‘ମେଟ୍‌ ଗାଲା’ ଓ ସେଲିବ୍ରିଟିଙ୍କ ଅଜବ୍‌ ପୋଷାକ…

ମୁମ୍ବାଇ: ଆମେରିକା ସିଙ୍ଗର୍‌ ନିକ୍‌ ଜୋନ୍ସଙ୍କ ସହ ବିବାହ କଲା ପରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରାୟ ସମୟରେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି। ଏବେ ସୋଶାଲ୍‌ ମିଡିଆରେ ପୁଣି ଥରେ ପ୍ରିୟଙ୍କା ଚର୍ଚ୍ଚାକୁ ଆସି ଟ୍ରଲ୍‌ର ଶିକାର ହୋଇଛନ୍ତି। ତେବେ ଏଥର ପ୍ରିୟଙ୍କା ତାଙ୍କ ହେୟାର୍‌ ଷ୍ଟାଇଲ୍‌କୁ ନେଇ ଟ୍ରଲ୍‌ ହୋଇଛନ୍ତି।

ପ୍ରିୟଙ୍କା ‘ମେଟ୍‌ ଗାଲା’ ନାମକ ଏକ ଶୋ’ରେ ଅଜବ୍‌ ଡ୍ରେସ୍‌ ଏବଂ ଅଜବ୍‌ ହେୟାର୍‌ ଷ୍ଟାଇଲ୍‌ କରିଥିବା ଦେଖିବାକୁ ମିଳିଥିଲା।

ଶୋ’ରେ ପ୍ରିୟଙ୍କାଙ୍କ ସହ ଅଭିନେତ୍ରୀ ଦୀପିକା ଏବଂ ଅନିଲ୍‌ ଅମ୍ବାନିଙ୍କ ଝିଅ ଇଶା ଅମ୍ବାନିଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ଶୋ’ ପରଠାରୁ ପ୍ରିୟଙ୍କା ସବୁଠାରୁ ଅଧିକା ଚର୍ଚ୍ଚାକୁ ଆସିଛନ୍ତି।

ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବା ଯେ, କ’ଣ ,ଏହି ମେଟ୍‌ ଗାଲା କ’ଣ ଆଉ କାହିଁକି ଏଠାରେ ସେଲିବ୍ରିଟିମାନେ ଅଜବ୍‌ ପ୍ରକାର ପୋଷାକ ପିନ୍ଧି ଆସିଥାନ୍ତି।

ଜାଣନ୍ତୁ ଏହି ମେଟ୍‌ ଗାଲା ଶୋ’ ବିଷୟରେ 

ସବୁବର୍ଷ ଭଳି ୨୦୧୯ରେ ମଧ୍ୟ ମେଟ୍‌ ଗାଲା ଶୋ’ ଆମେରିକାର ନ୍ୟୁୟର୍କରେ ଆୟୋଜନ କରାଯାଇଥିଲା। ଅନେକ ବର୍ଷ ପୂର୍ବରୁ ଏହି ଶୋ’  ଆୟୋଜିତ ହୋଇ ଆସୁଛି। ଏହି ଶୋ’ ଏକ ଫଣ୍ଡ୍‌ ପାଇଁ  କରାଯାଉଛି। ୧୯୪୮ ମିଷ୍ଟର ଲ୍ୟମ୍ବଟ୍‌ ନାମକ ବ୍ୟକ୍ତି ‘କଷ୍ଟ୍ୟୁମ୍‌ ଇନଷ୍ଟିଚ୍ୟୁଟ୍‌’ ଖୋଲିଥିଲେ। ଏହି ସଂସ୍ଥାକୁ ଚଳାଇବା ପାଇଁ ଟଙ୍କାର ଆବଶ୍ୟକତା ଥିଲା। ଏଥିପାଇଁ ସେ ଏହି କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ।

ଏହି ଶୋ’କୁ ଦେଖିବାକୁ ହେଲେ ଲୋକମାନଙ୍କୁ ଟିକେଟ୍‌ କିଣିବାକୁ ହୋଇଥାଏ। ଯଦି ଆପଣଙ୍କୁ ମେଟ୍‌ ଗାଲାର ଟିକେଟ୍‌ ଦରକାର ତାହାଲେ ଆପଣଙ୍କୁ ୩୦ହଜାର ଡଲାର୍‌ ଅର୍ଥାତ ୨୦ ଲକ୍ଷ ୧୧ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଯଦି ଆପଣଙ୍କୁ ଏହି ଶୋ’ ପାଇଁ ଟେବୁଲ୍‌ ବୁକ୍‌ କରିବାକୁ ଅଛି ତାହାଲେ ଆପଣଙ୍କୁ ୨ଲକ୍ଷ ୭୫ ହଜାର ଡଲାର୍‌ ଅର୍ଥାତ ୨ କୋଟିରୁ ଅଧିକା ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ଏହି ଇଭେଣ୍ଟରେ ଯେତେ ଟଙ୍କା ରୋଜଗାର ହୁଏ ତାହା ଉକ୍ତ ‘କଷ୍ଟ୍ୟୁମ୍‌ ଇନଷ୍ଟିଚ୍ୟୁଟ୍‌’କୁ ଯାଇଥାଏ। ତେବେ ଏଠାରେ ଆପଣ ଭାବୁଥିବେ ଫଣ୍ଡ୍‌ କଥା ଠିକ୍‌ ଅଛି, କିନ୍ତୁ ଏଠାରେ ଏତେ ଅଜବ୍‌ ଢଙ୍ଗରେ କାହିଁକି ପୋଷାକ ପିନ୍ଧାଯାଏ।

କାହିଁକି ପିନ୍ଧାଯାଏ ଅଜବ ଡ୍ରେସ୍‌ ?

ଥରେ ଆପଣ ଭାବନ୍ତୁ, ଯେ, ଯଦି କିଛି ଅଲଗା ହେବନାହିଁ ତାହାଲେ ଲୋକ ଏତେ ଟଙ୍କା ଖର୍ଚ୍ଚ କରି କାହିଁକି ଶୋ’ ଦେଖିବାକୁ ଯିବେ। ସବୁ ବର୍ଷ ମେଟ୍‌ ଗାଲା ଶୋ’ ଏକ ଥିମ୍‌ ବା ବିଷୟବସ୍ତୁକୁ ନେଇ ହୋଇଥାଏ।

ଏହି ବର୍ଷ ଥିମ୍‌ ଥିଲା ‘ଚାମ୍ପ: ନୋଟ୍ସ ଅନ୍‌ ଫ୍ୟାସନ୍‌’ “Camp: Notes on Fashion” ଏହାରମାନେ ଏହା କୁହାଯାଇପାରେ ଯେ, ‘ଆପଣ ନିଜ ପୋଷାକର ସୀମାକୁ ଭାଙ୍ଗନ୍ତୁ’। ଏହି ଶୋ’ରେ ସେଲିବ୍ରିଟିମାନେ ନିଜ ପସନ୍ଦ ଅନୁସାରେ ପୋଷାକ ଚୟନ କରିଥାନ୍ତି।

ପ୍ରିୟଙ୍କା ମଧ୍ୟ ଏହିପରି ଏକ ଡ୍ରେସ୍‌ ପିନ୍ଧିଥିଲେ। ସେ ଏହା ଦେଖାଇଦେବାକୁ ଚାହୁଁଥିଲେ ଯେ, ଦୁନିଆ ଯାହା କହୁ, ଏହା ହିଁ ତାଙ୍କ ପାଇଁ ଫ୍ୟାସନ୍‌ର ଅର୍ଥ। କେବଳ ପ୍ରିୟଙ୍କା ନୁହନ୍ତି, ଅନେକ ସେଲିବ୍ରିଟି ମଧ୍ୟ ଅଜବ୍‌ ଶୈଳୀର ପୋଷାକ ପିନ୍ଧି ଏହି ଶୋ’କୁ ଆସିଥିଲେ।

ତେବେ ଏଠାରେ ଆପଣଙ୍କୁ କହି ରଖିବାକୁ ଚାହୁଁଛୁ ଯେ, ମେଟ୍‌ ଗାଲା ହିଁ ସେହି ଶୋ’ ଯେଉଁଠି ୨୦୧୭ରେ ପ୍ରିୟଙ୍କା ଏବଂ ନିକ୍‌ ପ୍ରଥମ ଥର ପାଇଁ ପରସ୍ପରକୁ ଭେଟିଥିଲେ। ଏହି ଥର ମଧ୍ୟ ଦୁହେଁ ଏକାଠି ଶୋ’ରେ ଦେଖାଯାଇଥିଲେ। କିନ୍ତୁ ଏପରି ପୋଷାକକୁ ନେଇ ଭାରତରେ ପ୍ରିୟଙ୍କାଙ୍କୁ  ଅନେକ ଟ୍ରଲ୍‌ ହେବାକୁ ପଡ଼ିଲା।

ଆହୁରି ପଢ଼ନ୍ତୁ

ଜଣାଶୁଣା ଗାୟକ ବାଲାସୁବ୍ରମଣ୍ୟମଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର

‘କେଦାରନାଥ’ ଫିଲ୍ମ କାହାଣୀ ଶୁଣି କାନ୍ଦି ପକାଇଥିଲେ ସୁଶାନ୍ତ

ଅଭିନେତ୍ରୀ ପାୟଲ ଘୋଷଙ୍କ ଟ୍ୱିଟ୍‌କୁ ନେଇ ଚର୍ଚ୍ଚା, କହିଲେ- ଯଦି ଝୁଲନ୍ତା ଅବସ୍ଥାରେ ମୋ ମୃତଦେହ ମିଳେ…

ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ୍‌ ମ୍ୟାନେଜର କହିଲେ, ଶ୍ରଦ୍ଧାଙ୍କ ପାଇଁ ଅନ୍‌ଲାଇନ୍‌ରେ ଅର୍ଡର କରୁଥିଲେ…

ଆଉ ଜଣେ ବଲିଉଡ୍ ଅଭିନେତାଙ୍କ ଦେହାନ୍ତ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଏନ୍‌ସିବିର ସମନ୍

ଫିଲ୍ମ ନିର୍ମାତା ମଧୁ ମନତେନାଙ୍କୁ ଏନସିବିର ଜେରା

ଗିରଫ ହେଲେ ଅଭିନେତ୍ରୀ ପୁନମ୍‌ ପାଣ୍ଡେଙ୍କ ସ୍ୱାମୀ, ୨ ସପ୍ତାହ ତଳେ ହୋଇଥିଲା ବିବାହ

ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ନିଜ ନାଁ ଆସିବା ପରେ ମୁହଁ ଖୋଲିଲେ ଦିଆ

ଡ୍ରଗ୍ସ ଲିଙ୍କ ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ ରବିନା; କହିଲେ ‘ସଫା କରିବାର ଏହା ଠିକ୍‌ ସମୟ’

ଦୀପିକାଙ୍କୁ କଙ୍ଗନାଙ୍କ କଟ୍ଟାକ୍ଷ: ‘ମାଲ୍ ହେ କ୍ୟା’

ଅକ୍ଟୋବର ୬ ଯାଏ ଜେଲ୍‌ରେ ରହିବେ ରିୟା

You might also like