ବର୍ଷୀୟାନ ଫିଲ୍ମ ନିର୍ମାତା ବାସୁ ଚାଟ୍ଟାର୍ଜୀଙ୍କ ପରଲୋକ
ମୁମ୍ବାଇ : ଆରପାରିରେ ବର୍ଷୀୟାନ ଫିଲ୍ମ ନିର୍ମାତା ବାସୁ ଚାଟ୍ଟାର୍ଜୀ। ଗତକାଲି ତାଙ୍କର ମୁମ୍ବାଇ ସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା। ତାଙ୍କର ବିୟୋଗରେ ଫିଲ୍ମ ନିର୍ମାତା, ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ନିର୍ଦ୍ଦେଶକ ଆସୋସିଏସନ ସଭାପତି ଅଶୋକ ପଣ୍ଡିତ ଶୋକ ପ୍ରକାଶ କରିଛନ୍ତି।
ସେ ତାଙ୍କ ଟ୍ୱିଟର ପେଜରେ ଲେଖିଛନ୍ତି ଯେ, ‘ମହାନ ଫିଲ୍ମନିର୍ମାତା ବାସୁ ଚାଟ୍ଟାର୍ଜୀଙ୍କ ବିୟୋଗରେ ମୁଁ ଦୁଃଖ ପ୍ରକାଶ କରୁଛି। ସେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ରାତି ୨ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ମୃତ୍ୟୁ ଇଣ୍ଡଷ୍ଟ୍ରୀ ପାଇଁ ବଡ଼ କ୍ଷତି। ସାର, ତୁମକୁ ବହୁତ ମନେ ପକାଇବୁ।’
I am extremely grieved to inform you all the demise of Legendary Filmmaker Basu Chatterjee ji . His last rites will be performed today at Santacruz creamation at 2 pm.
It’s a great loss to the industry.
Will miss you Sir. #RIPBasuChaterjee. pic.twitter.com/wxjpg6SDgg— Ashoke Pandit (@ashokepandit) June 4, 2020
ଭାରତୀୟ ଚଳଚ୍ଚିତ୍ର ଓ ଟେଲିଭିଜନ୍ ନିର୍ଦ୍ଦେଶକ ଆସୋସିଏସନ ବାସୁଙ୍କ ମୃତ୍ୟୁରେ ଟ୍ୱିଟ୍ କରି ଶୋକ ପ୍ରକାଶ କରିଛନ୍ତି। ଆସୋସିଏସନ କହିଛି ଯେ ‘ସେ ଜଣେ ବିରଳ ବ୍ୟକ୍ତିତ୍ୱ ଥିଲେ, ଯିଏ ନିଜ ଫିଲ୍ମ ମାଧ୍ୟମରେ ସାମାଜିକ ଓ ନୈତିକ ମୁଦ୍ଦା ପ୍ରତି ଅଧିକ ଫୋକସ ଦେଇଥିଲେ। ତାଙ୍କ ଆତ୍ମାର ସଦଗତି ପାଇଁ ଆମେ ଇଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛୁ। ତାଙ୍କ ପରିବାର ପ୍ରତି ସମବେଦନା ଜଣାଉଛୁ।
IFTDA mourns the demise of Legendary Filmmaker Basu Chatterjee.A Master of Humour who delved into social and moral issues through his films.We pray to the almighty to bless his noble soul & give courage to his family to bear the irreplaceable loss. pic.twitter.com/SS946bnpbp
— Iftda India (@DirectorsIFTDA) June 4, 2020
‘ଉସ୍ ପାର୍’, ‘ଚିଟ୍ଚୋର’, ‘ପିୟା କା ଘର’, ‘ଖଟା ମିଠା’ ଓ ‘ବାତୋଁ ବାତୋଁ ମେ’ ଫିଲ୍ମ ତାଙ୍କୁ ଅଧିକ ପରିଚିତ କରାଇଥିଲା। ଚାଟ୍ଟାର୍ଜୀ ତାଙ୍କ ଶେଷ୍ଠ ଫିଲ୍ମକୁ ନେଇ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଦୁରଦର୍ଶନରେ ପ୍ରସାରିତ ଟେଲିଭିଜନ ଧାରାବାହିକ ବ୍ୟୋମକେଶ ବକ୍ସି ଏବଂ ରଜନୀ ବେଶ ଲୋକପ୍ରିୟ ହୋଇପାରିଥିଲେ। ରଜନୀଗନ୍ଧା ଓ ଚିଟ୍ଚୋର ଫିଲ୍ମ ବାସୁ ଚାଟ୍ଟାର୍ଜୀଙ୍କୁ ବଡ଼ ମାଇଲେଜ୍ ଦେଇଥିଲା। ଏହା ବେଶ ଲୋକପ୍ରିୟ ହୋଇପାରିଥିଲା।