ଷ୍ଟେଜ୍‌ରେ ଡାନ୍ସ କରୁଥିବାବେଳେ ତଳେ ପଡ଼ିଗଲେ ନେହା

ମୁମ୍ବାଇ: ଲୋକପ୍ରିୟ ଟେଲିଭିଜନ ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ କାର୍ଯ୍ୟକ୍ରମକୁ ଦର୍ଶକମାନେ ବେଶ୍‌ ପସନ୍ଦ କରୁଥିବା ଜଣାପଡ଼ିଛି। ଏହି ଶୋ’କୁ ଆସିଥିବା ଟାଲେଣ୍ଟେଡ୍‌ ସିଙ୍ଗର୍‌ମାନେ ଖାଲି ଯେ ଗୀତ ଗାଇ ଦର୍ଶକଙ୍କ ହୃଦୟ ଜିତିଛନ୍ତି ତା ନୁହେଁ ବରଂ ଏହି ଶୋ’ର ଷ୍ଟେଜ୍‌ରେ ଅନେକ ମଜାଦାର ଦୃଶ୍ୟ ଦେଖିବାକୁ ମିଳିଛି।

ଶୋ’ର ବିଚାରକ ବଲିଉଡ୍‌ ଗାୟିକା ନେହା କକ୍କର ଶୋ’ ଆରମ୍ଭରୁ ହିଁ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହି ଆସିଛନ୍ତି। ଏପରିକି ତାଙ୍କୁ ଅନେକ ଥର ସୋଶାଲ୍‌ ମିଡିଆରେ ଟ୍ରୋଲ୍‌ ହେବାକୁ ପଡ଼ିଛି। ଏଥର ଇଣ୍ଡିଆନ୍‌ ଆଇଡଲ୍‌  ମଞ୍ଚରେ କିଛି Ooops ମୁମେଣ୍ଟ୍‌କୁ ନେଇ ନେହାଙ୍କୁ ଟ୍ରୋଲ୍‌ ହେବାକୁ ପଡ଼ିଛି।

ସୋନି ଟିଭି ଏହାର ଅଫିସିଆଲ୍‌ ସୋଶାଲ୍‌ ମିଡିଆ ଆକାଉଣ୍ଟରେ ଶୋ’ର ଏକ ଭିଡିଓ ଶେଆର୍‌ କରିଛି। ଭିଡିଓରେ ଦେଖିବାକୁ ମିଳିଛି, ନେହା, ଶୋ’ର ହୋଷ୍ଟ୍‌ ଆଦିତ୍ୟ ନାରାୟଣଙ୍କୁ ଷ୍ଟେଜ୍‌ରେ ଡାନ୍ସ କରିବା ପାଇଁ ଚ୍ୟାଲେଞ୍ଜ କରୁଛନ୍ତି। ଏହାପରେ ନେହା ଓ ଆଦିତ୍ୟ ଉଭୟ ନେହାଙ୍କ ହିଟ୍‌ ଗୀତ ଦିଲ୍‌ବର୍‌ରେ ଷ୍ଟେଜ୍‌ ଉପରେ ଡାନ୍ସ କରୁଛନ୍ତି। ଉଭୟ ଡାନ୍ସରେ ପୂରା ମଜ୍ଜି ଯାଇଥିବା ଦେଖିବାକୁ ମିଳିଛି। ହେଲେ ହଠାତ୍‌ ଡାନ୍ସ କରୁଥିବାବେଳେ ନେହା ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଆଦିତ୍ୟ ତାଙ୍କୁ ସମ୍ଭାଳିବା ସହ ଏଥିପାଇଁ ନେହାଙ୍କୁ କ୍ଷମା ବି ମାଗିଥିଲେ। ଯାହା ଏହି ଭିଡିଓରେ ଦେଖିବାକୁ ମିଳିଛି। ଡାନ୍ସ ସମୟରେ ନେହା ନିଜକୁ ବାଲାନ୍ସ ରଖି ନ ପାରିବା ଯୋଗୁ ଏପରି ଘଟିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଚଳିତ ଥର ‘ଇଣ୍ଡିଆନ୍‌ ଆଇଡଲ୍‌’ କାର୍ଯ୍ୟକ୍ରମରେ ଜଜ୍‌(ବିଚାରକ) ଚୌକିରେ ନେହା କକ୍କର, ବିଶାଲ ଦଦଲାନୀ ଓ ଅନୁ ମଲିକ ରହିଛନ୍ତି। ଗତ ସିଜିନ୍‌ରେ ବି ଏମାନେ ଜଜ୍ ଥିଲେ। ଅବଶ୍ୟ #MeToo ବିବାଦରେ ଫସି ଅନୁ ଶୋ’ ଶେଷ ହେବାର କେତୋଟି ଅଧ୍ୟାୟ ପୂର୍ବରୁ ଏଥିରୁ ଓହରି ଯାଇଥିଲେ।

ଆହୁରି ପଢ଼ନ୍ତୁ

ଟେଲି ଅଭିନେତ୍ରୀଙ୍କ ଭାଇ ଏବେ କରୋନା ପଜିଟିଭ

ଅଙ୍ଗଦାନ କରିବେ ଏଇ ଦୁଇ କଳାକାର

ସୁଶାନ୍ତଙ୍କ ଭିଣୋଇ ଲଞ୍ଚ କଲେ ‘ନେପୋମିଟର୍’, ଜାଣନ୍ତୁ ଏହାଦ୍ୱାରା କ’ଣ ହେବ

ଏଇ ଟେଲି ଅଭିନେତ୍ରୀଙ୍କୁ କରୋନା

ଭାଇକୁ ଅନ୍ତିମ ବିଦାୟ ଦେଇ ଅଶ୍ରୁଳ ବାର୍ତ୍ତା ଦେଲେ ସୁଶାନ୍ତଙ୍କ ଭଉଣୀ

ଅଭିନେତା ଅମିର ଖାନ୍‌ଙ୍କ କାର୍ଯ୍ୟାଳୟରେ ପଶିଲା କରୋନା

ଅକ୍ଷୟ କୁମାର ଓ ସୋନୁ ସୁଦଙ୍କୁ ‘ଭାରତ ରତ୍ନ’ ପାଇଁ ଦାବି

ରାସ୍ତା କଡ଼ରେ ପରିବା ବିକ୍ରି କରୁଛନ୍ତି ଅଭିନେତା ଜାଭେଦ୍, ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌

ସୁଶାନ୍ତ ରାଜପୁତଙ୍କ ପିତାଙ୍କୁ ସାକ୍ଷାତ କରି ଭାବବିହ୍ୱଳ ହେଲେ ନାନା ପାଟେକର

ସବୁ ଦିନ ପାଇଁ ବନ୍ଦ ହେଲା କଟକର ଏହି ସିନେମା ହଲ୍

ସୁଶାନ୍ତଙ୍କ ଆତ୍ମହତ୍ୟାର ୧୪ ଦିନ ପରେ ଗର୍ଲଫ୍ରେଣ୍ଡ୍‌ ରିୟା ନେଲେ ଏମିତି ପଦକ୍ଷେପ

ସୁଶାନ୍ତଙ୍କ ମୃତ୍ୟୁର ୧୩ ଦିନ ପରେ ପରିବାର ସଦସ୍ୟ ଦେଲେ ଲୁହ ଭିଜା ବୟାନ..କରିଲେ ବଡ଼ ଘୋଷଣା

You might also like