ସୁଶାନ୍ତ ସିଂ ରାଜପୁତ୍‌ ମୃତ୍ୟୁ ମାମଲା: ୧୨ ହଜାର ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କଲା ଏନ୍‌ସିବି

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତ୍‌ଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ସାମ୍ନାକୁ ଆସିବା ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ  (NCB) ନିଜ ପକ୍ଷରୁ ତଦନ୍ତ କରିଥିଲା। ତଦନ୍ତ ପରେ ଏନ୍‌ସିବି ଏ ସଂକ୍ରାନ୍ତ ଚାର୍ଜସିଟ୍‌ ମୁମ୍ବାଇ NDPS କୋର୍ଟରେ ଫାଇଲ୍‌ କରିଛି।୧୨  ହଜାର ପୃଷ୍ଠାର ଏଇ ଚାର୍ଜସିଟ୍‌ରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ଶୋଭିକ ଚକ୍ରବର୍ତ୍ତୀଙ୍କୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶା ଯାଇଛି।

ଏହି ଦୁଇଜଣଙ୍କ ସମେତ ୩୩ ଜଣଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ଯୁରୋ । ସେତିକି ନୁହେଁ, ଦୀପିକା ପାଦୁକୋନ, ସାରା ଅଲି ଖାନ୍‌, ଶ୍ରଦ୍ଧା କପୁରଙ୍କ ବୟାନକୁ ମଧ୍ୟ ଯୋଡା ଯାଇଛି।

ଏନସିବି ପକ୍ଷରୁ ସମସ୍ତଙ୍କ ଅଭିଯୁକ୍ତଙ୍କ ପାଖରୁ ଜବତ ହୋଇଥିବା ଡ୍ରଗ୍ସ, ଇଲେକ୍ଟ୍ରୋନିକ ଉପରକଣ, ଫୋରେନ୍ସିକ୍‌ ରିପୋର୍ଟ ଏବଂ ସାକ୍ଷୀଙ୍କ ବୟାନକୁ ନେଇ ଏହି ଚାର୍ଜସିଟ୍‌ ପ୍ରସ୍ତୁତ କରାଯାଇଛି। ଏନ୍‌ସିବି ୨୦୦୦ରୁ ଅଧିକ ପୃଷ୍ଠାର ହାର୍ଡ କପି ଚାର୍ଜସିଟ୍‌ରେ ଦାଖଲ କରିଥିବାବେଳେ ଡିଜିଟାଲ ଫର୍ମାଟରେ ୫୦ ହଜାର ପେଜ୍‌ର ଚାର୍ଜସିଟ୍‌କୁ ଏକ ସିଡି କରି କୋର୍ଟରେ ଦାଖଲ କରିଛି।

ସୂଚନାଥାଉ କି, ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୩୮ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇଛି। ଏମାନଙ୍କ ମଧ୍ୟରୁ ୫ ଅଭିଯୁକ୍ତ ଫେରାର ଅଛନ୍ତି। ଏନସିବି ଡ୍ରଗ୍ସ ମାମଲାରେ ବର୍ତ୍ତମାନ ସୁଦ୍ଧା ୩୩ ଜଣଙ୍କୁ ଗିରଫ କରିଛି। ଡ୍ରଗ୍ସ ମାମଲାରେ ଯେଉଁମାନଙ୍କୁ ଗିରଫ କରାଯାଇଛି ସେମାନଙ୍କ ମଧ୍ୟରେ ଅଛନ୍ତି ସୁଶାନ୍ତଙ୍କ ଗର୍ଲ ଫ୍ରେଣ୍ଡ ସୁଶାନ୍ତ ଓ ତାଙ୍କ ଭାଇ ଶୌଭିକ ଚକ୍ରବର୍ତ୍ତୀ। ଏମାନଙ୍କ ବ୍ୟତୀତ ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ ମିରାଣ୍ଡା, ଦୀପିକା ସାଁୱନ୍ତ ଏବଂ ଅନେନ ଡ୍ରଗ୍ସ ପେଡ୍‌ଲର ସାମିଲ ଅଛନ୍ତି।

ଏଠି କହିରଖିବୁ, ସୂଚନାଥାଉକି, ଗତବର୍ଷ ଜୁନ୍ ୧୪ରେ ସୁଶାନ୍ତଙ୍କର ମୃତ୍ୟୁ ହୋଇଥିଲା। ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରିଥିଲା ପୋଲିସ। ଏହା ହତ୍ୟା କି ଆତ୍ମହତ୍ୟା ତାହାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବାବେଳେ ମୁମ୍ବାଇ ପୋଲିସ ଏହାକୁ ଆତ୍ମହତ୍ୟା କହି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିଲା। ତେବେ ସୋଶାଲ ମିଡିଆରେ ଏହି ମାମଲାର ସିବିଆଇ ତଦନ୍ତ ଦାବି ଜୋର ଧରିବା ପରେ ମାମଲା ପୁଣି ଥରେ ଉଠିଥିଲା। ସିବିସଆଇ ତଦନ୍ତ ବେଳେ ସୁଶାନ୍ତଙ୍କ ମୃତ୍ୟୁ ସହ ଡ୍ରଗ୍ସ ମାମଲା ଜଡ଼ିତ ଥିବାରୁ ଏନସିବି ନିଜ ପକ୍ଷରୁ ତଦନ୍ତ କରିଥିଲା।

ଡ୍ରଗ୍ସୂ ମାମଲାରେ ବହୁ ବଡ ଅଭିନେତା/ ଅଭିନତ୍ରୀଙ୍କ ସଂପୃକ୍ତି ଥିବାବେଳେ ଏହାକୁ ନେଇ  ନଭେମ୍ବର ୧୦ରେ ଏନସିବି ଅଧିକାରୀମାନେ ଅଭିନେତା ଅର୍ଜୁନ ରାମପଲଙ୍କ ଘରେ ରେଡ୍ କରିଥିଲେ । ଏଥିସହିତ ଫିଲ୍ମ ନିର୍ମାତା କରନ ଜୋହରଙ୍କୁ ସମନ୍ ଜାରି କରିଥିଲେ।

You might also like