ବଲିଉଡ୍‌ ଅଭିନେତ୍ରୀଙ୍କ କାର ସହ ପିଟି ହୋଇ ବାଇକ୍‌ ଆରୋହୀ ମୃତ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଜରିନ୍‌ ଖାନ୍‌ଙ୍କ କାର ସହ ପିଟି ହୋଇ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ବୁଧବାର ଦିନ ଉତ୍ତର ଗୋଆରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ନାଁ ନୀତେଶ ଗୋରାଲ୍‌(୩୧)। ତାଙ୍କ ଘର ଗୋଆର ରାଜଧାନୀ ପାନାଜୀ ଠାରୁ ୧୩ କି.ମି. ଦୂର ମାପୁସାରେ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ନୀତେଶଙ୍କ ସ୍କୁଟର ଜରିନ୍‌ଙ୍କ କାର ସହ ଧକ୍କା ହୋଇଥିଲା। ଏହାପରେ ନୀତେଶ ରାସ୍ତାରେ ଛିଟ୍‌କି ହୋଇ ପଡ଼ିଥିଲେ। ଦୁର୍ଘଟଣାରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ସହ ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଦୁର୍ଘଟଣା ବେଳେ କାର୍‌ରେ ଜରିନ୍‌ ଓ ତାଙ୍କ ଡ୍ରାଇଭର ଥିଲେ ବୋଲି ପୁଲିସ୍‌ କହିଛି। ଅନ୍ୟପଟେ ଏନେଇ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

‘ହେଟ୍‌ ଷ୍ଟୋରୀ ୨’, ‘ହାଉସ୍‌ଫୁଲ୍‌ ୨’ ଓ ‘ଭିର୍‌’ ଫଲ୍ମରେ ଜରିନ୍‌ ଅଭିନୟ କରିଛନ୍ତି।

You might also like