‘ସୋଲମେଟ ଫର ଏଭର’-ମାଧୁରୀଙ୍କ ଏ ରୋମାଣ୍ଟିକ ମେସେଜ୍ କାହାପାଇଁ
ନୂଆଦିଲ୍ଲୀ: ଏକଥା ସତ, ବଲିଉଡ ଦୁନିଆରୁ ଦୂରରେ ଅଛନ୍ତି ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ହେଲେ ବଲିଉଡ୍ରେ ତାଙ୍କର ଦବ୍ଦବା ଏବେ ବି ରହିଛି। ଅବଶ୍ୟ ଟିକେ ଭିନ୍ନ ଅନ୍ଦାଜରେ। ନିକଟରେ ମାଧୁରୀ ତାଙ୍କର ୨୦ ତମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ଏହାର କିଛି ଫଟୋ ବି ସୋଶାଲ ମିଡିଆରେ ସେୟାର କରିଛନ୍ତି। ଡାକ୍ତର ଶ୍ରୀରାମ ନେନେଙ୍କ ସହ ମାଧୁରୀ ବେଶ୍ ରୋମାଣ୍ଟିକ୍ ଅନ୍ଦାଜରେ ଏହି ଫଟୋ ଉଠାଇଛନ୍ତି। ଏଥିମଧ୍ୟରୁ ଅନେକ ଫଟୋ ସୋଶାଲ ମିଡ଼ିଆରେ ଭାଇରାଲ ହୋଇଛି।
ଏବେ ମାଧୁରୀ ସ୍ୱାମୀ ଡାକ୍ତର ଶ୍ରୀରାମ ନେନେଙ୍କ ସହ ସେଶେଲ୍ସରେ ଛୁଟି ମନାଉଛନ୍ତି। ସେହିଠାରେ ହିଁ ସେ ତାଙ୍କର ୨୦ ତମ ମ୍ୟାରେଜ ଆନିଭର୍ସାରୀ ପାଳନ କରିଛନ୍ତି। ଗୋଟିଏ ଫଟୋରେ ମାଧୁରୀ ଡାକ୍ତର ନେନେଙ୍କୁ କିସ୍ କରୁଥିବା ଦେଖିବାକୁ ମିଳିଛି। ଏଥରେ ସେ ଲେଖିଛନ୍ତି ’ସୋଲ୍ମେଟ୍ସ ଫର ଏଭର’। ଏଥିସହିତ ମାଧୁରୀ ଡାକ୍ତର ନେନେଙ୍କ ସହ ଆହୁରି ଅନେକ ଫଟୋ ବି ସୋଶାଲ ମିଡିଆରେ ସେୟାର କରିଛନ୍ତି।
ଫଟୋରେ ନେନେଙ୍କ ସହ ମାଧୁରୀ ଖୁବ୍ ରୋମାଣ୍ଟିକ ଲାଗୁଛନ୍ତି। ଏହି ଫଟୋକୁ ସେୟାର କରି ମାଧୁରୀ ଲେଖିଛନ୍ତି, ‘ବିବାହବାର୍ଷିକୀରେ ଅନେକ ଅନେକ ବଧାଇ ଡାକ୍ତର ନେନେ।’
ସୂଚନାଥାଉ କି, ମାଧୁରୀ ଏବଂ ନେନେଙ୍କ ବିବାହ ୧୯୯୯ ଅକ୍ଟୋବର ୧୮ ତାରିଖରେ ହୋଇଥିଲା। ଖାଲି ମ୍ୟାରେଜ ଆନିଭର୍ସାରୀ ନୁହେଁ, ଅଧିକଂଶ ସମୟରେ ମାଧୁରୀ ସ୍ୱାମୀ ନେନେଙ୍କ ସହ ଫଟୋ ଇଷ୍ଟାଗ୍ରାମ୍ରେ ସେୟାର କରିଥାନ୍ତି।
ୱାର୍କ ଫ୍ରଣ୍ଟ କଥା କହିବାକୁ ଗଲେ, ମାଧୁରୀ ଫିଲ୍ମ ‘କଳଙ୍କ’ରେ ଶେଷଥର ପାଇଁ ଦେଖିବାକୁ ମିଳିଥିଲେ। ଏବେ ତାଙ୍କୁ ‘ଡାନ୍ସ ଦିବାନେ-୨’ରେ ଜଜ୍ ଭୂମିକାରେ ଦେଖିବାକୁ ମିଳୁଛି।
View this post on Instagram
Happy anniversary @drneneofficial ❤ Here’s to many more years of being in love & celebrating life!