୨୦୨୧ରେ ରିଲିଜ୍ ହେବାକୁ ଯାଉଥିବା ବହୁ ପ୍ରତୀକ୍ଷିତ ବଲିଉଡ଼୍ ସିନେମାର ତାଲିକା . . . . .

ବର୍ଷ ୨୦୨୦ ଥିଲା ସଂଘର୍ଷର ବର୍ଷ । ଆଉ ସଂଘର୍ଷ ବର୍ଷରେ ଅଧିକ ସଂଘର୍ଷ କରିଥିଲା ସିନେ ଇଣ୍ଡଷ୍ଟ୍ରି । ମହାମାରୀ କରୋନା କାରଣରୁ ଅନେକ ଫିଲ୍ମ ରିଲିଜ୍ ହୋଇପାରିଲା ନାହିଁ । ବର୍ତ୍ତମାନ ଅଳ୍ପ ବହୁତ କଟକଣା ହଟିଛି। ଆଉ ଫିଲ୍ମ ରିଲିଜ ପାଇଁ ମଧ୍ୟ ଅନୁମତି ମିଳିଛି । ତେଣୁ କିଛି ବହୁ ପ୍ରତୀକ୍ଷିତ ଫିଲ୍ମ ଚଳିତ ୨୦୨୧ରେ ରିଲିଜ୍ ହେବାର ଅନେକ ସମ୍ଭାବନା ରହିଛି।

ରାଧେ- ଇୟର ମୋଷ୍ଟ ଓ୍ୱାଣ୍ଟେଡ୍ ଭାଇ

ସଲମାନ ଖାନ୍ ଅଭିନୀତ ଫିଲ୍ମ ରାଧେ- ଇୟର ମୋଷ୍ଟ ଓ୍ୱାଣ୍ଟେଡ୍ ଭାଇ । କୁହାଯାଉଛି ଏହି ଫିଲ୍ମଟି ବେଶ୍ ପ୍ରତୀକ୍ଷିତ, ଏହି ଫିଲ୍ମଟି ଗତବର୍ଷ ପ୍ରେକ୍ଷାଳୟରେ ହିଟ୍ ହେବାର ଥିଲା କିନ୍ତୁ ମହାମାରୀ କାରଣରୁ ଏହି ଫିଲ୍ମର ରିଲିଜ୍ ଘୁଂଚାଇବାକୁ ପଡିଥିଲା । ଏହି ଫିଲ୍ମ ବର୍ତ୍ତମାନ ମେ ମାସରେ ଇଦରେ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି, ଏହି ଫିଲ୍ମରେ ସଲମାନଙ୍କ ବ୍ୟତୀତ ଜ୍ୟାକି ଶ୍ରଫ୍,ରଣଦୀପ ହୁଡାଙ୍କ ସମେତ ଦିଶା ପଟାନୀ ବି ନଜର ଆସିବେ।

ସତ୍ୟମେବ ଜୟତେ ୨
ସେହିଭଳି ଆଉ ଏକ ପ୍ରତୀକ୍ଷିତ ଫିଲ୍ମ ସତ୍ୟମେବ ଜୟତେ ୨। ଏହି ଫିଲ୍ମର ପ୍ରଥମ ସିରିଜର ସଫଳତା ପରେ ମିଲାପ ଜାଭେରୀ ଏହାର ପାର୍ଟ ୨କୁ ସିଲଭିର ସ୍କ୍ରିନରେ ଆଣିବାକୁ ଯୋଜନା କରିଥିଲେ, କିନ୍ତୁ କୋଭିଡ୍ କଟକଣା ଭିତରେ ଏହି ଫିଲ୍ମ ମଧ୍ୟ ରିଲିଜ୍ ହୋଇପାରିନଥିଲା । କିନ୍ତୁ ବର୍ତ୍ତମାନ ଚର୍ଚ୍ଚା ହେଉଛି ଜନ୍ ଆବ୍ରାହମ ଓ ଦିବ୍ୟା ଖୋସଲା କୁମାର ଷ୍ଟାରର୍ ଏହି ଫିଲ୍ମ ସତ୍ୟମେୟ ଜୟତେ ୨ ଚଳିତ ବର୍ଷ ମେ ମାସରେ ସିଲଭର ସ୍କ୍ରିନରେ ଆସିପାରେ । ତେବେ ଫିଲ୍ମ ରାଧେ ସମେତ ସତ୍ୟମେବ ଜୟତେ ୨ ଇଦ୍ ଅବସରରେ ରିଲିଜ୍ ହେବାକୁ ସ୍ଥିର କରାଯାଇଥିବାରୁ ଏହା ୨୦୨୧ର ପ୍ରଥମ ବକ୍ସ ଅଫିସ୍ ବ୍ୟାଟେଲ୍ ହୋଇପାର॥

ଅତରଙ୍ଗୀରେ
ଚଳିତ ବର୍ଷ ଭାଲେଣ୍ଟାଇନ୍ସ ଡେରେ ମୁକ୍ତିଲାଭ କରିଥାଆନ୍ତା ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ ଅତରଙ୍ଗୀରେ। କିନ୍ତୁ କୋଭିଡ୍ କଟକଣା କାରଣରୁ ଫିଲ୍ମଟି ରିଲିଜ୍ ହୋଇପାରିନଥିଲା  । ବର୍ତ୍ତମାନ ଏହି ରିଲିଜ୍ ଡେଟକୁ ଆଗକୁ ବଢାଇ ଦିଆଯାଇଛି । ଆଉ ନିର୍ମାତାମାନେ ନୂତନ ରିଲିଜ୍ ତାରିଖ ଭାବେ ୬ ଅଗଷ୍ଟ ୨୦୨୧କୁ ବାଛିଛନ୍ତି।  ଏହି ଫିଲ୍ମରେ ସାରା ଅଲୀ ଖାନ୍, ଧନୁଷ ଓ ଅକ୍ଷୟ କୁମାରଙ୍କୁ ଦର୍ଶକେ ଦେଖିବାକୁ ପାଇବେ ।

ରୁହି
ହରର୍ କମେଡି ଫିଲ୍ମ ରୁହି।  ନିକଟ ଅତୀତରେ ଏହାର ଟ୍ରେଲର୍ ରିଲିଜ୍ ହୋଇଥିବା ବେଳେ ଏହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଫିଲ୍ମର ଟ୍ରେଲର ଓ ଗୀତ ଗୁଡିକୁ ଦର୍ଶକେ ବେଶ୍ ପସନ୍ଦ କରୁଛନ୍ତି । ଫିଲ୍ମର ଷ୍ଟାରକାଷ୍ଟ ଏହାର ପ୍ରମୋଶନ ବି ଆରମ୍ଭ କରିଦେଇଛନ୍ତି। ଏଥିରେ ରାଜକୁମାର ରାଓ ଓ ଜାହ୍ନବୀ କପୁର ନଜର ଆସିଛନ୍ତି । ସେମାନଙ୍କ ସହ ବରୁନ ଶର୍ମା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ଚଳିତ ମାର୍ଚ୍ଚ ୧୧ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବାର କାର୍ଯ୍ୟକ୍ରମ ରହିଛି ।

ଝୁଣ୍ଡ୍
ବିଗ ବି ଅମିତାଭ୍ ବଚ୍ଚନ ଷ୍ଟାରର୍ ଫିଲ୍ମ ଝୁଣ୍ଡର ରିଲିଜ୍ ଡେଟ୍ ମଧ୍ୟ ସ୍ଥଗିତ ରହିଥିଲା । କୋଭିଡ୍ କାରଣରୁ କିନ୍ତୁ ବର୍ତ୍ତମାନ ଏହାର ରିଲିଜ୍ ଡେଟ୍ ସ୍ଥିର ହୋଇସାରିଥିବା ସୂଚନା ରହିଛି । ଅମିତାଭ ନିଜେ ଆସନ୍ତା ୧୮ ତାରିଖରେ ଫିଲ୍ମ ରିଲିଜ୍ ହେବାକୁ ଥିବା କହିଛନ୍ତି । ମରାଠୀ ଫିଲ୍ମ ସୈରାଟର ନିର୍ଦ୍ଦେଶକ ନାଗରାଜ ମଞ୍ଜୁଲେ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମରେ ଅମିତାଙ୍କ ସ୍ଲମ୍ ଫୁଟବଲ୍ ପ୍ରତିଷ୍ଠାତା ବିଜୟ ବାରସେଙ୍କ ଭୂମିକାରେ ନଜର ଆସିବେ ।

ବେଲ୍ ବଟମ୍
ଅପକମିଙ୍ଗ ଫିଲ୍ମ ବେଲ୍ ବଟମରେ ମୁଖ୍ୟ ଭୂମିକାରେ ନଜର ଆସିବେ ଖିଲାଡି କୁମାର । ଅକ୍ଷୟ କୁମାର ତାଙ୍କ ସହ ବାଣୀ କପୁର, ହୁମା କୁରୈଶୀ ଏବଂ ଲାରା ଦତ୍ତ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ତେବେ ରଣଜୀତ ଏମ୍ ତିଓ୍ୱାରୀଙ୍କ ଫିଲ୍ମ ବେଲ୍ ବଟମ୍ ଲକଡାଉନ୍ ପରେ ସୁଟିଂ ଶେଷ କରିବା ପାଇଁ ଭାରତରୁ ବାହାରିଥିବା ପ୍ରଥମ ଚଳଚ୍ଚିତ୍ର । ଟିମ୍ ଚଳିତ ବର୍ଷ ମେ ୨୮ ତାରିଖରେ ଏହା ରିଲିଜ୍ ହେବା ନେଇ ସୂଚନା ରହିଛି ।

ଜର୍ସି
ସେହିଭଳି ଆଉ ଏକ ପ୍ରତୀକ୍ଷିତ ଫିଲ୍ମ ଜର୍ସି କବୀର ସିଂ ପରେ ଏହି ଫିଲ୍ମରେ ନଜର ଆସିବେ ଅଭିନେତା ଶାହିଦ କପୁର। ସେ ଏହି ଚଳଚ୍ଚିତ୍ରରେ ଜଣେ କ୍ରିକେଟର ଭୂମିକାରେ ଅଭିନୟ କରୁଛନ୍ତି।  ତେବେ ଚଳିତ ବର୍ଷ ଦିଓ୍ୱାଲୀରେ ଏହା ରିଲିଜ୍ ହୋଇପାରେ ବୋଲି ଆକଳନ କରାଯାଉଛି।

You might also like