ଆଜି ରିଲିଜ ହେବ ନୂଆ ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’
ଭୁବନେଶ୍ୱର: ଆଜି ରିଲିଜ ହେଉଛି ନୂଆ ଓଡ଼ିଆ ଫିଲ୍ମ ‘ଲୋକାଲ ଟୋକା ଲଭ୍ ଚୋଖା’। ଏହାର ପ୍ରିମିୟର ସୋ’ କଟକର ଜୟଶ୍ରୀ ସିନେମା ହଲ୍ରେ ଅନୁଷ୍ଠିତ ହେବ।
ବାବୁସାନ୍ ଓ ସନ୍ମିରାଙ୍କ ଲଭ୍, ରୋମାନ୍ସ ଦର୍ଶକ ଏହି ଫିଲ୍ମରେ ଦେଖିବାକୁ ପାଇବେ। ଏ ଦୁହିଁଙ୍କ ବ୍ୟତୀତ ଫିଲ୍ମରେ ପ୍ରଦ୍ୟୁମ୍ନ ଲେଙ୍କା, ଅପରାଜିତା ମହାନ୍ତି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ନିର୍ଦ୍ଦେଶନା ସୁଧାଂଶୁ ମୋହନ ସାହୁ ଦେଇଥିବା ବେଳେ ସଂଳାପ ଲେଖିଛନ୍ତି ନିର୍ମଳ ନାୟକ। ବୈଦ୍ୟନାଥ ଦାସ ଏହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି।
ଫିଲ୍ମର ଟାଇଟଲ ଗୀତ ସମେତ ସମସ୍ତ ଗୀତ ରିଲିଜ ପୂର୍ବରୁ ହିଟ୍ ହୋଇସାରିଛି। ଏହି ଫିଲ୍ମରେ ମୋଟ ୫ଟି ମନଛୁଆଁ ଗୀତ ରହିଛି।