Sushant Singh Rajput’s Case: ରିୟାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ୍‌ଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ Narcotics Control Bureau (NCB) ଏକ ଅପରାଧିକ ମାମଲା ରୁଜୁ କରିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଘଟଣାକୁ ନେଇ ନୂଆ ମୋଡ଼ ଆସିବା ପରେ NCB ଏହାର ତଦନ୍ତ କରୁଛି।

ଏହାସହ ବଲିଉଡ୍‌ ସର୍କଲ୍‌ରେ ଡ୍ରଗ୍ସ ସପ୍ଲାଏ କରୁଥିବା ୨ଜଣ ବ୍ୟକ୍ତିଙ୍କୁ NCB ଚିହ୍ନଟ କରିଛି। ସେମାନେ ହେଲେ- ଫାରୁକ୍‌ ଶେଖ୍‌ ଓରଫ ଫାରୁକ୍‌ ବାଟାଟା ଓ ବାକୁଲ୍‌ ଚାନ୍ଦଲିଆ। ଏହି ମାମଲାରେ ଏମାନଙ୍କୁ NCB ଜେରା କରିପାରେ ବୋଲି ଜଣାପଡ଼ିଛି।

ସାମୁଏଲ୍‌ ମିରାଣ୍ଡା, ଜୟା ଶାହ ଓ ଗୌରବ ଆର୍ଯ୍ୟଙ୍କ ସହ ରିୟା କଥା ହୋଇଥିବା ହ୍ୱାଟ୍ସଆପ୍‌ ଚାଟ୍‌ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) ଦ୍ୱାରା ଜାରି ହେବାପରେ NCB ସୁଶାନ୍ତ ସିଂ ମୃତ୍ୟୁ ମାମଲାର ତଦନ୍ତରେ ସାମିଲ ହୋଇଥିଲା।

ଗୌରବ ଆର୍ଯ୍ୟ ହେଉଛନ୍ତି ଗୋଆର ଜଣେ ହୋଟେଲ୍‌ ମାଲିକ। ଏହି ମାମଲାରେ ED ତାଙ୍କୁ ଆଜି ପଚରାଉଚରା କରୁଛି। କୁନାଲ୍‌ ଜୈନ୍‌ ନାମକ ଆଉ ଜଣେ ହୋଟେଲ୍‌ ମାଲିକଙ୍କୁ ED ପଚରାଉଚରା କରିବ ବୋଲି ଜଣାପଡ଼ିଛି।

ଅଗଷ୍ଟ ୨୬ରେ NCB ରିୟାଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ କରିଥିଲା। ଆଉ ଏବେ NCB ରିୟାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିଛି।

ସୁଶାନ୍ତ ସିଂ ମୃତ୍ୟୁ ମାମଲାରେ ନୂଆ ମୋଡ଼ ନେଇଥିବା ଡ୍ରଗ୍‌ ଘଟଣାର ତଦନ୍ତ ପାଇଁ ED, NCBକୁ ଚିଠି ଲେଖି ଜଣାଇଥିଲା।

ସୂଚନାଥାଉ କି, ରିୟାଙ୍କ ଫୋନ୍‌ରୁ ଜୟା ଶାହଙ୍କ ହ୍ୱାଟ୍ସଆପ୍‌କୁ ଯାଇଥିବା ‌ମେସେଜ୍ India Today ଦ୍ୱାରା ହସ୍ତଗତ ହୋଇଛି। ଏଥିରେ ସ୍ପଷ୍ଟ ଭାବରେ ଜଣାପଡ଼ିଛି, ରିୟା ବେଳେବେଳେ MDMA, marijuana ଭଳି ଡ୍ରଗ୍ସ ନେଉଥିଲେ। ହେଲେ ରିୟା ଡ୍ରଗ୍ସ ନେବା ଘଟଣାକୁ ତାଙ୍କ ଓକିଲ ଖଣ୍ଡନ କରିଛନ୍ତି। ସେ କେବେବି ଡ୍ରଗ୍ସ ନିଅନ୍ତି ନାହିଁ।  ଏହାକୁ ପ୍ରମାଣ କରିବା ପାଇଁ ବ୍ଲଡ୍‌ ଟେଷ୍ଟ୍‌ ପାଇଁ ସେ ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି ରିୟାଙ୍କ ଓକିଲ କହିଛନ୍ତି।

ଆହୁରି ପଢ଼ନ୍ତୁ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ନୂଆ ଖୁଲାସା କଲେ ସୁଶାନ୍ତଙ୍କ ବାପାଙ୍କ ଓକିଲ

ପ୍ରଖ୍ୟାତ କଣ୍ଠଶିଳ୍ପୀ ଏସ୍.ପି. ବାଲା ସୁବ୍ରମଣ୍ୟମଙ୍କ ପରଲୋକ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

You might also like