ନୱାଜ୍‌ଉଦ୍ଦିନ ସିଦ୍ଦିକିଙ୍କ କନ୍ୟା ଶୋରା ହେବେ ସିନେ ନିର୍ମାତା !

ବଲିଉଡ୍‌ର ଅନେକ ନାମିଦାମି କଳାକାରଙ୍କ ସନ୍ତାନମାନେ ସିନେମାରେ କାମକରିବା ଉଦାହରଣ ରହିଛି । ଏବେ ବଲିଉଡ୍‌ର ଆଉ ଜଣେ ଦମଦାର୍ କଳାକାରଙ୍କ କନ୍ୟା ଏହି ଦୌଡରେ ସାମିଲ୍ ହେବାକୁ ଯାଉଥିବା ସୂଚନା ମିଳୁଛି । ସେ ହେଲେ ଲୋକପ୍ରିୟ କଳାକାର ନୱାଜଉଦ୍ଦିନ୍ ସିଦ୍ଦିକିଙ୍କ ପୁତ୍ରୀ ଶୋରା । ଶୋରା ଅନେକ ସମୟରେ ବାପାଙ୍କ ଫିଲ୍ମ ସେଟ୍‌ରେ ନଜର ଆସିବା ଦେଖାଯାଏ । ସେଟ୍‌ରେ ସେ କେବଳ ଯେ ନିଜ ବାପାଙ୍କ କାମକୁ ଅନୁକରଣ କରନ୍ତି ତାହା ନୁହେ, ସେ ସମ୍ପୂର୍ଣ୍ଣ ପ୍ରୋସେସ୍‌କୁ ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳେ ।

ଶୋରାଙ୍କ ବିଷୟରେ ତାଙ୍କ ବାପା ନୱାଜଙ୍କ କହିବା କଥା, “ମୁ ମଧ୍ୟ ଚାହେ ଯେ ସେ ସିନେମାରେ ତାର କେରିଅର୍ ଆରମ୍ଭ କରୁ। କିନ୍ତୁ ସେ ପ୍ରଥମ ତାର ପାଠ ପଢା ଶେଷ କରୁ। ମୁ ଦେଖିଛି ଯେ, ସେ ପ୍ରତି ମୁହୂର୍ତ୍ତ ସେଟ୍‌ରେ କିଛି ନା କିଛି ଅନୁଧ୍ୟାନ କରିବାର। ସେ ଅତ୍ୟନ୍ତ ନିଷ୍ଠାର ସହ ଦେଖେ ଯେ ନିର୍ଦ୍ଦେଶକ କିପରି କାମ କରୁଛନ୍ତି, କଳାକାରମାନେ କିପରି ଅଭିନୟ କରୁଛନ୍ତି ଏବଂ ସିନେମାର ବିଭିନ୍ନ ଯନ୍ତ୍ର ଚାଳକମାନେ କଣ କରୁଛନ୍ତି। ସେ ଯେ କେବଳ ସେଟ୍‌କୁ ଯା‍ଇ ନିଜ କାମକରେ ତାହା ନୁହେ, ସେ ଚେଷ୍ଟାକରେ ସବୁଥିରେ ସାମିଲ୍ ହେବ ଓ ସବୁ ବିଷୟରେ ବୁଝିବ। ସେ ଜଣେ ସିନେ ନିର୍ମାତା ହେବା ନେ‍ଇ ଆଗ୍ରହ ରଖେ । ଏନେଇ ମୁ ଆଶ୍ଚର୍ଯ୍ୟ ନୁହେ ଯେ ସେ ଦିନେ ସିନେ ନିର୍ମାତା ହେବ ।”

ଶୋରା ଯେତେବେଳେ ପିଲା ଥିଲା, ସେ ତା ବାପାଙ୍କ ପ୍ରତି ବହୁତ ର‌କ୍ଷଣଶୀଳ ରହୁଥିଲା। ନୱାଜଙ୍କ କହିବାନୁସାରେ, “ମୋ ଚରିତ୍ରକୁ ନେଇ କେହି ଯଦି ଉପହାସ କରୁଥିଲା, ତେବେ ଶୋରା ସେମାନଙ୍କ ପ୍ରତି କ୍ଷୁବ୍ଧ ହେଉଥିଲା। ସେ ଭାବୁଥିଲା ସେମାନେ ମତେ ଥଟ୍ଟା କରୁଛନ୍ତି। କିନ୍ତୁ ବାସ୍ତବ କଥା ହେଲା, କଣ ହେଉଛି ସେ କିଛି ବୁଝିପାରୁ ନ ଥିଲା।“

ପ୍ରକାଶଥାଉ ଯେ, ନୱାଜ୍‌ଙ୍କ କନ୍ୟା ଶୋରା ମଧ୍ୟ ସିନେମାରେ ଶିଶୁ କଳାକାରଭାବେ ସୁଯୋଗ ପାଇଥିଲେ, କିନ୍ତୁ ସେ ପ୍ରଥମେ ତାର ଶିକ୍ଷା ସମାପ୍ତ କରିବା ନେଇ ନୱାଜ ଦାବି କରିଥିଲେ।

You might also like