ସୁଶାନ୍ତ ରାଜପୁତଙ୍କ ପିତାଙ୍କୁ ସାକ୍ଷାତ କରି ଭାବବିହ୍ୱଳ ହେଲେ ନାନା ପାଟେକର

ପାଟଣା: ବଲିଉଡ୍ ଷ୍ଟାର୍ ସୁଶାନ୍ତ ରାଜପୁତଙ୍କ ଦେହାନ୍ତ ପରେ ତାଙ୍କର ପାଟଣାସ୍ଥିତ ବାସଭବନରେ ଲଗାତର ନେତା ଏବଂ ଅଭିନେତାଙ୍କ ଯିବାଆସିବା ଜାରି ରହିଛି। ଏହି କ୍ରମରେ ଭେଟେରାନ୍ ବଲିଉଡ୍ ଅଭିନେତା ନାନା ପାଟେକର ମଧ୍ୟ ପାଟଣାସ୍ଥିତ ସୁଶାନ୍ତଙ୍କ ଘରେ ପହଞ୍ଚିଛନ୍ତି। ନାନା ସୁଶାନ୍ତଙ୍କ ପିତାଙ୍କୁ ସାକ୍ଷାତ କରି ତାଙ୍କ ହାଲଚାଲ୍ ପଚାରି ବୁଝିଛନ୍ତି। ନାନା ପାଟେକର ପ୍ରାୟ ୨୦ ମିନିଟ୍‌ ଧରି ତାଙ୍କ ଘରେ ରହିଥିଲେ ଏବଂ ତାଙ୍କ ବାପା ଏବଂ ପରିଜନଙ୍କ ସହ କଥାବାର୍ତ୍ତା ହୋଇଛନ୍ତି।


ଏହା ମଧ୍ୟରେ ନାନା ପାଟେକର ଖୁବ୍ ଭାବବିହ୍ୱଳ ହୋଇ ପଡ଼ିଥିଲେ। ସେ ନିଜ ମୁହଁରେ ମାସ୍କ ଲଗାଇଥିଲେ। ସର୍ବଦା ଲାଇମଲାଇଟରୁ ଦୂରେଇ ରହୁଥିବା ନାନା ପାଟେକରଙ୍କ ଏହି ଅନ୍ଦାଜ ପାଟଣାରେ ମଧ୍ୟ ଦେଖିବାକୁ ମିଳିଥିଲା। ସୁଶାନ୍ତଙ୍କ ପରିବାରଙ୍କ ସହ ସାକ୍ଷାତ କରିବା ପରେ ନାନା ଗଣାମାଧ୍ୟମ ସହ କୌଣସି କଥା ହୋଇନଥିଲେ ଏବଂ ସେଠାରୁ ସିଧା ପାଟଣା ଏୟାରପୋର୍ଟ ଅଭିମୁଖେ ଯାଇଥିଲେ।

ସୂଚନାଯୋଗ୍ୟ, ନାନା ପାଟେକର ସିଆରପିଏଫ୍ ଟ୍ରେନିଂ ସେଣ୍ଟରେ ଯବାନଙ୍କ ମନୋବଳ ବଢ଼ାଇବା ପାଇଁ ବିହାର ଯାଇଥିଲେ। ଏହା ମଧ୍ୟରେ ସେ ସମୟ କାଢ଼ି ସୁଶାନ୍ତଙ୍କ ପରିବାରକୁ ସାକ୍ଷାତ କରିଥିଲେ। ନାନାଙ୍କ ପୂର୍ବରୁ କିଛି ରାଜନେତା ଯଥା ତେଜସ୍ୱୀ ଯାଦବ, ସୁଶୀଲ କୁମାର ମୋଦି, ରବିଶଙ୍କର ପ୍ରସାଦ ଏବଂ ମନୋଜ ତିୱାରୀ ମଧ୍ୟ ସୁଶାନ୍ତଙ୍କ ପରିବାରଙ୍କ ସହ ସାକ୍ଷାତ କରିଥିଲେ। ବଲିଉଡ୍ ବ୍ୟତୀତ ଭୋଜପୁରୀ ଇଣ୍ଡଷ୍ଟ୍ରୀର ପବନ ସିଂହ, ଖେସାରୀ ଲାଲ୍ ଯାଦବ, ରାକେଶ ମିଶ୍ର ଓ ଅକ୍ଷରା ସିଂହ ମଧ୍ୟ ସୁଶାନ୍ତଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ।

ଆହୁରି ପଢ଼ନ୍ତୁ

ଫିଲ୍ମ ନିର୍ମାତା ନିଶିକାନ୍ତ କାମାତ ଗୁରୁତର; ହସ୍‌ପିଟାଲ୍‌ରେ ଭର୍ତ୍ତି

ପ୍ରଥମଥର ସୁଶାନ୍ତଙ୍କ ପରିବାରକୁ ଇଡିର ପଚରାଉଚୁରା

ପ୍ରସିଦ୍ଧ ଲେଖକ ରାହତ ଇନ୍ଦୋରି କରୋନା ପଜିଟିଭ

ଦିଶା ସାଲିୟାନଙ୍କ ହତ୍ୟା ମାମଲାରେ ନିଜ ନାଁ ଯୋଡ଼ିବାରୁ ଥାନାରେ ମାମଲା ରୁଜୁ କଲେ ସୁରଜ ପଞ୍ଚୋଲି

ସୁଶାନ୍ତ ମୃତ୍ୟୁ ମାମଲା: ରିୟା ଚକ୍ରବର୍ତ୍ତୀଙ୍କ ଅଭିଯୋଗକୁ ନେଇ ଆଜି ସୁପ୍ରିମକୋର୍ଟରେ ଶୁଣାଣି

ସୁସ୍ଥ ହୋଇ ଘରକୁ ଫେରିଲେ ସଞ୍ଜୟ ଦତ୍ତ

ସୁଶାନ୍ତଙ୍କ ସହ ବାର୍ତ୍ତାଳାପର ହ୍ୱାଟ୍ସଆପ୍‌ ସ୍କ୍ରିନ୍‌ଶଟ୍‌ ଶେଆର୍ କଲେ ରିୟା

‘ଦ୍ୱିତୀୟ ବିବାହ କରିବାରୁ ବାପାଙ୍କ ସହ ସୁଶାନ୍ତଙ୍କ ସମ୍ପର୍କ ଖରାପ ହୋଇଥିଲା’

ED ଜେରା ବେଳେ ଆଉ ଏକ ନମ୍ବର ଲୁଚାଇଥିଲେ ରିୟା

ଭଉଣୀଙ୍କ ନାଁରେ ସୁଶାନ୍ତ ଜମା କରିଥିବା ଫିକ୍ସଡ୍‌ ଡିପୋଜିଟ୍‌ରୁ କୋଟି କୋଟି ଟଙ୍କା ଗାଏବ !

ସୁଶାନ୍ତଙ୍କ ଆସିଷ୍ଟାଣ୍ଟ ଦେଲେ ରିୟାଙ୍କ ବିରୋଧରେ ଚାଞ୍ଚଲ୍ୟକର ତଥ୍ୟ

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ସିବିଆଇ ତଦନ୍ତର ଆବଶ୍ୟକ ନାହିଁ ବୋଲି କହିଲା ମୁମ୍ବାଇ ପୁଲିସ

You might also like