ଫ୍ୟାନ୍ସଙ୍କୁ ନେହାଙ୍କ ସର୍‌ପ୍ରାଇଜ୍‌, ଶେଆର କଲେ ରୋକା ସେରିମୋନି ଭିଡିଓ

ମୁମ୍ବାଇ: ବଲିଉଡ୍‌ର ପ୍ରସିଦ୍ଧ ଗାୟିକା ନେହା କକ୍କର ସିଙ୍ଗର୍‌ ରୋହନ‌ପ୍ରୀତ୍‌ ସିଂଙ୍କୁ ବିବାହ କରିବେ ବୋଲି ଗତ କିଛିଦିନ ହେବ ବେଶ୍‌ ଚର୍ଚ୍ଚା ହେଉଛି। ରୋହନ‌ପ୍ରୀତ୍‌ ସିଂଙ୍କ ସହ ନେହାଙ୍କ ବିବାହ ଖୁବ୍‌ ଶୀଘ୍ର ହେବ ବୋଲି ଶୁଣିବାକୁ ମିଳୁଛି।

ଗତକାଲି ନେହା ଇନ୍‌ଷ୍ଟାଗ୍ରାମ ରେ ଏକ ଭିଡିଓ ଶେଆର କରି ଲେଖିଥିଲେ, ଯେତେବେଳେ ସେ ମୋତେ ପ୍ରଥମ ଥର ପାଇଁ ତାଙ୍କ ବାପାମା’ ଓ ପରିବାର ଲୋକଙ୍କ ସହ ଭେଟ କରାଇଥିଲେ… ମୁଁ ତୁମକୁ ବହୁତ ଭଲପାଏ ରୋହନ୍‌।

ନେହାଙ୍କର ଏହି ଭିଡିଓରେ ରୋହନ୍‌ କମେଣ୍ଟ କରି ଲେଖିଥିଲେ, ସେ ଦିନ ମୋ ପାଇଁ କଣ ଥିଲା, ତାହା ମୁଁ ଶବ୍ଦରେ ବ୍ୟାଖ୍ୟା କରିପାରିବି ନାହିଁ। ମୁଁ ପୂରା ଦୁନିଆକୁ ମୋ ହାତ ମୁଠାରେ ପାଇଥିଲି।’

 

View this post on Instagram

 

The day he made me meet His Parents and Family ♥️😇 Love You @rohanpreetsingh 🥰 #NehuPreet

A post shared by Neha Kakkar (@nehakakkar) on Oct 19, 2020 at 4:56am PDT

ଆଉ ଏକ ଭିଡିଓ ଶେଆର କରି ନେହା ଫ୍ୟାନ୍ସମାନଙ୍କୁ ସର୍‌ପ୍ରାଇଜ୍‌ ଦେଇଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି, ନେହା ରୋହନ‌ପ୍ରୀତ୍‌ଙ୍କ ସହ ଏକ ରୋକା ସେରିମୋନିରେ ସାମିଲ ହୋଇଛନ୍ତି। ଉଭୟ ଡ୍ୟାନ୍ସ କରିବା ସହ ବେଶ୍‌ ଖୁସି ଥିବା ଦେଖିବାକୁ ମିଳିଛି। ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓ ଶେଆର କରି ନେହା ତାଙ୍କର ମ୍ୟୁଜିକ୍‌ ଭିଡିଓ “Nehu Da Vyah”ର ରିଲିଜ୍ ତାରିଖ ଘୋଷଣା କରିବା ସହ‌ ଲେଖିଛନ୍ତି, Here’s Our Roka ceremony clip!! ♥️💃🏻😇 I Love @rohanpreetsingh and Family 😍🙌🏼।’

ରୋହନ‌ପ୍ରୀତ୍ କମେଣ୍ଟ କରି ଲେଖିଛନ୍ତି, ‘“Babuuu I love youuuu so much. Best day best moments. Shukar aa mere rabb Da.”

ମ୍ୟୁଜିକ୍‌ ରିଅଲଟି ଶୋ’ ‘India’s Rising Star’  ଦ୍ୱିତୀୟ ସିଜନ୍‌ର ଫାଷ୍ଟ୍‌ ରନର୍‌ ଅପ୍‌ ହୋଇଥିଲେ ରୋହନ‌ପ୍ରୀତ୍‌। ସେ ୱେଡିଂ ରିଅଲିଟି ଶୋ’‘Mujhse Shaadi Karoge’  ରେ ମଧ୍ୟ ନଜର ଆସିଥିଲେ।

ଆହୁରି ପଢ଼ନ୍ତୁ

ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ପଡୋଶୀ ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ବଞ୍ଚିବାକୁ ପଡୁଥିଲା…ଏମିତି ଅଭାବରେ କଟିଥିଲା ରାକ୍ଷୀ ସାୱନ୍ତଙ୍କ ପିଲାଦିନ

ନାଲି ଲେହଙ୍ଗା ପିନ୍ଧି ରିସେପ୍‌ସନ ଫଟୋ ଶେୟାର କଲେ ସନା ଖାନ୍‌

କଙ୍ଗନାକୁ ଅନ୍ତରୀଣ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ

କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା

ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ମାଗଣାରେ ପିଲାଙ୍କୁ ଖାଇବାକୁ ଦେବେ ଅର୍ଜୁନ୍‌

କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର ହେଲେ ଟାଇଗର୍‌ ପପ୍

ଗର୍ଭାବସ୍ଥାରେ ଶୁଟିଂ ସେଟ୍‌ ପହଞ୍ଚିଲେ ଅନୁଷ୍କା

You might also like