କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲେ ଶିଳ୍ପା ଓ ରାଜ
ଭୁବନେଶ୍ୱର: କରୋନା ଭାଇରସ ବିରୋଧରେ ଚାଲିଥିବା ଲଢ଼େଇ ପାଇଁ ଦେଶବାସୀଙ୍କୁ ସହାୟତା ଓ ସରକାରଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି ବଲିଉଡର ବହୁ କଳାକର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଖୋଲାଯାଇଥିବା ’ପିଏମ୍-କେୟାରସ୍ ଫଣ୍ଡ’ କୁ ସେମାନେ ଦାନ କରୁଛନ୍ତି। ଅନ୍ୟମାନଙ୍କ ପରି ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ରାଜ କୁନ୍ଦ୍ରା ମଧ୍ୟ ପିଏମ୍-କେୟାରସ୍ ଫଣ୍ଡକୁ ୨୧ ଲକ୍ଷଟଙ୍କା ଦାନ କରିଛନ୍ତି।
ଶିଳ୍ପା ଶେଟ୍ଟୀ କହିଛନ୍ତି ଯେ, ମାନବିକତାର ଦୃଷ୍ଟିକୋଣରୁ, ଏପରି ସଙ୍କଟ ସମୟେର ଆମ ଦେଶ ଓ ନାଗରିକ ଆମଠାରୁ କିଛି ଆଶା କରନ୍ତି। ପ୍ରଧାନମନ୍ତ୍ରୀଙ୍କ ଫଣ୍ଡକୁ ୨୧ଲକ୍ଷ ଟଙ୍କା ଦାନ କରିଛୁ। ସମୁଦ୍ରର ପ୍ରତିଟି ବୁନ୍ଦା ଜଳର ମୂଲ୍ୟ ରହିଛି ବୋଲି ଶିଳ୍ପା ଶେଟ୍ଟୀ କହିଛନ୍ତି । ତେଣୁ ସମସ୍ତଙ୍କୁ ସହାୟତାର ହାତ ବଢାଇବା ପାଇଁ ଶିଳ୍ପା ଅନୁରୋଧ କରୁଛନ୍ତି ।
ଏହା ପୂର୍ବରୁ ଅକ୍ଷୟ କୁମାର, ରାଜକୁମାର ରାଓ, ସଲମାନ ଖାନ, ହ୍ରିତିକ ରୋଶନ, ତାପସୀ ପନ୍ନୁ, ବରୁଣ ଧାୱନ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅର୍ଥ ପ୍ରଦାନ କରିଛନ୍ତି। ଅକ୍ଷୟ କୁମାର ୨୫ କୋଟି ଦାନ କରିଛନ୍ତି, ଯାହାକି ସବୁଠାରୁ ଅଧିକ।