ଅଭିନେତା ଅାଲୋକନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କଲା ମୁମ୍ବାଇ ପୁଲିସ

ମୁମ୍ବାଇ : ବରିଷ୍ଠ ଚରିତ୍ର ଅଭିନେତା ଅାଲୋକନାଥଙ୍କ ବିରୋଧରେ ମୁମ୍ବାଇ ପୁଲିସ ଦୁଷ୍କର୍ମ ମାମଲା ରୁଜୁ କରିଛି। ଲେଖିକା ବିନ୍ତା ନନ୍ଦାଙ୍କ ଅଭିଯୋଗ ଅାଧାରରେ ଅାଲୋକନାଥଙ୍କ ବିରୋଧରେ ଏତଲା ରୁଜୁ ହୋଇଥିବା ପୁଲିସ କହିଛି। ତେବେ ଏହା ପୂର୍ବରୁ ବିନ୍ତାଙ୍କ ବିରୋଧରେ ଅାଲୋକନାଥଙ୍କ ସ୍ତ୍ରୀ କରିଥିବା ଅାବେଦନକୁ କୋର୍ଟ ଖାରଜ କରିଦେଇଥିଲେ।

ସୋଶାଲ ମିଡିଅାରେ କିଛି ଲେଖିବାକୁ, କହିବାକୁ ବାରଣ କରିବା ଲାଗି ଅାଲୋକନାଥଙ୍କ ସ୍ତ୍ରୀ ଅାବେଦନ କରିଥିଲେ। ହେଲେ କୋର୍ଟ ଏହାକୁ ଗ୍ରହଣ କରିନଥିଲେ। ‘ମି ଠୁ’ ଅଭିଯାନରେ ବିନ୍ତା ନନ୍ଦା ସୋଶାଲ ମିଡିଅାରେ ଅାଲୋକନାଥଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଅାଣିଥିଲେ। ଏହାପରେ ଅାଲୋକନାଥ ବିନ୍ତାଙ୍କ ବିରୋଧରେ ୧ ଟଙ୍କାର ମାନହାନି ମୋକଦ୍ଦମା କରିବା ସହ ଲିଖିତ କ୍ଷମା ପ୍ରାର୍ଥନା କରିବାକୁ କହିଥିଲେ।

ଅଭିଯୋଗ ଅାସିବା ପରେ ସିନେ ଓ ଟିଭି କଳାକାର ସଂଘରୁ ଅାଲୋକଙ୍କୁ ବହିଷ୍କାର କରାଯାଇଥିଲା। ଫିଲ୍ମ ଓ ଟିଭି ପରଦାରେ ଜଣେ ସଂସ୍କାରୀ ବାପା ଭୂମିକାରେ ଦେଖିବାକୁ ମିଳୁଥିବା ଅାଲୋକଙ୍କ ବିରୋଧରେ ଅନେକ ଯୌନ ନିର୍ଯାତନା ଅଭିଯୋଗ ଅାସିଛି।

You might also like