ଅଭିନେତା ତଥା ଟିଡିପି ନେତା ନନ୍ଦମୁରି ହରିକ୍ରିଷ୍ଣାଙ୍କ ପରଲୋକ

ନୂଆଦିଲ୍ଲୀ: ବରିଷ୍ଠ ଟିଡିପି ନେତା ତଥା ଅଭିନେତା ନନ୍ଦମୁରି ହରିକ୍ରିଷ୍ଣାଙ୍କ ପରଲୋକ ଘଟିଛି। ବିଳମ୍ବିତ ରାତିରେ ଗାଡ଼ିରେ ଯାଉଥିବା ବେଳେ ଆନ୍ଧ୍ରପ୍ରଦେଶର ନାଲଗୋଣ୍ଡା ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୨ବର୍ଷ ହୋଇଥିଲା।

ହରିକ୍ରିଷ୍ଣା ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍.ଟି. ରାମାରାଓଙ୍କ ପୁଅ। ଏଥିସହ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କ ଭିଣୋଇ। ହରିକ୍ରିଷ୍ଣା ଅନେକ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି। ହରିକ୍ରିଷ୍ଣାଙ୍କ ବିୟୋଗରେ ଆନ୍ଧ୍ରପ୍ରଦେଶରେ ଶୋକର ଛାୟା ଖେଳିଯାଇଛି।

You might also like