ଯୌନ ନିର୍ଯାତନା ମାମଲାରେ ମିକା ସିଂ ଗିରଫ

ନୂଆଦିଲ୍ଲୀ: ବଲିଉଡ୍‌ ଲୋକପ୍ରିୟ ଗାୟକ ମିକା ସିଂଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ। ଜଣେ ୧୭ ବର୍ଷୀୟ ବ୍ରାଜିଲୀୟ ନାବାଳିକା ତାଙ୍କ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ନାବାଳିକାଙ୍କ ଅଭିଯୋଗ ଆଧାର କରି ୟୁଏଇ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ବ୍ରାଜିଲୀୟ ନାବାଳିକା କରିଥିବା ଅଭିଯୋଗ ଅନୁଯାୟୀ ମିକା ତାଙ୍କୁ ଆପତ୍ତିଜନକ ଫଟୋ ପଠାଉଥିଲେ।

ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ତାଙ୍କୁ ପଚରାଉଚରା ଚାଲି ଥିବା ଜଣାପଡ଼ିଛି।

ମିକା ଏକ କାର୍ଯ୍ୟକ୍ରମରେ ଯୋଗ ଦେବାପାଇଁ ଦୁବାଇ ଯାଇଥିଲେ ବୋଲି ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ସେ ପୂର୍ବରୁ ସୂଚନା ଦେଇଥିଲେ ।

ପୂର୍ବରୁ ମଧ୍ୟ ମିକାଙ୍କ ନାମରେ ଅନେକ ଅଭିଯୋଗ ଆସିଥିଲା। ୨୦୧୬ ମସିହାରେ ମୁମ୍ବାଇର ଜଣେ ମଡେଲ୍‌ ମିକାଙ୍କ ନାଁରେ ଅସଦାଚାରଣ ଅଭିଯୋଗ ଆଣିଥିଲେ। ସେହିପରି କିଛି ବର୍ଷ ପୂର୍ବରୁ ଜଣେ ଡାକ୍ତରଙ୍କୁ ଆକ୍ରମଣ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା ଓ ପରେ ସେ ଜାମିନ୍‌ରେ ଆସିଥିଲେ।

ସେହିପରି ୨୦୦୬ ମସିହାରେ ତାଙ୍କ ବର୍ଥ ର୍ଡେ ପାର୍ଟିରେ ରାକ୍ଷୀ ସାୱନ୍ତଙ୍କୁ ଲିପ୍‌କିସ୍‌ କରିବାର ପ୍ରୟାସ କରି ହଟହଟା ହୋଇଥିଲେ ଏବଂ ରାକ୍ଷୀ ତାଙ୍କ ନାମରେ ଅଭିଯୋଗ ଆଣିଥିଲେ।

You might also like