ବଲିଉଡ୍‌କୁ ଦୁଃଖ : ଚାଲିଗଲେ ପୁଣି ଜଣେ କଳାକାର

ମୁମ୍ବାଇ : ବଲିଉଡ୍‌କୁ ପୁଣି ଏକ ଝଟ୍‌କା। ବଲିଉଡ ଏବେ ଏପରି ଏକ ନୂଆ ହୀରାଙ୍କୁ ହରାଇଛି, ଯାହାଙ୍କ ପାଇଁ ହଜାର ହଜାର ଚଳଚ୍ଚିତ୍ର ସୁପରହିଟ୍ ହୋ‍ଇପାରିଛି। ‘ସଉଦାଗର’ – ‘ଡିସ୍କୋ ଡାନ୍ସର୍’ ପରି ଅନେକ ଚଳଚ୍ଚିତ୍ର ସେଟ୍ ଡିଜାଇନ୍ କରିଥିବା କଳା ନିର୍ଦ୍ଦେଶକ ମାରୁତିରାଓ ଭି କାଲେ ଆଉ ଆମ ମଧ୍ୟରେ ନାହାଁନ୍ତି। କୋଭିଡ ପଜିଟିଭ ମାରୁତି ରାଓ କାଲେଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା। କରୋନା ସଂକ୍ରମଣ ହେତୁ ମାରୁତିରାଓ କାଲେଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୁମ୍ବାଇର ଏକ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଛି।

ମାରୁତିରାଓ ଭି କାଲେ ହିନ୍ଦୀ ସିନେମା ପାଇଁ ୧୦୦ରୁ ଅଧିକ ଚଳଚ୍ଚିତ୍ରରେ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ୧୯୬୦ରେ ମୁକ୍ତିଲାଭ କରିଥିବା ସୁପରହିଟ୍ ଫିଲ୍ମ ‘ମୁଗଲ-ଏ-ଆଜମ’ରେ କାର୍ପେଟର୍‌ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ।

ଏକ ନ୍ୟୁଜ୍ ଚ୍ୟାନେଲ ସହିତ ବାର୍ତ୍ତାଳାପରେ ମାରୁତି ରାଓ କାଲେଙ୍କ ଝିଅ କଳ୍ପନା କାଲେ କହିଛନ୍ତି ଯେ କରୋନା କାରଣରୁ ତାଙ୍କ ପିତାଙ୍କର ମୃତ୍ୟୁ ଘଟିଛି। ସେ କହିଛନ୍ତି ଯେ ମେ ୭ରେ ତାଙ୍କର କରୋନା ପଜିଟିଭ୍ ହେବାର ଖବର ମିଳିଥିଲା, ପରେ ତାଙ୍କୁ ମୁମ୍ବାଇର ବାନ୍ଦ୍ରାସ୍ଥିତ ହୋଲି ଫ୍ୟାମିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ବୟସର ଏହି ପର୍ଯ୍ୟାୟରେ, ସେ କରୋନାଙ୍କୁ ପରାସ୍ତ କରିପାରି ନ ଥିଲେ ଏବଂ ୨୬-୨୭ର ମଧ୍ୟବର୍ତ୍ତୀ ରାତିରେ ସେ ଏହି ଦୁନିଆ ଛାଡି ସବୁଦିନ ପାଇଁ ବିଦାୟ ନେଇଥିଲେ।

ସେ ‘ଇମାନ ଧରମ’, ‘ଡିସ୍କୋ ଡ୍ୟାନ୍ସର୍’, ‘କଦମ ପୈଦା କରନେୱାଲେ କି’, ‘ଡ୍ୟାନ୍ସ ଡ୍ୟାନ୍ସ’, ‘କମାଣ୍ଡୋ’, ‘ଅଜୁବା’, ‘ସୌଦାଗର’ ଭଳି ସମସ୍ତ ବଡ ତଥା ହିଟ୍ ଚଳଚ୍ଚିତ୍ର ପାଇଁ ସେ ମୁଖ୍ୟ କଳା ନିର୍ଦ୍ଦେଶକ ଭାବରେ ସେଟ୍ ଡିଜାଇନ୍ କରିଥିଲେ। ଏହାପୂର୍ବରୁ ସେ ‘ରୋଟି କପଡା ଔର ମକାନ’, ‘ଦିୱାର’, ‘ରଜିଆ ସୁଲତାନ’, ‘ପାକିଜା,’ଶୋର’,’କଭି କଭି’,’ଦୋ ଅଞ୍ଜାନେ’,’ମେରା ସାୟା’ ୟାଦଗାର୍, ଜାମ୍ବାଜ୍ ଭଳି ଚଳଚ୍ଚିତ୍ରରେ ସହକାରୀ କଳା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ବଲିଉଡ ସବୁବେଳେ ତାଙ୍କ କାମକୁ ମନେରଖିବ।

You might also like