ଅଭିନେତା ରଣବୀର କପୁର କରୋନାରେ ଆକ୍ରାନ୍ତ : ସେଲଫ୍ କ୍ୱାରେଣ୍ଟାଇନରେ ରହିଲେ ବଲିଉଡ୍ ଅଭିନେତା

ରଣବୀରଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ୍
ଲକ୍ଷଣ ଦେଖା ଦେବା ପରେ ଟେଷ୍ଟ କରାଇଥିଲେ
ଏବେ ସେଲ୍ଫ କ୍ୱାରେଣ୍ଟାଇନରେ ରହିଲେ ଅଭିନେତା
କରୋନା ହେବା ନେଇ ସୂଚନା ଦେଲେ ମାଆ ନୀତୁ ସିଂହ

ବଲିଉଡ୍ ଅଭିନେତା ରଣବୀର କପୁରଙ୍କୁ କରୋନା । ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ନେଇ ସୂଚନା ଦେଇଛନ୍ତି ମାଆ ନୀତୁ ସିଂହ । ଗତ କିଛି ଦିନ ଧରି କରୋନା ଲକ୍ଷଣ ଦେଖା ଦେବା ପରେ ଟେଷ୍ଟ କରାଇଥିଲେ ରଣବୀର । ଆଜି ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ସେ ସେଲଫ୍ କ୍ୱାରେଣ୍ଟାଇନରେ ରହିଛନ୍ତି । ତେବେ ବର୍ତ୍ତମାନ ପ୍ରାଥମିକ ଚିକିତ୍ସା କରାଉଛନ୍ତି ରଣବୀର କରୁଛନ୍ତି।

ଇନଷ୍ଟାଗ୍ରାମରେ ରଣବୀରଙ୍କ ଏକ ଫଟୋ ସେୟାର କରି ନୀତୁ ଲେଖିଛନ୍ତି, ‘ଆପଣ ସମସ୍ତ ଚିନ୍ତା ଏବଂ ଶୁଭକାମନା ପାଇଁ ଅଶେଷ ଅଶେଷ ଧନ୍ୟବାଦ। ରଣବୀରଙ୍କ କୋଭିଡ ରିପୋର୍ଟ ପଜିଟିଭ୍ ଆସିଛି।  ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କର ଚିକିତ୍ସା ଚାଲିଛି ଓ ସେ ସେଲଫ୍ କ୍ୱାରେଣ୍ଟାଇନରେ ଅଛନ୍ତି। ତେବେ ପୂର୍ବରୁ ରଣବୀର କପୁରଙ୍କ ମା’ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇ ଆରୋଗ୍ୟ ହୋଇସାରିଛନ୍ତି।

You might also like