ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ‘ପ୍ରେମରେ ରଖିଛି ଶହେରୁ ଶହେ’

ଲିଡ୍ ରୋଲରେ ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ରିୟା

କଟକ :  ସରସ୍ୱତୀ ପୂଜା ଅବରସରେ କଟକର ବୃନ୍ଦାବନ ସିନେମା ହଲ୍‌ରେ ରିଲିଜ୍ ହୋଇଛି ଓଡ଼ିଆ ଫିଲ୍ମ ‘ପ୍ରେମରେ ରଖିଛି ଶହେରୁ ଶହେ’ ଫିଲ୍ମରେ ଓଲିଉଡ଼୍‌ ରୋମାଣ୍ଟିକ୍‌ ବୟ ଜ୍ୟୋତିଙ୍କ ଅପୋଜିଟ୍‌ରେ ନଜର ଆସିଛନ୍ତି ଚୁଲବୁଲି ନାୟିକା ରିୟା।

ଭିନ୍ନ ଏକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ଉଭୟ ଡବଲ୍ ରୋଲ୍‌ରେ ନଜର ଆସିଛନ୍ତି ଅଭିନ୍ତ୍ରୀ ରିୟା।  ଅନ୍ୟମାନଙ୍କ ମଧ୍ୟରେ ଫିଲ୍ମରେ ଅଭିନେତ୍ରୀ ଐଶ୍ୱର୍ଯ୍ୟା, ଅନୁରାଧା,ଗୁଡ୍ଡୁ ପ୍ରମୁଖ କଳାକାର। ନଜର ଆସିଛନ୍ତି।

ରାସେଶ୍ୱରୀ ଏଣ୍ଟରଟେନ୍‌ମେଣ୍ଟ ବ୍ୟାନରରେ ର୍ନିମିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ୍‌ର ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ନାୟକ। ଫିଲ୍ମରେ ଭରି ରହିଛି ରୋମାନ୍ସ, କମେଡି, ଆକ୍ସନ ଓ  ଡାନ୍‌ସର ତଡ଼କା।

ଦିଲ୍ଲିପ୍ ଦାସ ଫିଲ୍ମର ଷ୍ଟୋରୀ ଲାଇନକୁ ବେଶ୍ ଦମ୍‌ଦାର୍ କରିଥିବା ବେଳେ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓଲିଉଡ୍‌ର ଲୋକପ୍ରିୟ ସଂଗୀତକାର ମଳୟ ମିଶ୍ର। ତେବେ ପୂଜା ଓ ଭ୍ୟାଲେଣ୍ଟାଇନ୍ ଓ୍ୱିକ୍ ଅବସରରେ ଏହା ନିଶ୍ଚିତରୂପେ ଦର୍ଶକଙ୍କ ମନକୁ ଛୁଇଁବ ବୋଲି ଆଶା ରଖିଛନ୍ତି ଫିଲ୍ମର ପ୍ରଯୋଜକ।

You might also like