‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର ରିଲିଜ୍‌

ମୁମ୍ବାଇ : ପରଦାକୁ ଆସିଛି ବିବାଦୀୟ ଫିଲ୍ମ ‘ମେରେ ପ୍ୟାରେ ପ୍ରାଇମ୍‌ ମିନିଷ୍ଟର’ର ଟ୍ରେଲର। ରାକେଶ ଓମ୍‌ ପ୍ରକାଶଙ୍କ ଏହି ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖାଦେଇଛି। ସ୍ୱଚ୍ଛତାକୁ ନେଇ ତିଆରି ହୋଇଛି ଏହି ଫିଲ୍ମ।

ମୁମ୍ବାଇର ଗୋଟିଏ ସ୍ଲମ୍ ଏରିଆର କହ୍ନେୟା ନାମକ ଜଣେ ୮ ବର୍ଷର ପିଲା ତା ମା’ ସହ ରହୁଛି। କିନ୍ତୁ ତାଙ୍କ ଜୀବନର ଗତିପଥ ସେତେବେଳେ ବଦଳେ, ଯେତେବେଳେ କି କହ୍ନେୟାର ମା’ ବାହାରକୁ ଶୌଚ ହେବା ପାଇଁ ଯାଇ ଦୁଷ୍କର୍ମର ଶିକାର ହୁଅନ୍ତି। ଯାହାକୁ ନେଇ ଫିଲ୍ମର କାହାଣୀ ଗତିଶୀଳ ହୋଇଛି।

ପରେ କହ୍ନେୟା ତାଙ୍କ ଘରେ ଶୌଚାଳୟ ତିଆରି କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଚିଠି ଲେଖେ।

ଏଭଳି ଏକ ଦମ୍‌ଦାର କାହାଣୀକୁ ନେଇ ପରଦାକୁ ଆସିଛନ୍ତି ରାକେଶ ଓମ୍‌ପ୍ରକାଶ। ଫିଲ୍ମର ମୁଖ୍ୟ ଭୂମିକାରେ ନଜର ଆସିବେ ଅଞ୍ଜଳି ପାଟିଲ୍ ଏବଂ ମକରନ୍ଦ ଦେଶପାଣ୍ଡେ। ମାର୍ଚ୍ଚ ୧୫ ତାରିଖରେ ପରଦାକୁ ଏହି ଫିଲ୍ମ ଆସିବାର ସୂଚନା ରହିଛି।

You might also like