ନାନା ପାଟେକରଙ୍କ ସହ ଲିଭ୍-ଇନ୍- ରିଲେସନ୍ସିପ୍ରେ ଥିଲେ ଏହି ଅଭିନେତ୍ରୀ
ମୁମ୍ବାଇ: ବଲିଉଡ୍ ସିନେମାରେ ନିଖୁଣ ଅଭିନୟରେ ସିନେପ୍ରେମୀଙ୍କ ମନ ଜିଣିଥିବା ନାନା ପାଟେକର ବି ଲିଭ୍-ଇନ୍-ରିଲେସନ୍ସିପ୍ରେ ଥିଲେ। ଯଦିଓ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଅଭିନେତା ଅଭିନେତ୍ରୀ ଲିଭ୍-ଇନ୍-ରିଲେସନ୍ସିପ୍ରେ ରହିଥିବା ନୂଆ ନୁହେଁ, କିନ୍ତୁ ନାନାଙ୍କ କଥା ଟିକେ ଅଲଗା। କାରଣ ତାଙ୍କର ବଲିଉଡ୍ରେ ସ୍ୱତନ୍ତ୍ର ପରିଚୟ ରହିଛି। ତାଙ୍କର ଫ୍ୟାନ୍ମାନେ ମଧ୍ୟ ସ୍ୱତନ୍ତ୍ର । କ୍ରାନ୍ତିବୀରଠାରୁ ଆରମ୍ଭ କରି ତିରଙ୍ଗା ପର୍ଯ୍ୟନ୍ତ ନାନା ତାଙ୍କ ଫିଲ୍ମରେ ଯେଉଁ ନିଖୁଣ ଅଭିନୟ କରିଥିଲେ ତାହା ଦେଖିଥିବା ଲୋକ ଭୁଲିପାରିବ ନାହିଁ।
କିନ୍ତୁ ୨୦୦୩ ମସିହାରେ ଜଣେ ଅଭିନେତ୍ରୀ ନାନା ପାଟେକରଙ୍କ ସହ ଲିଭ୍-ଇନ୍-ରିଲେସନ୍ସିପ୍ରେ ରହିଥିଲେ। ୨୦୦୩ ମସିହାରେ ନାନାଙ୍କ ‘ଆଞ୍ଚ’ ନାମରେ ଏକ ଫିଲ୍ମ ଆସିଥିଲା। ଏଥିରେ ନାନାଙ୍କ ବିପକ୍ଷରେ ଆୟେଶା ଜୁଲ୍କା ମୁଖ୍ୟ ଭୂମିକାରେ ଥିଲେ। ଏହି ଫିଲ୍ମରେ ଅନେକ ବୋଲ୍ଡ୍ ସିନ୍ ଦେଖିବାକୁ ମିଳିଥିଲା। ଏହି ଫିଲ୍ମ ସୁଟିଂ ସମୟରୁ ନାନା ଓ ଆୟେଶାଙ୍କ ମଧ୍ୟରେ କ୍ଲୋଜ୍ ରିଲେସନ୍ ଆରମ୍ଭ ହୋଇଥିଲା। ସେବେଠାରୁ ସେମାନେ ଲିଭ୍-ଇନ୍-ରିଲେସନ୍ସିପ୍ରେ ରହିବାକୁ ଲାଗିଲେ।
ସେତେବେଳେ କୁହାଯାଉଥିଲା ଯେ,ମନୀଷା କୋଇରାଲାଙ୍କ ମଧ୍ୟରେ ନାନାଙ୍କ ଆଫେୟାର୍ସ ଥିଲା। କୁହାଯାଏ ଯେ, ଆୟେଶା ପାଇଁ ନାନା ଓ ମନୀଷାଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଯାଇଥିଲା। କିନ୍ତୁ ପରେ ନାନା ଓ ଆୟେଶାଙ୍କ ମଧ୍ୟରେ ସମ୍ପର୍କ ଅଧିକ ଦିନ ରହିପାରିନଥିଲା।