କୋଭିଡ୍‌ରୁ ସୁସ୍ଥ ହୋଇ ଦମଦାର୍‌ କମ୍‌ବ୍ୟାକ୍‌ କଲେ ମଲାଇକା

ମୁମ୍ବାଇ: ବଲିଉଡର ଷ୍ଟାଇଲିସ୍‌ ଅଭିନେତ୍ରୀ ମଲାଇକା ଆରୋରା ଖାନ୍‌ ତାଙ୍କ ନିଆରା ଅନ୍ଦାଜ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଏଥିସହ ସେ ସବୁବେଳେ ନିଜକୁ ଫିଟ୍‌ ରଖିବା ସହ ତାଙ୍କ ପ୍ରଶଂସକଙ୍କୁ ଫିଟ୍‌ ରହିବାର ପରାମର୍ଶ ଦିଅନ୍ତି। ନିକଟରେ ମଲାଇକା କରୋନା ଆକ୍ରାନ୍ତ ଥିବା ବେଳେ ଏବେ ସେ ସେଥିରୁ ମୁକ୍ତ ହୋଇ କାମକୁ ଫେରିଛନ୍ତି।

ନିକଟରେ ମଲାଇକା ଆରୋରାଙ୍କର ଏକ ଭିଡିଓ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ‘ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର’ ପାଇଁ ପ୍ରସ୍ତୁତ ହେଉଥିବା ଦେଖିବାକୁ ମିଳିଛି। ଭିଡିଓରେ, ମଲାଇକା ହଳଦିଆ ପୋଷାକରେ ନଜର ଆସିଛନ୍ତି।
ମଲାଇକାଙ୍କର ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ଫ୍ୟାଶନ ଷ୍ଟାଇଲିଷ୍ଟ ମାନେକା ହରି ସିଂଘାନି ଦ୍ୱାରା ଶେଆର କରାଯାଇଛି। ଏହି ଭିଡିଓରେ ଅଭିନେତ୍ରୀ ନିଜର ମେକଅପ୍ କରୁଥିବା ନଜର ଆସିଛନ୍ତି। ମଲାଇକାଙ୍କ ଲୁକ୍ ଏବଂ ଷ୍ଟାଇଲ୍ ପୁରା ସ୍ୱତନ୍ତ୍ର ରହିଛି। ମଲାଙ୍କର ଏହି ଲୁକ୍‌ ଦର୍ଶକଙ୍କୁ ମଧ୍ୟ ବେଶ୍‌ ପସନ୍ଦ ଆସିଛି।

 

View this post on Instagram

 

Look who is back and shining brighter than the sun !!@malaikaaroraofficial 🌙🌙🌝

A post shared by Maneka Harisinghani (@manekaharisinghani) on

ସୂଚନା ଅନୁଯାୟୀ, ମଲାଇକା କୋଭିଡ୍‌ ଆକ୍ରାନ୍ତ ହେବା ନେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ଜଣାଇଥିଲେ। କୋଭିଡ ପଜିଟିଭ୍ ହେବା ପରେ ମଲାଇକା ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର ଶୋ’ରୁ ଦୂରେଇ ରହିଥିଲେ। ଏହି ଶୋ’ରେ ମଲାଇବା ଜଜ୍ ଅଛନ୍ତି। ତାଙ୍କ ବ୍ୟତୀତ ଟେରିନ୍ସ ଲୁଇସ୍‌ ଏବଂ ଗୀତା କପୁର ମଧ୍ୟ ଶୋ’ର ଜଜ୍ ଅଛନ୍ତି।
ତେବେ ଗତ କିଛି ଦିନ ହେବ ମଲାଇକା କୋଭିଡ୍‌ ଆକ୍ରାନ୍ତ ହେବା ପରେ ତାଙ୍କ ସ୍ଥାନରେ ନୋରା ଫତେହିଙ୍କୁ ଜଜ୍ ଭାବେ ରଖାଯାଇଥିଲା।

 

ଆହୁରି ପଢ଼ନ୍ତୁ

’ପ୍ରି-ୱେଡିଂ ଫେଷ୍ଟିଭିଟିଜ୍’’ ଫଟୋ ଶେୟାର କଲେ ଅଭିନେତ୍ରୀ କାଜଲ

ବିରାଟଙ୍କୁ ଚିୟର କରିବାକୁ ଲାଲ୍‌ ଡ୍ରେସ୍‌ରେ ଷ୍ଟାଡିୟମ୍‌ ପହଞ୍ଚିଲେ ଅନୁଷ୍କା

ନୋରାଙ୍କୁ ପ୍ରେମ ନିବେଦନ କଲେ ଟେରିନ୍ସ!

ଡ୍ରଗ୍ସ କିଣୁଥିବା ବେଳେ ଟିଭି ଅଭିନେତ୍ରୀଙ୍କୁ ଗିରଫ କଲା ଏନ୍‌ସିବି

ନିଆରା ଢଙ୍ଗରେ ଦୁର୍ଗା ପୂଜା ଶୁଭେଚ୍ଛା ଜଣାଇଲେ ଓଲିଉଡ୍‌ ଅଭିନେତ୍ରୀ

ଲାଇଫ୍‌ ପାର୍ଟନର ରୋହନ‌ପ୍ରୀତ୍‌ଙ୍କ ସହ ନେହା, ସୋସିଆଲ ମିଡିଆରେ ଫଟୋ ଓ ଭିଡିଓ ଭାଇରାଲ

ହିମାଂଶଙ୍କ ଠାରୁ ଦୂରେଇ ଯିବାପରେ ଭାଙ୍ଗି ପଡିଥିଲେ ନେହା, ୬ବର୍ଷ ସାନ ରୋହନଙ୍କୁ କଲେ ବିବାହ

ବିବାହ କଲେ ରୋହନ୍‌-ନେହା

ଦୂର୍ଗା ମଣ୍ଡପରେ ସୋନୁଙ୍କ ମୂର୍ତ୍ତି

ନେହାଙ୍କ ଘରେ ବାଜିଲା ୱେଡିଂ ବେଲ୍‌: ମେହେନ୍ଦୀ, ହଳଦୀ ସେରେମୋନି ଫଟୋ ଭାଇରାଲ୍‌

ଫିଲ୍ମ ଅଭିନେତାଙ୍କୁ ହତ୍ୟା ! ସୋଫାରେ ପଡ଼ିଥିଲା ରକ୍ତଭିଜା ମୃତଦେହ

ଏଣିକି ମହାରାଷ୍ଟ୍ରରେ ବିନା ଅନୁମତିରେ ପଶି ପାରିବନି ସିବିଆଇ

You might also like