ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ ହେଲେ ରିଆଙ୍କ ଭାଇ ଓ ସୁଶାନ୍ତଙ୍କ ମ୍ୟାନେଜର

ମୁମ୍ବାଇ; ଡ୍ରଗ୍ସ କାରବାର ଅଭିଯୋଗରେ ଗିରଫ ହେଲେ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ୍ ଚକ୍ରବର୍ତ୍ତୀ। ଶୁକ୍ରବାର ସୌଭିକ୍‌ଙ୍କୁ ଗିରଫ କଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ। ଅଭିନେତା ସୁଶାନ୍ତଙ୍କ ମ୍ୟାନେଜର ସାମୁଏଲ୍ ମିରାଣ୍ଡା ମଧ୍ୟ ଗିରଫ ହୋଇଛନ୍ତି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଡ୍ରଗ୍ସ କାରବାର ଘଟଣାରେ ତଦନ୍ତ ଚାଲିଥିବା ବେଳେ ସୌଭିକ୍‌ ଓ ମିରାଣ୍ଡାଙ୍କୁ ଗୁରିଫ କରିଛି ଏନ୍‌ସିବି।

ଜାତୀୟ ଗଣମଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ସୌଭିକ, ଭଉଣୀ ରିୟାଙ୍କ ନିର୍ଦ୍ଦେଶରେ ଡ୍ରଗ୍ସ କିଣିଥିବା ସ୍ୱୀକାର କରିଥିଲେ। ଏହାର କିଛି ସମୟ ପରେ ସୌଭିକ୍‌କୁ ଗରିଫ କରିଛି ଏନ୍‌ସିବି। ଏଥିସହିତ ସୌଭିକ ଆହୁରି ମଧ୍ୟ କହିଥିଲେ ଯେ ଭଉଣୀ ରିୟା ତାଙ୍କୁ ଓ ସୁଶାନ୍ତଙ୍କ ପୂର୍ବତନ ହଉସ ମ୍ୟାନେଜର୍‌ ସାମୁଏଲ୍‌ ମିରାଣ୍ଡାକୁ ଡ୍ରଗ୍ସ କିଣିବାକୁ କହିଥିଲେ। ତାଙ୍କର ଅନେକ ଡ୍ରଗ୍ସ ବେପାରୀଙ୍କ ସହିତ ସମ୍ପର୍କ ରହିଛି ତେଣୁ ରିୟା ଦୁଇଜଣଙ୍କୁ ଡ୍ରଗ୍ସ କିଣିବାକୁ କହିଥିଲେ ବୋଲି ସୌଭିକ୍‌ ସ୍ୱୀକାର କରିଥିଲେ।

ତେବେ ଆଜି ସକାଳେ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ Narcotics Control Bureau (NCB) ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ମୁମ୍ବାଇ ସାନ୍ତାକ୍ରୁଜ୍‌ ସ୍ଥିତ ବାସଭବନରେ ରେଡ୍‌ କରିଥିଲା। ଆଜି ସକାଳ ପ୍ରାୟ ସାଢ଼େ ୬ଟା ସମୟରେ NCB ଟିମ୍‌ର ୫ଜଣ ଅଧିକାରୀଙ୍କ ସମେତ ମୁମ୍ବାଇ ପୋଲିସ୍‌ ରିୟାଙ୍କ ଘରେ ଚଢ଼ଉ କରିଥିଲେ। ସାମୁଏଲ୍‌ ମିରାଣ୍ଡାଙ୍କ ଘରେ ମଧ୍ୟ ଚଢ଼ାଉ କରିବା ସହିତ ଘରୁ ତାଙ୍କୁ ନେଇ ପଚରାଉଚରା କରୁଥିଲା।

 

 

ଆହୁରି ପଢ଼ନ୍ତୁ

କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ରବି କିଶନଙ୍କୁ ମିଳୁଛି କି ହତ୍ୟା ଧମକ ?

ଜେଡିୟୁରେ ମିଶିଲେ ବିହାରର ପୂର୍ବତନ ଡିଜିପି

ଆଜି ଦିନକରେ ଯେତିକି ଆକ୍ରାନ୍ତ ଚିହ୍ନଟ ହେଲେ ତା’ଠୁ ଅଧିକ ସୁସ୍ଥ ହେଲେ

ନୀତୀଶଙ୍କ ଦଳରେ ମିଶିବେ ପୂର୍ବତନ ବିହାର ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

କରୋନାର ଭୟଙ୍କର ପ୍ରଭାବ ବିଷୟରେ କ’ଣ କହିଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ?

‘କୃଷକ ଆତ୍ମନିର୍ଭର ଭାରତର ଆଧାର’

ଭାରତରେ ନାଁ ବଦଳାଇ ଲୋକପ୍ରିୟ ହେଉଛନ୍ତି ଚାଇନିଜ୍ ଆପ୍‌

ଜିଓକୁ ପଛରେ ପକାଇଲା ଏୟାର୍‌ଟେଲ୍‌

ମିରଟରେ ନିର୍ଭୟା ଘଟଣାର ପୁନରାବୃତ୍ତି: ଚଳନ୍ତା ବସ୍‌ରେ ମହିଳାଙ୍କୁ ଗଣଦୁଷ୍କର୍ମ

ଅକ୍ସିଜେନ୍‌ ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିଂଙ୍କ ପରଲୋକ

You might also like