ମୁହଁ ଖୋଲିଲେ ନାନା ପାଟେକର

ମୁମ୍ବାଇ : ୧୦ ବର୍ଷ ତଳର ଅସଦାଚରଣ ନେଇ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ ଅଭିଯୋଗ ପରେ ଅାଜି ମୁହଁ ଖୋଲିଛନ୍ତି ଭେଟେରାନ ଅଭିନେତା ନାନା ପାଟେକର। ଗଣମାଧ୍ୟମକୁ ସେ କେବଳ ଗୋଟିଏ ଧାଡିରେ ଉତ୍ତର ଦେଇଛନ୍ତି ।

ସେ କହିଛନ୍ତି ୧୦ ବର୍ଷ ତଳେ ଯାହା ସତ୍ୟ ଥିଲା ଏବେ ବି ତାହା ସତ୍ୟ, ଅାସନ୍ତାକାଲି ବି ତାହା ସତ୍ୟ ରହିବ। ସେ ଏହି ପ୍ରସଙ୍ଗରେ ଅାଉ କିଛି ପ୍ରଶ୍ନର ଉତ୍ତର ଦେବାକୁ ଚାହିଁନଥିଲେ।

ମୋ ଓକିଲ ମିଡିଅା ସମ୍ମୁଖରେ କିଛି କହିବାକୁ ମନା କରିଥିବାରୁ ମୁଁ କିଛି କହିବି ନାହିଁ ବୋଲି ସେ ଗଣମାଧ୍ୟମକୁ କହିଛନ୍ତି। ୨୦୦୮ ମସିହାରେ ନାନା ପାଟେକର ତାଙ୍କୁ ଯୌନ ଶୋଷଣ କରିଥିଲେ ବୋଲି ଅଭିନେତ୍ରୀ ତନୁଶ୍ରୀ ଅଭିଯୋଗ ଅାଣିଥିଲେ। ଏନେଇ ଗତ ଶନିବାର ସେ ଥାନାରେ ଏତଲା ମଧ୍ୟ ଦେଇଛନ୍ତି।

ତନୁଶ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରି ନାନା ପାଟେକରଙ୍କ ଓକିଲ ତାଙ୍କ ପାଖକୁ ଲିଗାଲ ନୋଟିସ ପଠାଇବା ସହ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ।

You might also like
Comments
Loading...