ଡ୍ରଗ୍ସ କାରବାର ଯାଞ୍ଚରେ ଖ୍ୟାତନାମା ବଲିଉଡ୍‌ ପ୍ରଯୋଜକଙ୍କ ଘରେ ରେଡ୍ କଲା ଏନ୍‌ସିବି

ମୁମ୍ବାଇ: ଡ୍ରଗ୍ସ କାରବାର ଯାଞ୍ଚରେ ଖ୍ୟାତନାମା ବଲିଉଡ୍‌ ପ୍ରଯୋଜକ ପିରୋଜ୍‌ ଏ. ନାଦିୱାଦ୍‌ୱାଲାଙ୍କ ଘରେ ରେଡ୍ କରିଛି ନାର୍କିଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା NCB । ମୁମ୍ବାଇର ପୋସ୍ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ତଲାସି ଅଭିଯାନ ଚାଲିଥିବା ସୂଚନା ମିଳିଛି। ଡ୍ରଗ୍ସ କାରବାର ମାମଲାରେ ଯାଞ୍ଚ ଚାଲିଥିବା ବେଳେ ଅଟକ ଥିବା ଅଭିଯୁକ୍ତଙ୍କ ପାଖରୁ ପ୍ରଯୋଜକଙ୍କ ନାଁ କୁହାଯାଇଥିଲା। ଯାହାପରେ ପ୍ରଯୋଜକଙ୍କ ଘରେ ରେଡ୍ କରିଛି ଏନ୍‌ସିବି।

ପିରୋଜ୍‌ ଏ. ନାଦିୱାଦ୍‌ୱାଲା ବଲିଉଡ୍‌ରେ ଜଣେ ଖ୍ୟାତନାମା ଫିଲ୍ମ ପ୍ରଯୋଜକ। ସେ ଅନେକ ଲୋକପ୍ରିୟ ଫିଲ୍ମ ପ୍ରଯୋଜନା କରିଛନ୍ତି। ସେଥିମଧ୍ୟରୁ  ୨୦୦୬ରେ ଫିର୍‌ ହେରା ଫେରି, ଆୱାର ପାଗଲ ଦିୱାନା, ଆନ୍‌ ମ୍ୟାନ୍‌ ଏଟ୍‌ ୱର୍କ, ଫୁଲ୍‌ ଆଣ୍ଡ ଫାଇନାଲ, ୱେଲ୍‌କମ୍‌, କାରତସ ଆଦି ଅନ୍ୟତମ।

ଶନିବାର ସନ୍ଧ୍ୟାରେ ଏନସିବି ଅଧିକାରୀମାନେ ମୁମ୍ବାଇର ଭିନ୍ନ ଭିନ୍ନ ଚାରିଟି ସ୍ଥାନରେ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିଲେ। ଏହି ଘଟଣାରେ ୪ ଜଣଙ୍କୁ ଅଟକ ରଖି ପଚାରଉଚରା କରାଯାଉଛି।

ନିକଟରେ ଅନ୍ୟ ଏକ ଡ୍ରଗ୍ସ ମାମଲାରେ ଅର୍ଜୁନ ରାମପାଲଙ୍କ ପତ୍ନୀ ଗାର୍ବିଲ୍ଲା ଡେମିଟ୍ରିଆଡେସ୍‌ଙ୍କ ଭାଇ ଆଗିସିଆଲୋସ୍‌ ଡେମିଟ୍ରିଆଡେସ୍‌କୁ ଗିରଫ କରିଛି ଏନ୍‌ସିବି। ପୂର୍ବରୁ ଧର୍ମାପ୍ରଡକ୍ସନ୍‌ର ପୂର୍ବତନ କର୍ମଚାରୀ କ୍ଷୀତିଜ୍ ପ୍ରସାଦକୁ ମଧ୍ୟ ଗରିଫ କରାଯାଇଛି।

 

ଆହୁରି ପଢ଼ନ୍ତୁ

ପୁଅ ଜାନ୍‌ଙ୍କ ବୟାନକୁ ନେଇ ରାଗିଗଲେ କୁମାର ସାନୁ !

ଓସ୍କାର ଆୱାର୍ଡ ଦୌଡ଼ରେ ସାମିଲ୍‌ ହେଲା ଜଲିକଟ୍ଟୁ

ପଡୋଶୀ ଫିଙ୍ଗି ଦେଇଥିବା ଖାଦ୍ୟ ଖାଇ ବଞ୍ଚିବାକୁ ପଡୁଥିଲା…ଏମିତି ଅଭାବରେ କଟିଥିଲା ରାକ୍ଷୀ ସାୱନ୍ତଙ୍କ ପିଲାଦିନ

ନାଲି ଲେହଙ୍ଗା ପିନ୍ଧି ରିସେପ୍‌ସନ ଫଟୋ ଶେୟାର କଲେ ସନା ଖାନ୍‌

କଙ୍ଗନାକୁ ଅନ୍ତରୀଣ ସୁରକ୍ଷା ଦେଲେ ବମ୍ବେ ହାଇକୋର୍ଟ

କାଳ ୨୦୨୦; ଆଉ ଜଣେ ଅଭିନେତାଙ୍କୁ ଛଡ଼ାଇ ନେଲା

ୱେବ୍‌ସିରିଜ୍‌ରେ ମନ୍ଦିର ମଧ୍ୟରେ ଚୁମ୍ବନ ଦୃଶ୍ୟ ଦେଖାଇ ଅଡୁଆରେ ନେଟ୍‌ଫ୍ଲିକ୍ସ

କେବିସିର ତୃତୀୟ କୋଟିପତି ହେଲେ ଅନୁପା ଦାସ

କରୋନା ମହାମାରୀ ଶେଷ ନହେବା ପର୍ଯ୍ୟନ୍ତ ମାଗଣାରେ ପିଲାଙ୍କୁ ଖାଇବାକୁ ଦେବେ ଅର୍ଜୁନ୍‌

କମେଡିଆନ୍ ଭାରତୀ ଓ ତାଙ୍କ ସ୍ୱାମୀ ହର୍ଷଙ୍କୁ ମିଳିଲା ଜାମିନ

ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର ହେଲେ ଟାଇଗର୍‌ ପପ୍

ଗର୍ଭାବସ୍ଥାରେ ଶୁଟିଂ ସେଟ୍‌ ପହଞ୍ଚିଲେ ଅନୁଷ୍କା

You might also like