୮ ମାସ ପରେ ମଲାଇକା ଦେଖେଇଲେ ସୁପର୍ ଫିଗର୍

ମୁମ୍ବାଇ : କରୋନା ଲୋକମାନଙ୍କୁ ଦୁଃଖ ପରେ ଦୁଃଖ ଦେ‍ଇଚାଲିଛି। କରୋନାକୁ ହାଲୁକା ଭାବେ ଗ୍ରହଣ ନ କରିବା ନେ‍ଇ ଡାକ୍ତରମାନେ ବାରମ୍ବାର କହୁଛନ୍ତି। କରୋନାକୁ ପରାସ୍ତ କରିବା ପରେ ମଧ୍ୟ ଶରୀରକୁ ଭେକ୍ସିନ୍ ସମେତ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଅନେକ ବଲିଉଡ ସେଲିବ୍ରେଟ୍ କରୋନାଙ୍କୁ ପରାସ୍ତ କରିଛନ୍ତି। ମାତ୍ର କରୋନାକୁ ହରେଇବାର ମାତ୍ର ୬ ମାସ ପରେ ମଲାଇକା ଅରୋରା କରୋନାର ପ୍ରଭାବକୁ ପ୍ରକାଶ କରିଛନ୍ତି।

ଫିଟନେସ୍ ପ୍ରିୟ ମଲାଇକା ଅରୋରା ଏବେ ସୋସିଆଲ୍ ମିଡିଆରେ ବେଶ ସକ୍ରିୟ। ଗତ ବର୍ଷ ସେ ସେପ୍ଟେମ୍ବରରେ କରୋନାର ଶୀକାର ହୋଇଥିଲେ।   ବର୍ତ୍ତମାନ କରୋନାକୁ ହରେଇବାର ୮ ମାସ ପରେ ସେ କହିଛନ୍ତି ଯେ କରୋନା କେବଳ ଶାରୀରିକ ସ୍ତରରେ ଦୁର୍ବଳ କରିନି ବରଂ ମାନସିକ ସ୍ତରରେ ମଧ୍ୟ ଭାଙ୍ଗିଦେଇଛି।

ନିକଟରେ ମଲାଇକା ଅରୋରା ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ସେ ନିଜର ସୁପର ଫିଗର ଦେଖାଇ ଏହି ଯନ୍ତ୍ରଣା ବିଷୟରେ ଅବଗତ କରାଇଛନ୍ତି।

ସେ କହିଛନ୍ତି ଯେ, “ମୁଁ ନିଜେ ଏହି କରୋନା ଦେ‍ଇ ଆସିଛି, ଏ ବିଷୟରେ କହିବା ଏତେ ସହଜ ନୁହେଁ। ଏହା ଶାରୀରିକ ଭାବରେ ମୋତେ ଭାଙ୍ଗି ଦେଇଥିଲା | ଦୁଇ ପାଦ ଚାଲିବା ଏକ କଷ୍ଟକର କାର୍ଯ୍ୟ ପରି ମନେହେଉଥିଲା। ବିଛଣାରୁ ଉଠିବା, ମୋ ଝରକା ପାଖରେ ଠିଆ ହେବା ନିଜ ପାଇଁ ଏକ ଯାତ୍ରା ଭଳି ଥିଲା।”

ସେପ୍ଟେମ୍ବର ୨୬ରେ, ଶେଷରେ ମୋର ନେଗେଟିଭ୍ ରିପୋର୍ଟ ଆସିଲା। ଏନେଇ ମୁଁ ବହୁତ ଖୁସି ଥିଲି ଯେ ମୁଁ ଶେଷରେ ଏହା କରି ଦେଖେଇଥିଲି। କିନ୍ତୁ ମୋ ପାଖେ ଦୁର୍ବଳପଣ ଲାଗି ରହିଲା। ମୁଁ ନିରାଶ ଥିଲି ଯେ ମୋ ଶରୀର ମତେ ସେଭଳି ସପୋର୍ଟ କରୁ ନ ଥିଲା ଯେପରି ମୋ ମନ ଅନୁଭବ କରୁଥିଲା।

ମୁଁ ଭୟଭୀତ ଥିଲି ଯେ ସତେ ଯେପରି ମୁଁ ମୋ ଶକ୍ତି ଫେରି ପାଇବି ନାହିଁ। ମୁଁ ଭାବୁଥିଲି କି ୨୪ ଘଣ୍ଟା ମଧ୍ୟରେ ମୁଁ ଗୋଟିଏ କାମ ସାରି ପାରିବି କି ନାହିଁ। ମୋର ପ୍ରଥମ ବ୍ୟାୟାମ ବହୁତ ଭୟଙ୍କର ଥିଲା । ମୁଁ କିଛି ଭଲ କରିବାକୁ ସକ୍ଷମ ନଥିଲି ଏବଂ ଭାଙ୍ଗି ପଡୁଥିବାର ଅନୁଭବ କରୁଥିଲି।

କିନ୍ତୁ ପରଦିନ ମୁଁ ଫେରିଆସି ନିଜକୁ କହିଲି, ମତେ ନିଜକୁ ତିଆରି କରିବାର ଅଛି। ଏହା ପରେ, ତୃତୀୟ, ଚତୁର୍ଥ ଏବଂ ପଞ୍ଚମ ଦିନ ଏମିତି ଆଗକୁ ମଧ୍ୟ ଚାଲିଲା। ମୁଁ ନେଗେଟିଭ୍ ହେବାର ୩୨ ସପ୍ତାହ ହୋଇଗଲାଣି। ଏବେ ମୁଁ ପୂର୍ବ ପରି ଅନୁଭବ କରିବା ଆରମ୍ଭ କରିଛି।

ମଲାଇକା କହିଛନ୍ତି ଯେ, “ଚାରି ଅକ୍ଷରବିଶିଷ୍ଟ ଏକ ଶବ୍ଦ ଯାହା ମତେ ଆଗକୁ ନେଇଥିଲା ତାହା ହେଉଛି HOPE । ଏକ ଆଶା ଥିଲା ଯେ ସବୁକିଛି ଠିକ୍ ହୋ‍ଇଯିବ, ଯେତେବେଳେ ମୁଁ ଅନୁଭବ କରୁଥିଲି ଯେ କିଛି ନି ଠିକ୍ ନାହିଁ।”

Source : Times of India

ଏହା ସହିତ ସେ ସମୟରେ ତାଙ୍କୁ ସମର୍ଥନ କରିଥିବା ବ୍ୟକ୍ତିମାନଙ୍କୁ ମଲାଇକା ଧନ୍ୟବାଦ ଅର୍ପଣ କରିଛନ୍ତି। ଏହା ସହିତ ବିଶ୍ୱ ଖୁବ୍ ଶୀଘ୍ର ସୁସ୍ଥ ହେବା ପାଇଁ ସେ ପ୍ରାର୍ଥନା କରିଛନ୍ତି। ପ୍ରକାଶ ଥାଉଯେ ନିକଟରେ ମଲାଇକାଙ୍କୁ ‘ସୁପର ଡ୍ୟାନ୍ସର’ରେ ଜଣେ ଜଜ୍ ଭାବରେ ଦେଖାଯାଇଥିଲା। ଖୁବ୍ ଶୀଘ୍ର ତାଙ୍କୁ ‘ଇଣ୍ଡିଆ ବେଷ୍ଟ ଡ୍ୟାନ୍ସର’ରେ ଜଜ୍ ଭୂମିକାରେ ଦେଖିବାକୁ ମିଳିବ।

You might also like