• translate
Rajalaxmi Sahoo

ମୁମ୍ବାଇ: ବଲିଉଡ୍‌ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକ୍ଷୟ ଓରଫ ମିମୋହଙ୍କ ବିରୋଧରେ ଓସିୱାରା ପୋଲିସ୍‌ ଷ୍ଟେସନରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ମହିଳା ଜଣକ ମିମୋହଙ୍କ ମା’(ମିଥୁନଙ୍କ ସ୍ତ୍ରୀ)ଙ୍କ ବିରୋଧରେ ମଧ୍ୟ ଅଭିଯୋଗ ଆଣିଛନ୍ତି।

ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ୍‌ ଏତଲା ଗ୍ରହଣ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଅଭିଯୋଗକାରିଣୀଙ୍କ କହିବା କଥା, ୨୦୧୫ରୁ ସେ ଅଭିନେତା ମିମୋହଙ୍କ ସହ ରିଲେସନ୍‌ଶିପ୍‌ରେ ଥିଲେ। ଏପରିକି ବିବାହ ପାଇଁ ମିମୋହ ତାଙ୍କୁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ହେଲେ ସେ ତାଙ୍କ କଥାରୁ ଓହରି ଯାଇଥିଲେ।

ସମ୍ପୃକ୍ତ ମହିଳା ଅଭିଯୋଗ ଆଣି କହିଛନ୍ତି, ‘ସେହି ସମୟରେ ମିମୋହଙ୍କ ତାଙ୍କୁ ତାଙ୍କ ଘରକୁ ଡାକିଥିଲେ ଓ ପାନୀୟରେ କିଛି ଜିନିଷ ମିଶାଇ ଥିଲେ। ବଳପୂର୍ବକ ଭାବେ ଶାରୀରିକ ସମ୍ପର୍କ ସ୍ଥାପନ କରିବା ପୂର୍ବରୁ ମିମୋହ ଏସବୁ କରିଥିଲେ।’

ସେ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ‘ଯେତେବେଳେ ସେ ଗର୍ଭବତୀ ଥିଲେ, ମିମୋହ ଗର୍ଭପାତ କରାଇବାକୁ ତାଙ୍କୁ ବାଧ୍ୟ କରିଥିଲେ। ଏହାପରେ ଯେତେବେଳେ ସେ ମନା କରି ଦେଇଥିଲେ ମିମୋହ ତାଙ୍କୁ କିଛି ଟାବ୍‌ଲେଟ୍‌ ଦେଇ ତାଙ୍କର ଗର୍ଭପାତ କରିଥିଲେ।

ଯେତେବେଳେ ସେ ପୋଲିସ୍‌ରେ ଅଭିଯୋଗ କରିବାକୁ ବାହାରିଥିଲେ ମିମୋହଙ୍କ ମା’ ତାଙ୍କୁ ଧମକ ମଧ୍ୟ ଦେଇଥିଲେ ବୋଲି ସମ୍ପୃକ୍ତ ମହିଳା ଜଣକ ଅଭିଯୋଗ କରିଛନ୍ତି।

୨୦୧୮ରେ ମିମୋହ ଟେଲିଭିଜନ୍‌ ଅଭିନେତ୍ରୀ ମାଦାଲସା ଶର୍ମାଙ୍କୁ ବିବାହ କରିଥିଲେ। “Jimmy”(୨୦୦୮), “Haunted 3D”, “Loot”, “Enemmy”, and “Ishqedarriyaana” ଫିଲ୍ମରେ ମିମୋହ ଅଭିନୟ କରିଥିବା ଦେଖିବାକୁ ମିଳିଛି।

Other Stories