ଟି-ଶର୍ଟରୁ ପ୍ରାଇସ୍ ଟ୍ୟାଗ୍ ହଟାଇବାକୁ ଭୁଲିଗଲେ ପୂର୍ବତନ ମିସ୍ ୱାର୍ଲଡ୍
ମୁମ୍ବାଇ: ୨୦୧୭ରେ ମିସ୍ ୱାର୍ଲଡ୍ ହୋଇଥିବା ମାନୁଷୀ ଛିଲ୍ଲର କିଛି ଦିନ ହେବ ଚର୍ଚ୍ଚାରେ ରହି ଆସୁଛନ୍ତି। କିଛି ଦିନ ତଳେ ଏୟାରପୋର୍ଟରେ ତାଙ୍କୁ ଦେଖିବାକୁ ମିଳିଥିଲା। ମାନୁଷୀ ପିନ୍ଧିଥିବା ବ୍ଲାକ୍ ଟି-ଶର୍ଟରେ ପ୍ରାଇସ୍ ଟ୍ୟାଗ୍ ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ହଟାଇବାକୁ ସେ ଭୁଲି ଯାଇଥିଲେ। ତାଙ୍କର ଏହି ଗୋଟିଏ ଭୁଲ୍ ପାଇଁ ତାଙ୍କୁ ଅନେକ ଟ୍ରୋଲର ଶିକାର ହେବାକୁ ପଡ଼ିଛି। ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଛି।
ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି, ମାନୁଷୀ ଏୟାରପୋର୍ଟରୁ ବାହାରି ହାତ ହଲାଇ ଫ୍ୟନ୍ସମାନଙ୍କୁ ହ୍ୟାଲୋ କହୁଛନ୍ତି। ସେ ବ୍ୟସ୍ତ ଥିବା ନଜର ଆସୁଛି। ଏହି ସମୟରେ ସେ ପିନ୍ଧି ଥିବା ବ୍ଲାକ୍ ଟି-ଶର୍ଟର ପଛପଟେ ପ୍ରାଇସ୍ ଟ୍ୟାଗ୍ ଲାଗିଥିବା ଦେଖିବାକୁ ମିଳିଥିଲା। ଯାହାକୁ ହଟାଇବାକୁ ସେ ଭୁଲି ଯାଇଥିଲେ। ହେଲେ ତାଙ୍କର ଏହି ଭୁଲ୍ କ୍ୟାମେରାରେ କଏଦ ହୋଇଥିଲା ଓ ଏଥିପାଇଁ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡ଼ିଥିଲା।
View this post on Instagram
ୟୁଜର୍ସ କମେଣ୍ଟ ଦେଇ ଲେଖିଛନ୍ତି,ଟ୍ୟାଗ୍ ଲଗାଇ କେଉଁ ଆଡ଼େ ଯାଉଛନ୍ତି ? ଜଣେ ୟୁଜର୍ ଲେଖିଛନ୍ତି, ‘ଟି-ଶର୍ଟ ପିନ୍ଧି ଏହାକୁ ପରେ ଫେରାଇ ଦେବା କଥା ହୁଏତ ସେ ଭାବୁଛନ୍ତି’। ଆଉ ଜଣେ ୟୁଜର ଲେଖିଛନ୍ତି ‘ତାଙ୍କ ପାଖରେ ଏମିତି ସମୟ ନାହିଁ ଯେ, ସେ ପ୍ରାଇସ୍ ଗ୍ୟାଗ୍ ହଟାଇ ପାରିଲେ ନାହିଁ।’
View this post on Instagram
୨୦୧୭ରେ ମିସ୍ ୱାର୍ଲଡ୍ ହେବାପରେ ଏବେ ମାନୁଷୀ ବଲିଡ୍ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ସେ ଫିଲ୍ମ ‘ପୃଥ୍ୱୀରାଜ’ରେ ଅଭିନେତା ଅକ୍ଷୟ କୁମାରଙ୍କ ବିପକ୍ଷରେ ଅଭିନୟ କରୁଥିବା ନଜର ଆସିବେ। ଏହି ଫିଲ୍ମ ପୃଥ୍ୱୀରାଜ ଚୌହ୍ୱାନଙ୍କ ଜୀବନୀ ଉପରେ ଆଧାରିତ।
View this post on Instagram