ପ୍ରଖ୍ୟାତ ସିନେ ନିର୍ମାତା ମୃଣାଳ ସେନଙ୍କ ବିୟୋଗ

କୋଲକାତା : ପ୍ରସିଦ୍ଧ ଫିଲ୍ମ ନିର୍ଦ୍ଦେଶକ ନିର୍ମାତା ମୃଣାଳ ସେନଙ୍କ ପରଲୋକ। ୯୫ ବର୍ଷ ବୟସରେ କୋଲକାତାରେ ମୃଣାଳ ସେନଙ୍କ ଦେହାନ୍ତ ଘଟିଛି। ମୃଣାଳ ସେନଙ୍କୁ ଫିଲ୍ମ ଜଗତରେ ବଳିଷ୍ଠ ଅବଦାନ ଲାଗି ପଦ୍ମଭୂଷଣ ଏବଂ ୨୦୦୫ରେ ସିନେମା ଜଗତର ସର୍ବଶ୍ରେଷ୍ଠ ପୁରସ୍କାର ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯାଇଥିଲା।

୧୯୫୫ରେ ମୃଣାଳ ସେନ୍ ନିଜ ପ୍ରଥମ ଫିଚର ଫିଲ୍ମ ‘ରାତଭୋର’ ନିର୍ମାଣ କରିଥିଲେ। ପରେ ‘ନୀଲ୍ ଆକାଶୋର ନିଚେ’ତାଙ୍କୁ ଖ୍ୟାତି ଆଣିଦେଇଥିଲା। ତୃତୀୟ ଫିଲ୍ମ ‘ବାଇଶେ ଶ୍ରାବଣ’ ତାଙ୍କୁ ଜଣେ ଅନ୍ତରାଷ୍ଟ୍ରୀୟ ଚଳଚିତ୍ର ନିର୍ମାତାର ପରିଚୟ ଦେଇଥିଲା।

 

You might also like