ପାଣିରେ ବୁଡ଼ି ଆଖି ବୁଜିଲେ ସାଉଥ ହିରୋ
ମୁମ୍ବାଇ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତା ଅନିଲ ପି ଙ୍କ ଶୁକ୍ରବାର ସନ୍ଧ୍ୟାରେ ମୃତ୍ୟୁ ଘଟିଛି। ଏହି ଖବର ଶୁଣିବା ପରେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି। ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ତାଙ୍କର ଫ୍ୟାନ୍ସ। କ୍ରିସମାସ ଅବସରରେ ପ୍ରିୟ ଅଭିନେତାଙ୍କ ମୃତ୍ୟୁ ଖବର ସମସ୍ତଙ୍କୁ ଦୁଃଖ ଦେଇଛି। ସୋଶାଲ ମିଡିଆରେ ମଧ୍ୟ ଶୋକର ଲହରୀ ଦେଖିବାକୁ ମିଳିଛି। କୁହାଯାଉଛି, ଅନିଲ ପି ଶୁଟିଂ ପାଇଁ ବାହାର ଯାଇଥିଲେ। ସେଠାରେ ସାଙ୍ଗମାନଙ୍କ ସହ କିଛି ସମୟ ବିତାଇବା ପାଇଁ ବାହାରକୁ ଯାଇଥିଲେ।
ସାଙ୍ଗମାନଙ୍କ ସହ ସମୟ କଟାଇବାପାଇଁ ସେ ଡ୍ୟାମକୁ ଯାଇଥିଲେ। ସେଠାରୁ ଗାଧଉଥିବାବେଳେ ବୁଡି ଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ବନ୍ଧୁମାନେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ଜଣା ପଡ଼ିବା ପରେ ସୋଶାଲ ମିଡିଆରେ ଫ୍ୟାନ୍ସମାନେ ସେମାନଙ୍କର ଦୁଃଖ ପ୍ରକାଶ କରିଥିଲେ।
କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଅନିଲ ପି ଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଥିଲେ। ଅନିଲଙ୍କ ଅଭିନୟ ସବୁଦିନ ସ୍ମରଣୀୟ ରହିବ ବୋଲି କହିଛନ୍ତି। ଅନିଲଙ୍କର ଏପରି ଅକସ୍ମାତ ବିୟୋଗ ମଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଘଟଣା ବୋଲି କହିଛନ୍ତି।
ସୂଚନାଥାଉ କି, ଅନିଲ୍ ପି ଙ୍କୁ ଫିଲ୍ମ Ayyappanum Koshiyum ପାଇଁ ଖୁବ୍ ପ୍ରଶଂସା ମିଳିଥିଲା । ଏହି ଫିଲ୍ମର ଡାଇରେକ୍ଟର କେ.ଆର. ସଚ୍ଚିଦାନନ୍ଦଙ୍କ ମଧ୍ୟ ଚଳିତ ବର୍ଷ ମତ୍ୟୁ ଘଟିଛି। ସଚ୍ଚିଦାନନ୍ଦଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଅନିଲ କହିଥିଲେ, ଫେସବୁକ୍ ୱାଲ୍ରେ ସଚ୍ଚିଦାନନ୍ଦଙ୍କ ସହ ତାଙ୍କର ଲାଗିଥିବା ଫଟୋକୁ କେବେ ବି ହଟାଇବେ ନାହିଁ। ହେଲେ ସଚ୍ଚିଦାନନ୍ଦଙ୍କ ମୃତ୍ୟୁର କିଛି ଦିନ ପରେ ଅନିଲଙ୍କର ମୃତ୍ୟୁ ଘଟିଛି।
Nothing. I have nothing to say. Hope you’re at peace Anil etta. 💔 pic.twitter.com/B6hOHGffkA
— Prithviraj Sukumaran (@PrithviOfficial) December 25, 2020