‘ମିଶନ୍‌ ମଙ୍ଗଲ୍‌’ର ନିର୍ଦ୍ଦେଶକ ଜଗନ ଶକ୍ତିଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର

ମୁମ୍ବାଇ: ବଲିଉଡ୍‌ ଖିଲାଡି ଷ୍ଟାର୍‌ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ  ‘ମିଶନ୍‌ ମଙ୍ଗଲ୍‌’ର ନିର୍ଦ୍ଦେଶକ ଜଗନ ଶକ୍ତି ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ଦୀର୍ଘଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କ ବ୍ରେନ୍‌ରେ ବ୍ଲଡ୍‌ କ୍ଲଟ୍ ହୋଇଯାଇଛି। ଫଳରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗମ୍ଭୀର ରହିଛି।  ସେ ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’ରୁ ହିଁ ବଲିଉଡ୍‌ରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ ଆରମ୍ଭ କରିଥିଲେ।

ସେ ମୁମ୍ବାଇରେ ବନ୍ଧୁଙ୍କ ଗହଣରେ ଥିବା ସମୟରେ କୌଣସି କାରଣରୁ ତଳେ ପଡ଼ି ଯାଇଥିଲେ। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ତାଙ୍କ ବ୍ରେନ୍‌ରେ ବ୍ଲଡ୍‌ କ୍ଲଟ୍ ହୋଇଯାଇଥିବା ଜଣାପଡ଼ିଛି।

ଉଲ୍ଲେଖ ଥାଉ କି, ଫିଲ୍ମ ‘ମିଶନ୍‌ ମଙ୍ଗଲ୍‌’ରେ ନିର୍ଦ୍ଦେଶନା ଦେବା ପୂର୍ବରୁ ଜଗନ ନିର୍ଦ୍ଦେଶକ ଆର୍‌ ବାଲ୍‌କିଙ୍କ ଫିଲ୍ମ ‘ଚିନି କମ୍‌’ ସମେତ ଅନେକ ଫିଲ୍ମରେ ଆସିଷ୍ଟାଣ୍ଟ୍‌ ଡାଇରେକ୍ଟର ଭାବେ କାମ କରିଛନ୍ତି।

You might also like