ଏହି ସିଙ୍ଗରଙ୍କ ପ୍ରେମରେ ପଡ଼ି ଯାଇଛନ୍ତି କି ମିକା ସିଂ ? ଦେଲେ ମ୍ୟାରେଜ୍‌ ପ୍ରପୋଜାଲ୍‌ !

ମୁମ୍ବାଇ: ପ୍ରେମରେ ପଡ଼ି ଯାଇଛନ୍ତି କି ସିଙ୍ଗର୍‌ ମିକା ସିଂ ? ତା’ବି ପୁଣି ଜଣେ ସିଙ୍ଗରଙ୍କ ପ୍ରେମରେ। ଏପରିକି ସେ ତାଙ୍କୁ ମ୍ୟାରେଜ୍‌ ପ୍ରପୋଜାଲ୍‌ ମଧ୍ୟ ଦେଇଛନ୍ତି। ଯାହାକୁ ନେଇ ବେଶ୍‌ ଚର୍ଚ୍ଚା। ନ୍ୟାସ୍‌ନାଲ୍‌ ଟେଲିଭିଜନର ଏକ ରିଅଲିଟି ଶୋ’ରେ‌ ସିଙ୍ଗର ଭୂମି ତ୍ରିବେଦୀଙ୍କୁ ମିକା ସିଂ ପ୍ରପୋଜ କରିଥିବା ଦେଖିବାକୁ ମିଳିଛି। ଯାହା ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଛି। ଗତକାଲି ଜୀ ଟିଭିରେ ପ୍ରସାରିତ ହୋଇଥିବା ମ୍ୟୁଜିକ୍‌ ରିଅଲିଟି ଶୋ’ “Indian Pro Music League” (IPML)ର ଏକ ଏପିସୋଡ୍‌ରେ ମିକା ସିଂ ଭୂମିଙ୍କୁ ପ୍ରପୋଜ କରିଥିବା ଦେଖିବାକୁ ମିଳିଥିଲା।

ଶୋ’ର ଏହି ଏପିସୋଡ୍‌ରେ ମିକା ସିଂ, ଅସିସ୍‌‌ କୌର, ରୂପାଲି ଜଗ୍ଗା ଫିଲ୍ମ “Mujhse Shaadi Karogi”ର ସାଜିଦ୍‌-ୱାଜିଦ୍‌ଙ୍କ ପପୁଲାର୍ ଟାଇଟଲ୍‌ ସଙ୍ଗ୍‌ ଗାଇଥିଲେ। ଏହି ସମୟରେ ମିକା ଭୂମିଙ୍କ ପାଖକୁ ଯାଇ ତାଙ୍କର ହାତ ଧରି ଷ୍ଟେଜ୍‌ ଉପରକୁ ଆଣିଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହାପରେ ମିକା ଷ୍ଟେଜ୍‌ ଉପରେ ଆଣ୍ଠୁ ମାଡ଼ି ବସି ଗୀତର ତାଳେ ତାଳେ “Mujhse Shaadi Karogi” ବୋଲି ଭୂମିଙ୍କୁ ପଚାରିଥିଲେ। ହଠାତ୍‌ ମିକାଙ୍କର ଏଭଳି ଅଭିନୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।

ଏହି ସମୟରେ ମିକା କହିଥିଲେ, ଭୂମି, ଏବେ ତ କହି ଦିଅ ତୁମେ ମୋତେ ବିବାହ କରିବ କି ? ସମସ୍ତେ ଭୂମିଙ୍କ ସହ ଯୋଡ଼ି ହୋଇ ଅଛନ୍ତି, ତେଣୁ ମୁଁ ଭାବିଲି ମୁଁ ମଧ୍ୟ ଭୂମିଙ୍କ ଯୋଡ଼ି ହେବି। ଆପଣମାନେ ଭୂମି ସିଂଙ୍କୁ ନେଇ କ’ଣ ଭାବୁଛନ୍ତି ? ଏହାର ଉତ୍ତରରେ ଭୂମି କହିଥିଲେ, ‘ଆପଣମାନେ ମିକା ତ୍ରିବେଦୀଙ୍କୁ ନେଇ କ’ଣ ଭାବୁଛନ୍ତି ? କିନ୍ତୁ ସତ କହିବାକୁ ଗଲେ, ମୁଁ ତୁମ(ମିକା ସିଂ) ପାଇଁ କନ୍ୟା ଖୋଜିବା ଲାଗି ଏଠାକୁ ଆସିଛି। ତେଣୁ ମୁଁ ସେମାନଙ୍କ ସହ ଅନ୍ୟାୟ କରିପାରିବି ନାହିଁ।’

 

View this post on Instagram

 

A post shared by Mika Singh (@mikasingh)

ବଲିଉଡ୍‌ର ମୋଷ୍ଟ୍‌ ଏଲିଜିବଲ୍‌ ବ୍ୟାଚେଲର୍‌ ସଲମାନ୍‌ ଖାନ୍‌ ବିବାହ କରିବା ପରେ ସେ ବିବାହ କରିବେ ବୋଲି କିଛି ଦିନ ତଳେ ମିକା ସିଂ ଶୋ’ରେ ଏହା କହିଥିଲେ।

 

View this post on Instagram

 

A post shared by Mika Singh (@mikasingh)

You might also like