୍। ଯେତେବେଳେ ଜଣେ ବ୍ୟକ୍ତିଙ୍କ ଶରୀରରେ ଏହି ଗନ୍ର ଟ୍ରିଗର୍ କିମ୍ବା ବଟନ୍ ଦବା ଯାଇଥାଏ, ତତ୍କ୍ଷଣାତ ଏହା ଇଲେକ୍ଟ୍ରିକ୍ ଚାର୍ଜ ହୋଇଥାଏ ଓ ସମ୍ପୃକ୍ତ ବ୍ୟକ୍ତି ଜଣକ ନିସ୍ତେଜ ହୋଇଯାଆନ୍ତି। ବିଶେଷକରି, ପୋଲିସ୍ ମାନେ ଏହି ଗନ୍ର ବ୍ୟବହାର କରିଥାନ୍ତି। ଅପରାଧୀଙ୍କୁ କୌଣସି ଆଘାତ ନ ପହଞ୍ଚାଇ ନିସ୍ତେଜ କରିବା ପାଇଁ ଏହାକୁ ବ୍ୟବହାର କରିଥାନ୍ତି
ସୁଶାନ୍ତଙ୍କ ଫଲୋର୍ ଜଣକ କରିଥିବା ଏହି ଟ୍ୱିଟ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ପରେ ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ସୁଶାନ୍ତ ମୃତ୍ୟୁ ମାମଲା ତଦନ୍ତରେ ସିବିଆଇ ସହ ଏନ୍ଆଇଏକୁ ସାମିଲ କରାଯାଉ ବୋଲି ଦାବି କରିଛନ୍ତି।
ଟ୍ୱିଟ୍ କରି ସୁବ୍ରମଣ୍ୟମ ସ୍ୱାମୀ କହିଛନ୍ତି, କେଉଁଠୁ ଏହି ବନ୍ଧୁକ ଚୋରା ଚାଲାଣ କରାଯାଇଥିଲା ? ଏହି ମାମଲାର ତଦନ୍ତରେ NIA ନିଶ୍ଚିତ ଭାବରେ ସାମିଲ ହେବା ଆବଶ୍ୟକ।
ଏହା ପୂର୍ବରୁ ଆମେରିକାର ଜଣେ ଡାକ୍ତର କହିଥିଲେ ଯେ, ସୁଶାନ୍ତଙ୍କୁ ହତ୍ୟା କରିବା ପାଇଁ ଷ୍ଟନ୍ ଗନ୍ର ବ୍ୟବହାର ହୋଇଛି।
ଅନ୍ୟପକ୍ଷରେ ED, ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀ, ତାଙ୍କ ବାପା ଓ ତାଙ୍କ ଭାଇଙ୍କ ମୋବାଇଲ୍ ଫୋନ୍, ଲାପ୍ଟପ୍, tabs ଇତ୍ୟାଦି ଜବତ କରିଛି।
ଜୁନ୍ ୧୪ରେ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟ୍ରେ ଝୁଲନ୍ତା ଅବସ୍ଥାରେ ସୁଶାନ୍ତଙ୍କ ମୃତଦେହ ମିଳିଥିଲା।